କରୋନା ସଚେତନତା ଅଭିଯାନରେ ବ୍ୟବସାୟୀ ସଂଘ, ମାସ୍କ ନାହିଁତ ସଉଦା ନାହିଁ

କରୋନା ସଚେତନତା ଅଭିଯାନରେ ବ୍ୟବସାୟୀ ସଂଘ, ମାସ୍କ ନାହିଁତ ସଉଦା ନାହିଁ

ଘୁ.ଉଦୟଗିରି: କରୋନାର ଭୟବହତା ସାରା ବିଶ୍ୱକୁ ଗ୍ରାସିଥିବା ବେଳେ ଭାରତରେ କାୟା ବିସ୍ତାର କରିବାରେ ଲାଗିଛି। ଓଡ଼ିଶାରେ କରୋନା ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଲକଡାଉନକୁ ୧୭ଦିନ ହେଲା ଯାହା ଆଶା କରାଯାଉଥିଲା ଫଳପ୍ରଦ ନ ହେବା ଯୋଗୁଁ ରାଜ୍ୟ ସରକାର ଲାକଡାଉନ ଅବଧି ୩୦ତାରଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ୟବସାୟୀ ସଂଘ ପକ୍ଷରୁ ସହରରେ ବ୍ୟବସାୟୀ ଏବଂ ଖାଉଟିଙ୍କୁ ସଚେତନ କରିବା ନିମନ୍ତେ ବିଭିନ୍ନ ଉପାୟ ଅବକମ୍ବନ କରି ଆଜି ସଂଘର ସଦସ୍ୟମାନେ ସାରା ସହର ବୁଲି ଦୋକାନ ଦୋଜାନକୁ ବୁଲି ପ୍ରତ୍ୟକ ଦୋଜାନରେ କରୋନା ସଚେତନତା ପ୍ରଚାର ପତ୍ର ମାରିବା ପ୍ରତ୍ୟକ ଦୋଜାନରେ ଜଣେ ଜଣେ ସଭ୍ୟ ଉପସ୍ଥିତ ରହି ସାମଜିମ ଦୂରତା ରକ୍ଷା କରିବା ବ୍ୟବସ୍ଥା କରିବା ସହ ମାସ୍କ ବ୍ୟବହାର କରିବାକୁ ପରାମର୍ଶ ଦେଇଥିଲେ। ବିନା ମାସ୍କରେ ସଉଦା ନେବାକୁ ଆଡ଼ିଥିବା ଖାଉଟିଙ୍କୁ ସଉଦା ନ ଦେବାକୁ କୁହାଯାଇଥିଲା। ନୋ ମାସ୍କ, ନୋ ମେଡ଼ିସିନ, ନୋ ଗ୍ରୋସରି, ନୋ ଭେଜିଟେବୁଲ ଲେଖା ଥିବା ପ୍ରଚାର ପତ୍ର ପ୍ରତ୍ୟକ ଦୋଜାନରେ ଦେଖିବାକୁ ମିଳିଥିଲା।

publive-image

ଆଜି ସାରା ସହରରେ ପ୍ରାୟ ସମସ୍ତ ଲୋକ ମୁହଁରେ ମାସ୍କ ଭିଡିଥିବା ଲକ୍ଷ କରାଯାଇଥିଲା। ସେଇଭଳି ପ୍ରତ୍ୟକ ଦୋକାନରେ ଗ୍ରାହକମାନେ ସାମାଜିକ ଦୂରତା ରକ୍ଷା କରି ସଉଦା କିଣୁଥିବା ଦେଖିବାକୁ ମିଳିଥିଲା ପ୍ରଶାସନର ନିଷ୍ପତି ପ୍ରକାରେ ସଖାଳ ୭ଟାରୁ ୧୧ଟା ପର୍ଯ୍ୟନ୍ତ ଦୋଜାନ ଖୋଲା ରହିବ। ଆଜି ସ୍ଥାନୀୟ ବ୍ୟବସାୟୀ ସଂଘ ସଭାପତି ସମିର କୁମାର ପାଢୀଙ୍କ ନେତୃତ୍ୱରେ ସଂଘର ଉପସଭାପତି ମନୋଜ ମହାପାତ୍ର, ସମ୍ପାଦକ ସନ୍ତୋଷ ଆଚାର୍ଯ୍ୟ, ସହ ସମ୍ପାଦକ ମନସନ୍ତୋଷ ପାତ୍ର, କୋଷାଧ୍ୟକ୍ଷ ସଞ୍ଜୟ ସୁବୁଦ୍ଧି, ସଭ୍ୟ ଭଗବାନ ଦାଶ, ମାନସ ରଞ୍ଜନ ଦାଶ, ଶ୍ରୀନାରାୟଣ ପାତ୍ର ପ୍ରମୁଖଙ୍କ ତତ୍ୱବାଧାନରେ ସାରା ସହରରେ କରୋନା ସଚେତନତା ସହ ପ୍ରଶାସନର ସମସ୍ତ ନିୟମ ଜାର୍ଯ୍ୟକାରୀ ଜରିବା ସହ ଶୃଙ୍ଖଳିତ ଭାବେ କରୋନାକୁ ମୁକାବିଲା କରିବାକୁ ସମସ୍ତ ବ୍ୟବସାୟୀ ଅଣ୍ଟା ଭିଡିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe