Advertisment

ବର୍ଷା ପାଇଁ ନାଗାର୍ଜୁନ ପୀଠରେ ଇନ୍ଦ୍ରପୂଜା

Advertisment
ବର୍ଷା ପାଇଁ ନାଗାର୍ଜୁନ ପୀଠରେ ଇନ୍ଦ୍ରପୂଜା

Sambad

ଜହ୍ନାପଙ୍କ: ବୌଦ୍ଧ ବ୍ଲକ ବ୍ରକ୍ଷହ୍ମଣିପାଳି ଓ ଆମ୍ବଝୀର ପଂଚାୟତର ଲୋକଙ୍କ ମିଳିତ ସହଯୋଗରେ ନାଗାର୍ଜୁନ ପୀଠରେ ବର୍ଷା ପାଇଁ ଇନ୍ଦ୍ରପୂଜା ଅନୁଷ୍ଠିତ ହୋଇଯାଇଛି। ଏହି ପୂଜାରେ କର୍ତ୍ତା ଭାବେ ପ୍ରଫୁଲ ପ୍ରଧାନ ଓ ତାଙ୍କ ଧର୍ମପତ୍ନୀ ଦାୟିତ୍ୱ ତୁଲାଇ ଥିବାବେଳେ ପୂଜକ ଆଦିକାନ୍ଦ ଦାସ ପୂଜାକାର୍ଯ୍ୟ ତୁଲାଇ ଥିଲେ। ବର୍ତ୍ତମାନ ବର୍ଷା ଋତୁ ହୋଇଥିବା ବେଳେ ବର୍ଷା ଠିକ୍‌ ହେଉ ନଥିବାରୁ ଚାଷୀ ଧାନ ରୁପି ପାରୁନାହିଁ। ଯାହା ଫଳରେ ଜମିରେ ବର୍ତ୍ତମାନ ପଡିଆ ପଡ଼ିବାକୁ ବସିଲାଣି। ଶ୍ରାବଣ ମାସର ଶେଷ ବେଳକୁ ଚାଷୀ ଧାନ ବେଉଷଣ ସାରିବା କଥା, ବର୍ତ୍ତମାନ ଠିକରେ ବର୍ଷା ହେଉନଥିବାରୁ ଚାଷୀ ମୁଣ୍ଡରେ ଚଡକ ପଡ଼ିଲାଣି।

ଆମ୍ବଝୀର ଓ ବ୍ରକ୍ଷହ୍ମଣିପାଳି ପଂଚାୟତର ଜଣସାଧାରଣ କେବଳ ବର୍ଷା ଉପରେ ନିର୍ଭର କରନ୍ତି। ଏନେଇ ବର୍ଷା ହେବାପାଇଁ ଚାଷୀ ଧାନ ବେଉଷଣ କରି ପାରିବେ ସେନେଇ ଉଭୟ ପଂଚାୟତର ଚାଷୀମାନେ ଶ୍ରାବଣ ପୂର୍ଣ୍ଣିମାରେ ଇନ୍ଦ୍ରପୂଜା କରିଥିଲେ। ଏଥିରେ ବ୍ରକ୍ଷହ୍ମଣିପାଳି ସରପଞ୍ଚ ପ୍ରତିନିଧି ଅରୁଣ ବାଘ ଓ ଆମ୍ବଝୀର ପଂଚାୟତ ସରପଞ୍ଚ ପ୍ରତିନିଧି ରଞ୍ଜିତ ବାଘଙ୍କ ସହ ଉଭୟ ଗ୍ରାମ ପଂଚାୟତର ଜନସାଧାରଣ ସହଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe