Sambad
ଭଦ୍ରକ: ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବ୍ଲକକୁ ଧାମରା ଅଞ୍ଚଳରୁ ଠାରୁ ବିଛିନ୍ନକରି ରଖିଥିବା ମନ୍ତେଇ ନଦୀର ବାଂଶଡା ଘାଟରେ ସେତୁ ନିର୍ମାଣ ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ୫୦ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ଦାବି ହୋଇ ଆସୁଥିଲା। ଧାମରା ପୁରୁଣା ବନ୍ଦର ସହର ହୋଇଥିବା ବେଳେ ଏଇ ବନ୍ଦର ସହରକୁ ନୌବାଣିଜ୍ୟ କରିବା ପାଇଁ ଅତୀତରେ ଲୋକମାନେ ଡଙ୍ଗା ସାହାର୍ଯ୍ୟରେ ନଦୀପାର ହେବାକୁ ପଡୁଥିଲା। ସ୍ଥାନୀୟ ଲୋକମାନେ ମଧ୍ୟ ବିପଦପୂର୍ଣ୍ଣ ବିପଦ ଭାବେ ଡଙ୍ଗରେ ଜଳଯାତ୍ରା କରୁଥିଲେ। ନେତା ପରେ ନେତା ବଦଳି ଛନ୍ତି। ସରକାର ପରେ ସରକାର ବଦଳି ଯାଇଛି। ମାତ୍ର ମନ୍ତେଇର ନଦୀର ବାଂଶଡା ଘାଟରେ ସେତୁ ନିର୍ମାଣ ପାଇଁ ଯେତେ ଦାବି କରାଯାଇଥିଲା। ଆନ୍ଦୋଳନ, ଧାରଣା, ଧର୍ମଘଟ ହୋଇଛି।
ଧାମରା ପାର୍ଶ୍ବରେ ରହୁଥିବା ୮ ପଞ୍ଚାୟାତ ଚାନ୍ଦବାଲି ବ୍ଲକକୁ ନିଜର ସରକାରୀ କାର୍ଯ୍ୟ ପାଇଁ ଆସିବାକୁ ହେଲେ ବିପଦପୂର୍ଣ୍ଣ ନଦୀ ପାର ହେବାକୁ ପଡୁଛି। ଚାନ୍ଦବାଲି, ମତ୍ତୋ, ଦିଗଛିଆ, ଆରଡି, ତିହିଡି ଅଞ୍ଚଳର ଲୋକମାନେ ଧାମରା ଯିବା ପାଇଁ ନଦୀ ଘାଟ ପାର ହେଉଛନ୍ତି। ୨୦୦୭ ମସିହାରେ ଧାମରା ଠାରେ ବନ୍ଦର ପାଇଁ କାର୍ଯ୍ୟ ଆରମ୍ଭ ହୋଇଥିଲା। ପ୍ରଥମେ ବନ୍ଦର କତ୍ତୃପକ୍ଷ ଧାମରାରୁ ଭଦ୍ରକ ପର୍ଯ୍ୟନ୍ତ ରେଳ ଲାଇନ ନିଜସ୍ବ ଖର୍ଚ୍ଚରେ ନିର୍ମାଣ କରିଥିଲେ। ଏଇ ରେଳ ଲାଇନ ନିର୍ମାଣ ବେଳେ ମନ୍ତେଇ ନଦୀର ବାଂଶଡା ଘାଟରେ ସେତୁ ନିର୍ମାଣ କରାଯାଇଥିଲା। ଏହି ସେତୁ ଦେଇ ବନ୍ଦର କଂପାନି ନିଜର ମାଲବାହୀ ରେଳ ଚଳାଚଳ କରୁଛି। ରେଳ ସେତୁ ନିର୍ମାଣ ଯେତେ ସହଜ ଓ କମ ସମୟରେ ହୋଇଥିଲା। ବାଂଶଡା ଘାଟରେ ସଡକ ପଥ ଦେଇ ଯାତାୟାତ ପାଇଁ ଯେଉଁ ସେତୁ ନିର୍ମାଣ କରିବାରେ ରାଜ୍ୟ ସରକାର ବାରମ୍ବାର ବିଫଳ ହୋଇଥିଲେ। ୧୫ଥର ଟେଣ୍ଡର ପଡି ଟେଣ୍ଡର ବାତିଲ ହୋଇଥିଲା।
Sambadଶେଷରେ ସରକାର ମନ୍ତେଇ ନଦୀରେ ଟର୍ଣ୍ଣକି ପଦ୍ଧତିରେ ସେତୁ ନିର୍ମାଣ ପାଇଁ ନିଷ୍ପତ୍ତି ନେଲେ। ଏହି ସେତୁ ନିର୍ମାଣ ପାଇଁ ଯେତେ ଟଙ୍କା ଖର୍ଚ୍ଚ ହେବ ତାହା ରାଜ୍ୟ ସରକାର ବହନ କରିବେ ବୋଲି ସମ୍ମତି ପ୍ରକାଶ କଲେ। ପରେ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହେଲା। ସେତୁ ନିର୍ମାଣ ଚାଲିଥିବା ବେଳେ କେନ୍ଦ୍ର ସରକାରଙ୍କର ନଦୀ ସଂଯୋଗୀକରଣ ଯୋଜନା ନେଇ ଜାତୀୟ ଜଳପଥ ପ୍ରାଧିକରଣ ସଂସ୍ଥା ମନ୍ତେଇ ନଦୀରେ ସେତୁ ନିର୍ମାଣ ଉପରେ ଅଙ୍କୁଶ ଲଗାଇଲେ। ଏଥିପାଇଁ ମନ୍ତେଇ ନଦୀରେ ସେତୁ ନିର୍ମାଣ ଅନେକ ଦିନ ଅଟକି ରହିଲା। ୨୦୧୫-୧୬ ମସିହାରୁ ଆରମ୍ଭ ହୋଇଥିବାର ଏଇ ଟେଣ୍ଡର ପ୍ରକ୍ରିୟାରେ ୧୯ କୋଟି ୫୬ ଲକ୍ଷ ଟଙ୍କାର ଟେଣ୍ଡର କରାଯାଇଥିଲା। ପରେ ସେତୁକୁ ସଂଯୋଗ କରିବା ରାସ୍ତା ଓ ଏକ ଗଳା ପୋଲ ନିର୍ମାଣ ଦାବି ହେବା ପରେ ଏଥିପାଇଁ ଆଉ ୯ କୋଟି ଟଙ୍କା ବଜେଟ୍ ମଞ୍ଜୁର କରାଯାଇଛି। ସେତୁ ନିର୍ମାଣ କାର୍ଯ୍ୟ ମନ୍ଥରଗତିରେ ଚାଲିଥିବା ବେଳେ ଏହାର ଉଦଘାଟନ କେତେ ହେବ ତାକୁ ନେଇ ପ୍ରଶ୍ନ ଉଠିଛି। ମନ୍ତେଇ ଘାଟରେ ବିପଦପୂର୍ଣ୍ଣ ଜଳ ଯାତ୍ରାର କଷଣ କେବେ ଲୋକଙ୍କର ଅନ୍ତ ହେବ ତାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି।
Follow Us