Sambad
ମାଲକାନଗିରି: ୧୫ ବର୍ଷ ତଳେ ନକ୍ସଲଙ୍କ ରାଜ ଚାଲିଥିଲା ମାଲକାନଗିରି ଜିଲ୍ଲାରେ। ଯାହାକୁ ପାରିଲେ ଉଠାଇନେଉଥିଲେ, ଯାହାକୁ ପାରିଲେ ହତ୍ୟା କରିଥିଲେ। ପୁଲିସକୁ ଚ୍ୟାଲେଞ୍ଜ କରି ଘଟଣା ଘଟାଇ ଚାଲିଥିଲେ।ଏପରିକି ୨୦୦୮ ମସିହା ଆଜିର ଦିନରେ କାଲିମେଳା ଜଙ୍ଗଲରୁ କୁମ୍ବିଂ ସାରି ମାଲକାନଗିରି ପୁଲିସ ବିଭାଗର ଏସଓଜି ଏବଂ ଡିବିଏଫ ଫେରୁଥିବା ବେଳେ ଏମଭି-୧୨୬ ନିକଟରେ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ପୁଲିସ ଗାଡିକୁ ଉଡାଇ ଦେଇଥିଲେ। ଯାହାଫଳରେ ୧୭ ଜଣ ଯବାନ ସହିଦ ହୋଇଥିଲେ।
ସେହି ୧୭ ଜଣଙ୍କ ମଧ୍ୟରୁ ଆରଆଇ ଶରତ ଚନ୍ଦ୍ର ମିଶ୍ର, ହାବିଲଦାର ସାଇ ପ୍ରସାଦ, ଯବାନ ସୁନୀଲ ରାଉଳ, ପ୍ରଭୁ ସହାୟ, କାହ୍ନୁ ଚରଣ ଦେବତା, ରଞ୍ଜିତ ମହାରଣା, ଗଙ୍ଗାଧର ମାଡକାମୀ, ସୁଦର୍ଶନ ଭୂମିଆ, ହେମନ୍ତ ମାଝୀ, ସୁକାନ୍ତ ମହାନ୍ତି, ସୀମାଞ୍ଚଳ ପ୍ରଧାନ, ଗୋବିନ୍ଦ ଚନ୍ଦ୍ର କୋପେ, ଚିତ୍ତରଞ୍ଜନ ନାୟକ, ଚିତ୍ତରଞ୍ଜନ ପ୍ରଧାନ, ବିଶ୍ୱଜିତ ଜେନା ଏବଂ ଗଣାପତି ନାୟକ। ଏହି ବୀର ଯୋଦ୍ଧାମାନଙ୍କୁ ଆଜି ସର ଜିଲ୍ଲା ଶ୍ରଦ୍ଧାଞ୍ଜଳୀ ଦେବା ସହ ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିଛନ୍ତି।ଆଜିକୁ ୧୪ ବର୍ଷ ବିତିଯାଇଥିଲେ ମଧ୍ୟ ସେହିଦିନର ସେହି ସ୍ପର୍ଶକାତର ଘଟଣାକୁ ଆଜି ବି ଲୋକେ ମନେ ପକାଇଲେ ଥରି ଉଠୁଛନ୍ତି।
Follow Us