ଫିରିଙ୍ଗିଆ ଥାନା ପୋଡି ଘଟଣାରେ ଆଉ ଦୁଇ ଭାଇ ଗିରଫ, ୨୧ରେ ପହଞ୍ଚିଲା ଗିରଫଙ୍କ ସଂଖ୍ୟା

ଫିରିଙ୍ଗିଆ ଥାନା ପୋଡି ଘଟଣାରେ ଆଉ ଦୁଇ ଭାଇ ଗିରଫ, ୨୧ରେ ପହଞ୍ଚିଲା ଗିରଫଙ୍କ ସଂଖ୍ୟା

ଫିରିଙ୍ଗିଆ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ପୋଡି ଘଟଣାରେ ଆଜି ଆଉ ଦୁଇ ଜଣ ଗିରଫ ହୋଇଛନ୍ତି | ଏହି ଦୁଇ ଜଣଙ୍କ ନାମ ଚନ୍ଦ୍ରଶେଖର ବେହେରା ଓ ବିଘ୍ନେଶ୍ୱର ବେହେରା ହୋଇଥିବାବେଳେ ଟିକାବାଲି ଥାନା ଗଡ଼ରଙ୍ଗିଆ ଗ୍ରାମରୁ ୨ ଭାଇଙ୍କୁ ଗିରଫ କରାଯାଇଛି | ଏମାନଙ୍କୁ ମିଶାଇ ଥାନା ପୋଡି ମାମଲାରେ ଗିରଫ ସଂଖ୍ୟା ୨୧ରେ ପହଞ୍ଚିଛି | ସୂଚନାଯୋଗ୍ୟ, ଅଗଷ୍ଟ ୫ ତାରିଖ ପୂର୍ବାହ୍ନରେ ସ୍ଥାନୀୟ ଅଞ୍ଚଳର ଶତାଧିକ ଲୋକ ଫିରିଙ୍ଗିଆ ଥାନାଧିକାରୀ ତପନ କୁମାର ନାହାକ ଏବଂ ‌ତାଙ୍କ ନିର୍ଦ୍ଦେଶରେ ଗଞ୍ଜେଇ ଚାଲାଣ କରୁଥିବା ଫିରିଙ୍ଗିଆ ଥାନାର ୨ ଜଣ ହୋମ୍‌ଗାର୍ଡ଼ଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ଫିରିଙ୍ଗିଆ ବ୍ଲକ୍ କାର୍ଯ୍ୟାଳୟ ନିକଟରେ ଫୁଲବାଣୀ-ବାଲିଗୁଡ଼ା ମୁଖ୍ୟରାସ୍ତାକୁ ଦୀର୍ଘ ସମୟ ଧରି ଅବରୋଧ କରିଥିଲେ।

ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଇବାକୁ ଏସ୍‌ଡିପିଓ ସୁପ୍ରସନ୍ନ ମଲିକ ଏବଂ ତହସିଲଦାର ଏମ୍‌.ଅନୁରାଧାଙ୍କ ନେତୃତ୍ବରେ ଏକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଥିଲା। ତେବେ ଉତ୍ତ୍ୟକ୍ତ ଲୋକେ ପୁଲିସ ଏବଂ ତହସିଲଦାରଙ୍କ ଉପରକୁ ଆକ୍ରମଣ କରିଥିଲେ। ପୁଲିସ ହସ୍ତକ୍ଷେପ କରିବା ପରେ ଖଣ୍ଡଯୁଦ୍ଧ ହୋଇଥିଲା। ପାଖାପାଖି ୫୦୦ରୁ ଅଧିକ ଉତ୍ତ୍ୟକ୍ତ ଲୋକେ ସେଠାରୁ ଫିରିଙ୍ଗିଆ ଥାନାକୁ ଯାଇ ଭିତରେ ଧସେଇ ପଶି ଜବତ ଚୋରା ବାଇକ୍ ଓ ଚାରିଚକିଆ ଗାଡ଼ିଲେ ନିଆଁ ଲଗାଇଦେଇଥିଲେ। ମାଲ୍‌ଖାନାରେ ଗଚ୍ଛିତ ଜବତ ଗଞ୍ଜେଇ ମଧ୍ୟ ପୋଡ଼ିଦେଇଥିଲେ। ଫଳରେ ଫିରିଙ୍ଗିଆରେ ଏକ ବଡ଼ଧରଣର ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ‌ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe