ବାତଜ୍ୱର ନିରାକରଣ ପାଇଁ ମୟୂରଭଂଜ ଜିଲ୍ଲାରେ ସାର୍ବଜନୀନ ଔଷଧ ସେବନ କାର୍ଯ୍ୟକ୍ରମ ଆରମ୍ଭ

Advertisment

୨୬ଲକ୍ଷ ଲୋକ ସାମିଲ; ଆସନ୍ତା ମାସ ୬ ପର୍ୟ୍ୟନ୍ତ ଜାରି ରହିବ

୨୬ଲକ୍ଷ ଲୋକ ସାମିଲ; ଆସନ୍ତା ମାସ ୬ ପର୍ୟ୍ୟନ୍ତ ଜାରି ରହିବ

ବାତଜ୍ୱର ନିରାକରଣ ପାଇଁ ମୟୂରଭଂଜ ଜିଲ୍ଲାରେ ସାର୍ବଜନୀନ ଔଷଧ ସେବନ କାର୍ଯ୍ୟକ୍ରମ ଆରମ୍ଭ

Sambad

ବାରିପଦା: ମୟୂରଭଂଜ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ବାତଜ୍ବର (ଫାଇଲେରିଆସିସ୍‌) ନିରାକରଣ ପାଇଁ ସାମୁହିକ ଔଷଧ ସେବନ (ଏମ୍‌ଡ଼ିଏ) କାର୍ଯ୍ୟକ୍ରମ ଗୁରୁବାର ଠାରୁ ଆରମ୍ଭ ହୋଇଛି। ଏହା ଆସନ୍ତା ମାସ ୬ ତାରିଖ ପର୍ଯ୍ୟନ୍ତ ଜାରି ରହିବା ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ତଥା ଜନସ୍ୱାସ୍ଥ୍ୟ ଅଧିକାରୀ ଡଃ. ରୂପଭାନୁ ମିଶ୍ର ସୂଚନା ଦେଇଛନ୍ତି।

ଏହି ଅଭିଯାନ ଜିଲ୍ଲାର ସମସ୍ତ ୨୬ଟି ବ୍ଲକ ସମେତ ୪ ପୌରାଂଚଳର ମୋଟ ୪୯୪୮ ଗ୍ରାମରେ ଦୁଇ ବର୍ଷରୁ କମ୍ ଶିଶୁ, ଗର୍ଭବତୀ ମହିଳା ଏବଂ ଦୀର୍ଘ ଦିନରୁ ଅସୁସ୍ଥ ଥିବା ବ୍ୟକ୍ତିଙ୍କୁ ଛାଡ଼ି ଅନ୍ୟ ସମସ୍ତ ୨ ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କୁ ଫାଇଲେରିଆସିସ୍ (ବାତଜ୍ୱର) ବଟିକା ଔଷଧ ସେବନ ଅଭିଯାନରେ ସାମିଲ କରାଯିବ। ଏଥିପାଇଁ ଜିଲ୍ଲାର ୨୬ ଲକ୍ଷ ଲୋକଙ୍କୁ ଏହି ଔଷଧ ସେବନ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିବା ବେଳେ ଏହି କାର୍ଯ୍ୟକ୍ରମର ସୁପରିଚାଳନା ପାଇଁ ନିୟୋଜିତ ହୋଇଥିବା ୫୫୬୦ ତାଲିମ ପ୍ରାପ୍ତ ଆଶା, ଅଙ୍ଗନୱାଡି କର୍ମୀ ଏବଂ ସ୍ୱେଚ୍ଛାସେବୀ ମାନଙ୍କ ଦ୍ୱାରା ପ୍ରତ୍ୟେକ ପରିବାର ଘରକୁ ଘର ଯାଇ ସ୍ୱାସ୍ଥ୍ୟ ବିଭାଗ ଅନୁମୋଦିତ ବୟସ ଅନୁପାତ ହିସାବରେ ଡିଇସି ଓ ଆଲବେଣ୍ଡାଜଲ୍ ବଟିକା ଔଷଧ ସେବନ କରାଇବେ।

ଏହାର ସୁପରିଚାଳନା ଓ ତଦାରଖ ପାଇଁ ୫୫୬ ଜଣ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ସୁପରଭାଜର ଭାବେ ନିୟୋଜିତ କରାଯାଇଛି। ବାତଜ୍ୱର ଔଷଧ ସମସ୍ତେ ସେବନ କରି ନିଜକୁ (ବାତଜ୍ୱର) ଫାଇଲେରିଆରୁ ମୁକ୍ତ ରଖିବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡଃ. ମିଶ୍ର ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି। ଏହି ଅବସରରେ ଜିଲ୍ଲା ମ୍ୟାଲେରିଆ ଅଧିକାରୀ ତଥା ଜିଲ୍ଲା ନୋଡାଲ ଅଧିକାରୀ ଡଃ. ବନମାଳୀ ପ୍ରଧାନ, ଜିଲ୍ଲା ପରିବାର କଲ୍ୟାଣ ଅଧିକାରୀ ଡଃ. ସୁନନ୍ଦା ମିଶ୍ର ଓ ଡିପିଏମ୍, ଏନ୍‌ଏଚ୍‌ଏମ୍ ପିପି ପତୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe