କାଶୀପୁର ଅଂଚଳରେ ପୁଲିସ ଓ କମ୍ପାନିର ଜୁଲମ ନେଇ ଜିଲ୍ଲାପାଳଙ୍କୁ ଭେଟିଲେ ଗ୍ରାମବାସୀ

Advertisment
କାଶୀପୁର ଅଂଚଳରେ ପୁଲିସ ଓ କମ୍ପାନିର ଜୁଲମ ନେଇ ଜିଲ୍ଲାପାଳଙ୍କୁ ଭେଟିଲେ ଗ୍ରାମବାସୀ

ରାୟଗଡା: ଆଜି କାଶୀପୁର ଅଂଚଳର ଲୋକେ ଜିଲ୍ଲାପାଳଙ୍କୁ ଭେଟି ପୁଲିସ ଓ କମ୍ପାନି ବିରୋଧରେ ଗର୍ଜିଥିଲେ।ସ୍ଥାନୀୟ ଜଳଧର ନାୟକଙ୍କ ନେତୃତ୍ବରେ କାଶୀପୁର ଅଂଚଳର ଲୋକେ ନେତା, ପୁଲିସ ଓ କମ୍ପାନିକୁ ବିରୋଧ କରିଛନ୍ତି। ଗତ ଦେଢମାସ ହେବ ପୁଲିସ ଲୋକଙ୍କୁ ବିନା କାରଣରେ ଗିରଫ କରୁଛି। ସିଜିମାଳି ଖନନକୁ କମ୍ପାନିକୁ ବିରୋଧ ନକରିବାକୁ ପୁଲିସ ଧମକ ଦେଉଥିବା କହିଛି।ଆମ ପାହାଡ, ଆମ ଜଂଗଲରେ ଖଣି ଖନନକୁ ବିରୋଧ କରୁଛୁ ଏବଂ କରିବୁ ବୋଲି ଜିଲ୍ଲାପାଳଙ୍କୁ କହିଥିଲେ। କମ୍ପାନି ଓ ପୁଲିସ ସାମାଜିକ କର୍ମୀଙ୍କୁ ମଧ୍ୟ ଦୁର୍ବ୍ୟବହାର କରୁଛନ୍ତି। ନେତା ଓ କମ୍ପାନୀର ଧମକରେ ସାମାଜିକ କର୍ମୀ ଆମ ପାଖକୁ ଆସୁନଥିବା ଏମାନେ କହିଥିଲେ। ଗ୍ରାମବାସୀଙ୍କୁ ସାମାଜିକ କର୍ମୀ ଉସୁକାଉଥିବା ନେଇ କମ୍ପାନିର ଲୋକ ଏବଂ ନେତାମାନେ ଗଣମାଧ୍ୟମରେ ଖବର ପ୍ରସାରଣ କରୁଛନ୍ତି।

ବାଫଲିମାଳରେ ଗତ ୧୦ ବର୍ଷ ହେଲା ଖଣି ଖନନ ହେବା ଦ୍ବାରା ଆମର ପାଣି ଶୁଖି ଗଲାଣି। ପ୍ରଫୁଲ ସାମନ୍ତରାୟ ଭଳି ସାମାଜିକ କର୍ମୀ ଆମ ଦାବିକୁ ସମର୍ଥନ କରୁଥିବାରୁ ତାଂକୁ ମଧ୍ୟ ପଶେଇ ଦିଆଯାଉ ନାହିଁ। ଲୋଭି ନେତାମାନେ କମ୍ପାନିକୁ ସମର୍ଥନ କରିବା ସହ ଆମକୁ ଯିଏ ସମର୍ଥନ କରୁଛନ୍ତି ତାଂକୁ ଧମକାଉଛନ୍ତି ବୋଲି ଅଭିଯୋଗ କରାଯାଇଛି। ବିଧାୟକ, ସାଂସଦ ଓ ବ୍ଲକ ଅଧ୍ୟକ୍ଷ ଆମର ଦାବିକୁ ସମର୍ଥନ କରିବେ।ଜଂଗଲ ଜମି ଅଧିକାର ଆମର ଯଦି ସେମାନେ ସମର୍ଥନ କରିବେ ନାହିଁ। ତେବେ ଆମ ଲୋକଙ୍କୁ କାହିଁକି ଧମକାଉଛନ୍ତି। ଆସନ୍ତା ୧୬ ତାରିଖରେ ହେବାକୁ ଥିବା ଜନଶୁଣାଣିକୁ ନିରପେକ୍ଷ କରାଯାଉ ବୋଲି ଦାବି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe