ସାହିତ୍ୟ ଘର ପାଳିଲା ଫାଶୀ ଦିବସ

Advertisment
ସାହିତ୍ୟ ଘର ପାଳିଲା ଫାଶୀ ଦିବସ

Sambad

ମାଲକାନଗିରି: ମାଲକାନଗିରି ସମ୍ବାଦ ସାହିତ୍ୟ ଘର ତରଫୁ ସ୍ଥାନୀୟ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସହିଦ ଲକ୍ଷ୍ମଣ ନାୟକଙ୍କ ଫାଶୀ ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସଭାପତି ଡଃ. ରଞ୍ଜନ କୁମାର ସ୍ବାଇଁ ଅଧ୍ୟକ୍ଷତା କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ନାରାୟଣ ଭୋଳ, ପ୍ରକାଶ ଚନ୍ଦ୍ର ପଟନାୟକ, ପ୍ରକାଶ ଚନ୍ଦ୍ର ନାୟକ, ଅଲେଖ ପାତ୍ର, ଜୟଦେବ ରାଉଳ, ଶ୍ରୀଧର ସାହୁ, ଅଙ୍ଗୁରବାଳା ସ୍ବାଇଁ, ପ୍ରମୋଦ ସେନାପତି, ସଂପାଦକ ସୁକାନ୍ତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ସହିଦ ଲକ୍ଷ୍ଣଣ ନାୟକଙ୍କ ଜୀବନୀ ଉପରେ ଆଲୋଚନା କରାଯାଇଥିଲା।

publive-image Sambad

ସ୍ବାଧୀନତା ସଂଗ୍ରାମରେ ତାଙ୍କର ବଳିଦାନକୁ ମନେ ପକାଯାଇଥିଲ। ଆଜିର ଦିନରେ ସହିଦ ଲକ୍ଷ୍ଣଣ ନାୟକଙ୍କୁ ଫାଶୀ ଦିଆଯାଇଥିଲା। ଏହି ଦିନକୁ ମନେ ପକାଇବା ପାଇଁ ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନ ତରଫରୁ ଫାଶୀ ଦିବସ ପାଳନ କରାଯାଇଥିଲା। ଛାତ୍ରଛାତ୍ରୀ ମାନଙ୍କୁ ସହିଦ ଲକ୍ଷ୍ଣଣ ନାୟକଙ୍କ ଜୀବନୀ ଗାଥା ଅତିଥି ମାନେ ବର୍ଣ୍ଣନା କରି ସେ ନିଜ ଅଞ୍ଚଳର ବୋଲି ବୁଝାଇଥିଲେ। କାର୍ଯ୍ୟକ୍ରମ ଶେଷରେ ସୁକାନ୍ତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe