ବିଳମ୍ବିତ ରାତିରେ ଘରେ ପଶି ମା’ ଓ ଝିଅଙ୍କୁ ମାରପିଟ କରିବା ଅଭିଯୋଗରେ ଗିରଫ ଫୁଲବାଣୀର ପୂର୍ବତନ ବିଧାୟକଙ୍କୁ ମିଳବ ଜାମିନ୍‌

ବିଳମ୍ବିତ ରାତିରେ ଘରେ ପଶି ମା’ ଓ ଝିଅଙ୍କୁ ମାରପିଟ କରିବା ଅଭିଯୋଗରେ ଗିରଫ ଫୁଲବାଣୀର ପୂର୍ବତନ ବିଧାୟକଙ୍କୁ ମିଳବ ଜାମିନ୍‌

ଫୁଲବାଣୀ : ବିଳମ୍ବିତ ରାତିରେ ଘରେ ପଶି ମା’ ଓ ଝିଅଙ୍କୁ ମାରପିଟ କରିବା ଅଭିଯୋଗରେ କନ୍ଧମାଳ ପୁଲିସ ଫୁଲବାଣୀର ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁରଙ୍କୁ ଗଞ୍ଜାମ-ଆନ୍ଧ୍ର ସୀମାନ୍ତ ଇଚ୍ଛାପୁରରୁ ଗିରଫ କରିଥିଲା। ଗତକାଲି ଅର୍ଥାତ୍‌ ମଙ୍ଗଳବାର ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁରଙ୍କ ବେଲ୍‌ ମିଳିବ ବୋଲି ସୂଚନା ମିଳିଛି। ଏହାସହ ତାଙ୍କ ଡ୍ରାଇଭର ରିଙ୍କୁ ସାହୁ ଓରଫ ନାନୋ ରଞ୍ଜନ ସାହୁଙ୍କୁ ମଧ୍ୟ ପୁଲିସ ଗିରଫ କରିଥିଲା। ଫୁଲବାଣୀ ସଦର ଥାନା କେସ୍‌ ନଂ ୫୩/୧୮ ପ୍ରକାରେ ପୁଲିସ ତାଙ୍କ ବିରୋଧରେ ଆଇପିସି ଧାରା ୪୫୧/୨୯୪/୩୨୩/୩୫୪/୫୦୬/୩୭୯/୩୪ ଓ ଆଇଟି ଆକ୍ଟ ୬୭(କ) ଅନୁସାରେ ମାମଲା ରୁଜୁ କରିଥିଲା।

ଅଭିଯୋଗ ଅନୁଯାୟୀ, ପୂର୍ବତନ ବିଧାୟକ ଶ୍ରୀ କହଁର ନିଜ ଗାଡିରେ ଗଉଡ଼ପଡା ଗାଁ’ର ଜନୈକ ମହିଳାଙ୍କ ଘରକୁ ବିଳମ୍ବିତ ରାତିରେ ଯାଇ ମା’ ଓ ଝିଅଙ୍କୁ ଗାଳିଗୁଲଜ କରିଥିଲେ। ତାଙ୍କ ସାଙ୍ଗରେ ଗାଡ଼ି ଡ୍ରାଇଭର ମଧ୍ୟ ଏଥିରେ ସହଯୋଗ କରିଥିଲେ। ପରେ ସେମାନେ ମା’, ଝିଅଙ୍କୁ ମାଡ଼ପିଟ୍‌ କରିଥିଲେ। ଏଥିରେ ମହିଳା ଓ ତାଙ୍କ ଝିଅ ସାମାନ୍ୟ ଆହତ ମଧ୍ୟ ହୋଇଥିଲେ। ତାଙ୍କର ଏକ ସୁନାଚେନ ଓ ଗୋଟିଏ ମୋବାଇଲ ଛଡ଼ାଇ ନେଇଥିବା ମଧ୍ୟ ଅଭିଯୋଗ ହୋଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe