ଲଗାମ ହୀନ ତେଲ ଦର; ଜୟପୁରରେ ପେଟ୍ରୋଲରେ ସର୍ବକାଳୀନ ରେକର୍ଡ

Advertisment

ଲିଟର ୮୯ଟଙ୍କା ଟପିଲା ଡିଜେଲ ବି ୮୬ଟଙ୍କା ଟପି ନୂଆ ରେକର୍ଡ

ଲିଟର ୮୯ଟଙ୍କା ଟପିଲା ଡିଜେଲ ବି ୮୬ଟଙ୍କା ଟପି ନୂଆ ରେକର୍ଡ

ପେଟ୍ରୋଲ୍‌ ପୁଣି ୧୦୦ ଟପିଲା

Sambad

ଜୟପୁର: ଦେଶରେ ହୁହୁ ହୋଇ ବଢ଼ିବାରେ ଲାଗିଛି ତୈଳ ଦର। ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧିରେ ଅତିଷ୍ଟ ହେଲେଣି ଖାଉଟି। ପୂର୍ବଭଳି ଘରୋଇ ବଜାରରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ବୃଦ୍ଧି ପରିଲକ୍ଷିତ ହୋଇଛି। ଏହି କ୍ରମରେ କୋରାପୁଟ ଜିଲ୍ଲାର ଜୟପୁରରେ ପେଟ୍ରୋଲ ଲିଟର ପିଛା ୮୯ଟଙ୍କା ଟପି ନୂଆ ସର୍ବକାଳୀନ ରେକର୍ଡ ପ୍ରତିଷ୍ଠା ହୋଇଛି। କେ‌ବଳ ପେଟ୍ରୋଲ ହିଁ ନୁହେଁ ଡିଜେଲି ବି ଲିଟର ପିଛା ୮୬ଟଙ୍କା ଟପି ନୂଆ ରେକର୍ଡ କରିଛି। ଗତ ଦୁଇ ଦିନ ହେବ ଯଦିଓ ଦରବୃଦ୍ଧି ହୋଇ ନଥିଲେ ହେଁ ଗତ ସପ୍ତାହକ ମଧ୍ୟରେ ଏହି ରେକର୍ଡ ସ୍ଥାପନ ହୋଇଛି। ଏବେ ଜୟପୁର ଘରୋଇ ବଜାରରେ ପେଟ୍ରୋଲ ଲିଟର ପିଛା ୮୯ଟଙ୍କା ୯୮ପଇସା ରହିଥିବା ବେଳେ ଡିଜେଲ ଲିଟର ପିଛା ୮୬ଟଙ୍କା ୧୨ ପଇସାରେ ପହଂଚିଛି।

କରୋନା ମହାମାରୀ ସମୟରେ ଶେଷଥର ପାଇଁ ୨୦୨୦ମାର୍ଚ୍ଚ ୧୭ରୁ ଜୁନ ୬ ମଧ୍ୟରେ କ୍ରମାଗତ ଭାବେ ୫୨ଦିନ ଧରି ଦେଶରେ ତୈଳଦର ଅପରିବର୍ତ୍ତିତ ରହିଥିଲା। ସଂପ୍ରତି ଅର୍ନ୍ତଜାତୀୟ ବଜାରରେ ଅଶୋଧିତ ତୈଳ ଦରକୁ ଭିତ୍ତି କରି ଘରୋଇ ବଜାରରେ ଦୈନିକ ଭିତ୍ତିରେ ସରକାର ତୈଳ ମୂଲ୍ୟ ସଂଶୋଧନ କରୁଛନ୍ତି। ପଡୋଶୀ ରାଜ୍ୟ ଆନ୍ଧ୍ର ପ୍ରଦେଶରେ ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ଏକ ଟଙ୍କାରୁ ୨ଟଙ୍କା ପର୍ଯ୍ୟନ୍ତ ଅଧିକା ରହୁଥିବାରୁ ସେଠାରୁ ଆସୁଥିବା ବସ, ଟ୍ରକ, କାର ଆଦି ଏଠାକାର ପେଟ୍ରୋଲ ପମ୍ପ ଗୁଡ଼ିକରେ ତେଲ ଭରୁଥିବା ଦେଖିବାକୁ ମିଳିଛି।

ତେଲ ଦର ବୃଦ୍ଧି ପରେ ଏବେ ମାଲ ପରିବହନ କରୁଥିବା ଟ୍ରକ, ଭ୍ୟାନ, ଯାତ୍ରୀ ପରିବହନ କରୁଥିବା ଟ୍ୟାକ୍ସି, କାର, ଓ ବସ ଗୁଡିକ ବି ଭଡ଼ା ବୃଦ୍ଧି କରିବାକୁ ଯୋଜନା ଆରମ୍ଭ କରିଛନ୍ତି। ପ‌େଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ସିଧାସଳଖ ଭାବେ ବଜାର ଉପରେ ପଡ଼ୁଥିବାରୁ ଆଗାମୀ ଦିନରେ ବିଭିନ୍ନ ଦୈନନ୍ଦିନ ସାମଗ୍ରୀର ବି ଦରବୃଦ୍ଧିର ସମ୍ଭାବନାକୁ ଏଡ଼ାଇ ହେବ ନାହିଁ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe