ସ୍କୁଲ ସ୍ଥାନାନ୍ତରକୁ ବିରୋଧ

Advertisment
ଓଡ଼ିଶା ନେଲା ଐତିହାସିକ ନିଷ୍ପତ୍ତି: ସରକାରୀ ସ୍କୁଲ ପିଲା ଆଗୁଆ ହେବେ, ମେଡିକାଲ, ଇଞ୍ଜିନିୟରିଂ ପଢ଼ିଲେ ୧୫% ସଂରକ୍ଷଣ ସୁବିଧା

ସାଂକେତିକ ଚିତ୍ର

ଖୋର୍ଦ୍ଧା : ଦୀର୍ଘ ବର୍ଷର ପୁରୁଣା ସ୍କୁଲର ବନ୍ଦ ଓ ନିକଟସ୍ଥ ଏକ ସ୍କୁଲ ସହ ମିଶ୍ରଣକୁ ପ୍ରତିବାଦ କରି ଆଜି ଛୋଟରାୟପୁରର ଗ୍ରାମବାସୀ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ଦେଇଛନ୍ତି ।

ଆଜି ପୂର୍ବାହ୍ଣରେ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟରେ ପହଂଚି ଗାଁ ଲୋକମାନେ ଏନେଇ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁସାରେ, ସେମାନେ ସ୍କୁଲ ବନ୍ଦର ପ୍ରତିବାଦ କରି ଗତ ବର୍ଷ ନଭେମ୍ବର ୪ ତାରିଖରେ ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ ଶିକ୍ଷାଧିକାରୀଙ୍କୁ ଲିଖିତ ଭାବେ ଜଣାଇଥିଲେ । ଏହାପରେ ସିଆରସିସି ଓ ବିଇଓ ପ୍ରଭୃତି ଅଧିକାରୀ ଆସି ଗାଁ ଲୋକଙ୍କ ସହ ଆଲୋଚନା କରିଥିଲେ । ସ୍କୁଲରେ ୪୧ ଛାତ୍ରଛାତ୍ରୀ ରହିଲେ ସ୍କୁଲ ପୁନର୍ବାର ଚାଲୁ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ସ୍କୁଲରେ ସେହି ସଂଖ୍ୟକ ଛାତ୍ରଛାତ୍ରୀ ଯୋଗାଡ଼ କରି ନଭେମ୍ବର ୨୦ ତାରିଖରେ ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଲିଖିତ ଭାବେ ଜଣାଇଥିଲୁ । ୨୩ ତାରିଖରେ ପୁଣି ଶିକ୍ଷା ବିଭାଗ ଅଧିକାରୀମାନେ ଆସି ଗାଁ ଲୋକଙ୍କ ସହ ଆଲୋଚନା କରିଥିଲେ । କିନ୍ତୁ ଏଯାଏଁ ସ୍କୁଲ ଆରମ୍ଭ ହୋଇପାରିନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe