ରଖେ ହରି ମାରେ କିଏ ? ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କାରେ ୧୦ଫୁଟ ଦୂରକୁ ଛିଟିକି ପଡ଼ିଥିବା ଶିଶୁକୁ ଲାଗିଲା ନାହିଁ ସାମାନ୍ୟ ଆଘାତ !

ରଖେ ହରି ମାରେ କିଏ ? ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କାରେ ୧୦ଫୁଟ ଦୂରକୁ ଛିଟିକି ପଡ଼ିଥିବା ଶିଶୁକୁ ଲାଗିଲା ନାହିଁ ସାମାନ୍ୟ ଆଘାତ !

କଟକ: କଟକ ଜିଲ୍ଲା ନିଆଳି ଥାନା ନାଉଗାଁ ନୂଆହାଟ ରାସ୍ତାରେ ବେତେଣ୍ଡା ହନୁମାନ ମନ୍ଦିର ନିକଟରେ ମଙ୍ଗଳବାର ସକାଳୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଥିଲା। ଏକ ପିକ୍‌-ଅପ୍‌ ଭ୍ୟାନ୍‌ ଧକ୍କାରେ ତିନିଜଣ ଗୁରୁତର ହୋଇଥିବା ବେଳେ ଜଣେ ୬ବର୍ଷର ଶିଶୁ ପୁତ୍ର ଆଶ୍ଚର୍ଯ୍ୟଜନକ ଭାବେ ସଂପୂର୍ଣ୍ଣ ଅକ୍ଷତ ଅବସ୍ଥାରେ ବଞ୍ଚି ଯାଇଥିବା ଦେଖିବାକୁ ମିଳିଥିଲା।

publive-image

ଆଜି ସକାଳୁ ନାଉଗାଁ ନୂଆହାଟ ରାସ୍ତାରେ ବେତେଣ୍ଡା ହନୁମାନ ମନ୍ଦିର ନିକଟରେ ଏକ ପିକ୍‌-ଅପ୍‌ ଭ୍ୟାନ୍‌ ଭାରସାମ୍ୟ ହରାଇ ଏକ ପାନ ଦୋକାନ ଉପରକୁ ହଠାତ ମାଡି ଯାଇଥିଲା। ଫଳରେ ପାନ ଦୋକାନରେ ଥିବା ୩ଜଣ ପିକ୍‌-ଅପ୍‌ ଭ୍ୟାନ ଧକ୍କାରେ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ଚାରିଛକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ତିନିଜଣଙ୍କ ଅବସ୍ଥା ଶୋଚନୀୟ ହେବାରୁ ସମସ୍ତଙ୍କୁ କଟକ ଏସ୍‌ସିବିକୁ ସ୍ଥାନାନ୍ତର କରିଥିଲେ ଡାକ୍ତର।

publive-image

ତେବେ ଏହି ଦୁର୍ଘଟଣାରେ ଏକ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଦେଖିବାକୁ ମିଳିଥିଲା। ପାନ ଦୋକାନ ଉପରେ ପିକ୍‌-ଅପ୍‌ ଭ୍ୟାନ ମାଡି ଯାଇ ୩ଜଣ ଗୁରୁତର ହୋଇଥିବା ବେଳେ ସେଠାରେ ଥିବା ୬ବର୍ଷର ଜଣେ ଶିଶୁ ପୁତ୍ର ବି ଏହି ଦୁର୍ଘଟଣାର ଶିକାର ହୋଇ ୧୦ଫୁଟ ଦୂରକୁ ଛିଟିକି ପଡ଼ିଥିଲା। କଥାରେ ଅଛି ‘ରଖେ ହରି ମାରେ କିଏ’। ଏହାର ଏକ ଉଦାହରଣ ଏଠାରେ ଦେଖିବାକୁ ମିଳିଥିଲା। ଦୁର୍ଘଟଣାରେ ଶିଶୁ ପୁତ୍ରଟି ୧୦ଫୁଟ ଦୂରକୁ ଛିଟିକି ପଡ଼ିଥିଲେ ବି ସୌଭାଗ୍ୟବଶତଃ ତାର ଶରୀରରେ ସାମାନ୍ୟ ଆଘାତ ବି ଲାଗି ନ ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe