ଅନ୍ଧବିଶ୍ବାସର ଗଳିରେ ଲୋକେ: ହାଡଫୁଟିକୁ ଠାକୁରାଣୀ ମା’ଙ୍କ ଆବିର୍ଭାବ ନେଇ ପୂଜାର୍ଚ୍ଚନା

Advertisment
ଅନ୍ଧବିଶ୍ବାସର ଗଳିରେ ଲୋକେ: ହାଡଫୁଟିକୁ ଠାକୁରାଣୀ ମା’ଙ୍କ ଆବିର୍ଭାବ ନେଇ ପୂଜାର୍ଚ୍ଚନା

Sambad

ରାୟଗଡା: ସମୟର ପରିବର୍ତ୍ତନର ଚକ୍ରରେ ଧୀରେ ଧୀରେ ବଦଳୁଛି ସମସ୍ତ ପ୍ରକାର ସାମାଜିକ ଚାଲିଚଳନ ଏବଂ ଅନ୍ଧ ବିଶ୍ବାସର କୁପ୍ରଥା। କିନ୍ତୁ ଏବେ ମଧ୍ୟ ଅନ୍ଧ ବିଶ୍ବାସର ଗଳିରେ ସଢୁଛନ୍ତି। ଏଭଳି କିଛି ପ୍ରଥା ରହିଛି ଯାହାକୁ ଲୋକେ ଏବେ ବି ଅନ୍ଧ ବିଶ୍ବାସ କରି ବିପଦର ସମ୍ମୁଖୀନ ହେଉଛନ୍ତି। ଏହିଭଳି ଏକ ରୋଗ ହେଉଛି ହାଡଫୁଟି। ଯାହାକୁ ସମାଜରେ ଦିନେ ଠାକୁରାଣୀଙ୍କ ଦେହରେ ପ୍ରବେଶ ବୋଲି କହି ବିଭିନ୍ନ ପ୍ରକାର ପୂଜାର୍ଚ୍ଚନା କରି ଏହି ରୋଗକୁ ଠିକ୍ କରିବା ପାଇଁ ଚେଷ୍ଟା କରୁଥିଲେ। କିଛି ସ୍ଥାନରେ ଫଳପ୍ରଦ ହେଉଥିବା ବେଳେ କିଛି ଜାଗାରେ ବିପଦକୁ ମଧ୍ୟ ଡାକୁଥିଲେ। ଧୀରେ ଧୀରେ ଏହି ହାଡଫୁଟି ପାଇଁ ବିଜ୍ଞାନ ଯୁଗରେ ଔଷଧ ବାହରିବା ପରେ ଲୋକଙ୍କ ଚିନ୍ତାଧାରାରେ ପରିବର୍ତ୍ତନ ଆସିଲା। କିନ୍ତୁ ଆଜି ମଧ୍ୟ କିଛି ଲୋକ ଏହି ରୋଗକୁ ଠାକୁରାଣୀ ମାଁ କହିବା ସହ କୌଣସି ଡାକ୍ତରୀ ଚିକିତ୍ସା କରିବାକୁ ପ୍ରସ୍ତୁତ ହେଉନଥିବା ବେଳେ ଏଥିପାଇଁ ସଚେତନ କରିବାକୁ ଥିବା ଜିଲ୍ଲାର ସ୍ବାସ୍ଥ୍ୟ ବିଭାଗ ମଧ୍ୟ ଚୁପ ହୋଇ ବସିବା କେତେ ଦୂର ଯଥାର୍ଥତା ତାହା ସହଜରେ ଅନୁମେୟ।

ସୂଚନା ମୁତାବକ ରାୟଗଡ ଜିଲ୍ଲା ପୌରପରିଷଦ ମଧ୍ୟରେ ରହୁଥିବା ଗୌଡ ସମ୍ପ୍ରଦାୟର ପରିବା ଚାଷୀଙ୍କ ମଧ୍ୟରେ ଏହି ହଡଫୁଟି ପ୍ରାୟ ୧୫ ଦିନ ହେଲା ବ୍ୟାପିଥିବା ବେଳେ ବର୍ତ୍ତମାନ ୩ ଜଣ ଉକ୍ତ ମହାମାରୀରେ ସଂକ୍ରମିତ ହୋଇଛନ୍ତି। କିନ୍ତୁ ଏମାନଙ୍କୁ ଯେତେ ବୁଝାଇଲେ ମଧ୍ୟ ସେମାନେ ଉକ୍ତ ରୋଗରେ ପୀଡ଼ିତ ରୋଗୀଙ୍କୁ ଚିକିତ୍ସାଳୟକୁ ନେଇ ଚିକିତ୍ସା କରିବାକୁ ମନା କରୁଥିବା ବେଳେ ଏହା ମାଁ ଠାକୁରାଣୀଙ୍କ ସମୟ ବୋଲି କହି ଘରେ ରଖି ଚିକିତ୍ସା କରାଯାଉଛି।

publive-image Sambad

ଏତେ ବଡ଼ ଘଟଣାକୁ ମାତ୍ର ଉକ୍ତ ସ୍ଥାନରୁ ୫ଶହ ମିଟର ଦୂରରେ ଥିବାବେଳେ ଲୋକେ ଡାକ୍ତରଖାନାକୁ ଯାଉ ନାହାନ୍ତି। ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ତରଫରୁ ଏନେଇ ଲୋକଙ୍କୁ ସଚେତନ କରାଇବା ଉଚିତ ବୋଲି ସାଧାରଣରେ ଦାବି ହୋଇଛି। ସ୍ବାସ୍ଥ୍ୟ ବିଭାଗ ନିକଟରେ ଏନେଇ କୌଣସି ଖବର ନଥିବା କୁହାଯାଇଛି। ଏନେଇ ବିଭିନ୍ନ ଦିଗରେ ସଚେତନ ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଜିଲ୍ଲା ସଦର ମହକୁମାରୁ ମଧ୍ୟରେ ଥିବା ଏହି ପଡା ବା ବସ୍ତି କିଭଳି ସଚେତନ ହୋଇପାରୁ ନାହିଁ ତାହା ବୁଦ୍ଧିଜୀବୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏନେଇ ଜିଲ୍ଲା ଚିକିତ୍ସା ଅଧିକାରୀ ଡାକ୍ତର ଲାଲମୋହନ ରାଉତରାୟ କହିଛନ୍ତି ଏହା ଏକ ବାୟୁଜନିତ ରୋଗ ଏହା କିଛିଦିନ ଔଷଧ ସେବନ କଲେ ରୋଗ ଦୂର ହୋଇଯିବ। ସେ ବସ୍ତିକୁ ଆମ ସ୍ବାସ୍ଥ୍ୟ ବିଭାଗ ଟିମ ପ୍ରତିଦିନ ଯାଇ ଔଷଧ ବିତରଣ କରୁଛି। ସେ ବସ୍ତିରେ ୧୨ ଜଣଙ୍କୁ ହାଡଫୁଟି ହୋଇଥିଲା ସେମାନେ ସୁସ୍ଥ ହୋଇଥିବା ବେଳେ କେବଳ ଆଉ ତିନି ଜଣଙ୍କ ଦେହରେ କିଛିକିଛି ରହିଛି ତାହା ଦୁଇ ଦିନ ମଧ୍ୟରେ କମିଯିବ। ଏହାର ସଚେତନତା କରାଯାଉଛି ଆଗକୁ ମଧ୍ୟ ସଚେତନତା  କରାଯିବ ବୋଲି କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe