ଜୟପୁରରେ ଜାଗା କିଣା ବିକା ଜୋର: ୬ଶହରୁ ଅଧିକ ଲୋକ ମାସକୁ କିଣୁଛନ୍ତି ଜାଗା

ଜୟପୁରରେ ଜାଗା କିଣା ବିକା ଜୋର: ୬ଶହରୁ ଅଧିକ ଲୋକ ମାସକୁ କିଣୁଛନ୍ତି ଜାଗା

ଜୟପୁ: କରୋନା ସଂକ୍ରମଣ ସାମାନ୍ୟ ସ୍ବାଭାବିକା ହେବା ଏବଂ ଦ୍ବିତୀୟ ପର୍ଯ୍ୟାୟ ଜାରୀ ରହିଥିଲେ ବି ଜୟପୁର ସହରରେ ଜମି କିଣା ବିକା ଜୋର ଧରିଛି। ଗତ କିଛି ଦିନ ତଳେ ଯଦିଓ ପ୍ଲଟର ଦର କମିଥିବା ବେଳେ ଏବେ ଆକାଶଛୁଆଁ ଦରରେ ବିକ୍ରୀ ହେଉଛି। ଅବିଭକ୍ତ କୋରାପୁଟ ଜିଲ୍ଲା ବାସିନ୍ଦା ତଥା କୋଭିଡ୍ ପରେ ବହୁ ଲୋକେ ଏଠାକୁ ଫେରିବାକୁ ଚାହିଁ ଏଠାରେ ଘର କରି ରହିବା ପାଇଁ ଜମି ଖୋଜୁଛନ୍ତି। ଏହି କ୍ରମରେ ଜାଗାର ଚାହିଦା ସହରରେ ବଢ଼ିବାରେ ଲାଗିଛି। ଯଦିଓ ଜମି ବିକ୍ରୀ ବଢ଼ିଛି ତେବେ ସେହି ଅନୁପାତରେ ରାଜ୍ୟ ସରକାରଙ୍କୁ ରାଜସ୍ବ ମିଳି ପାରୁନି।

ଗତ ୨୦୧୬ମସିହାରୁ ଜିଲ୍ଲା ଜମି ମୂଲ୍ୟ ନିର୍ଦ୍ଦାରଣ କମିଟି (ବେଂଚ ମାର୍କ କମିଟି)ବୈଠକ ବସିନି। ବେଂଚ ମାର୍କ ଭେଲ୍ୟୁର ୧୦ପ୍ରତିଶତ ଦରବୃଦ୍ଧି କରି ଜମି ଗୁଡ଼ିକର ରେଜିଷ୍ଟ୍ରେସନ ଚାଳିଛି ବୋଲି କହିଛନ୍ତି ସବରେଜିଷ୍ଟ୍ରାର ଏମ୍.ନୀଳକଣ୍ଟ ନାଇଡୁ। ତେବେ ଏଥିରେ ସରକାରଙ୍କୁ ଯେଉଁ ଅନୁପାତରେ ରାଜସ୍ବ ମିଳିବା କଥା ମିଳି ପାରୁନି ବୋଲି କହିଛନ୍ତି ସବରେଜିଷ୍ଟ୍ରାର।
ଅନ୍ୟ ପକ୍ଷରେ ଲୋକଙ୍କ ଚାହିଦାକୁ ଦୃଷ୍ଟିରେ ରଖି କିଛି ନ୍ୟାସ୍ତସ୍ବାର୍ଥ ବ୍ୟକ୍ତି ଜାଲ୍ କାଗଜପତ୍ର କରି ଜମି ବିକ୍ରୀ କରୁଥିବା ବି ଅଭିଯୋଗ ଜାରୀ ରହିଛି। ଗତ କିଛି ଦିନ ତଳେ ବାରିଣୀପୁଟ ଅଂଚଳରେ ଏଭଳି ଅଭିଯୋଗ ଆସିଥିଲା। ସଦ୍ୟ ଏବେ ପୁଣି ସାନକାଉଡି ଅଂଚଳରେ ଏଭଳି ହୋଇଥିବା ଏବଂ ଏହାକୁ ନେଇ ସବରେଜିଷ୍ଟ୍ରାର ପୁଲିସରେ ବି ଅଭିଯୋଗ କରିଥିଲେ।
ସହରରେ ରହିବାର ମୋହ ଯୋଗୁଁ ପ୍ରତିବର୍ଷ ଜାଗା ମୂଲ୍ୟ ୨ଗୁଣା ଲେଖା ବୃଦ୍ଧି ପାଉଛି।

ସରକାରୀ ଜାଗାକୁ ଛାଡ଼ିଦେଲେ ବର୍ତ୍ତମାନ ସହର ଭିତରେ ଘରୋଇ ଜମି ଆଉ ନାହିଁ। ଗତ କିଛି ବର୍ଷ ମଧ୍ୟରେ ଜାଗା ମୂଲ୍ୟ ଏତେ ବୃଦ୍ଧି ପାଇଛି ଯେ, ସାଧାରଣ ଲୋକଟିଏ ପକ୍ଷେ ତାହା କିଣିବା ଦୁରୂହ ବ୍ୟାପାର। ସହରର ଚାରି ପଟେ ଥିବା ୫କିଲୋମିଟର ପର୍ଯ୍ୟନ୍ତ ଜମି ପ୍ଲଟିଂ କରି ବିକ୍ରୀ ଚାଳିଛି। ବ୍ରାହ୍ମଣୀଗାଁ, ପାଂଜିଆଗୁଡା, ହାନାଗୁଡା, ବଙ୍ଗଳାବାଡ, ପଲକାପୁଟ, ବାରିଣୀପୁଟ, ବ୍ରାହ୍ମଣୀପୁଟ, ମକାପୁଟ ଅଂଚଳକୁ ମୁହାଁଇଛନ୍ତି। ଜିଲ୍ଲା ନିବନ୍ଧକଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ମାସକୁ ୬ଶହରୁ ଅଧିକା ଜାଗା କିଣିଛନ୍ତି। ବିଗତ ୫ବର୍ଷ ଭିତରେ ଜୟପୁର ସହରର ପ୍ରାୟ ସବୁ ସାହି, ଗଳି, ବ୍ୟବସାୟୀକ ଅଂଚଳର ସବୁ ଜାଗାର ମୂଲ୍ୟ ଆଶାତୀତ ବୃଦ୍ଧି ଘଟିଛି।

ଏହା ସତ୍ତ୍ବେ ଏମିତି କିଛି ଜାଗା ରହିଛି ଯାହାକୁ କିଣିବା ପାଇଁ ଲୋକେ ଏବେ ବି ବ୍ୟାକୁଳ। ସେଗୁଡିକ ହେଲା ପାରାବେଢ଼ା, ପାୱାରହାଉସ କୋଲନୀ, ନୂଆସାହି, ମୁଖ୍ୟରାସ୍ତା, ଭୁପତ୍ତିସାହି, ମହାରାଣୀପେଟା,ସୂର୍ଯ୍ୟମହଲ, ହୋଟେଲ ହାଲୋ ଜୟପୁର, ଭିଆଇପି ଲାଇନ, ଗାନ୍ଧୀଛକ, ବାଇପାସ୍ ରାସ୍ତା, ଜୟନଗର, ହାନାଗୁଡା, ତେଲିଗୁଡା , ଏଲଆଇସି କାର୍ଯ୍ୟାଳୟ, ଗ୍ଲୋକାଲ ହସ୍ପିଟାଲ ଅଂଚଳ। ବେଂଚ ମାର୍କ ଭେଲ୍ୟୁ କମିଟି ବୈଠକ କୋଭିଡ୍ ପାଇଁ ବସି ପାରିନି। ଯଦିଓ ସହରର ବହୁ ଜମିର ମୂଲ୍ୟ ଅମୁଲ ମୂଲ ରହିଥିଲେ ହେଁ ବେଂଚ ମାର୍କ ଭେଲ୍ୟୁ କମ୍ ରହିଥିବାରୁ ସେ ଅନୁଯାୟୀ ବାଧ୍ୟ ହୋଇ ଜମି ପଂଜରଣ କରାଯାଉଛି ବୋଲି କହିଛନ୍ତି ସବରେଜିଷ୍ଟ୍ରାର। ଏହା ଦ୍ବାରା ସରକାର ରାଜସ୍ବ ହରାଉଛନ୍ତି। ପ୍ରଶାସନ ଏଦିଗରେ ଦୃଷ୍ଟି ଦେବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe