ପିକ୍‌ଅପ୍‌ ଭ୍ୟାନ୍ ଦୁର୍ଘଟଣା ଗ୍ରସ୍ତ, ୪ ଗୁରୁତର

Advertisment

ସ୍ୱାଭିମାନ ଅଞ୍ଚଳ ଗାଜଲମାମୁଡ଼ି ପଞ୍ଚାୟତ ସ୍ଥିତ ବନ୍ଧଗୁଡା ଘାଟି ନିକଟରେ ଭାରସାମ୍ୟ ହରାଇ ପିକ୍‌ଅପ୍ ଭ୍ୟାନ୍ ଓଲଟି ପଡ଼ିଛି। ଏହି ଦୁର୍ଘଟଣାରେ ଦୁଇ ମହିଳା ଓ  ଦୁଇ ପୁରୁଷ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କର ଚିକିତ୍ସା ଜାନବାଇ ଚିକିତ୍ସାଳୟରେ କରାଯାଉଛି...

ସ୍ୱାଭିମାନ ଅଞ୍ଚଳ ଗାଜଲମାମୁଡ଼ି ପଞ୍ଚାୟତ ସ୍ଥିତ ବନ୍ଧଗୁଡା ଘାଟି ନିକଟରେ ଭାରସାମ୍ୟ ହରାଇ ପିକ୍‌ଅପ୍ ଭ୍ୟାନ୍ ଓଲଟି ପଡ଼ିଛି। ଏହି ଦୁର୍ଘଟଣାରେ ଦୁଇ ମହିଳା ଓ  ଦୁଇ ପୁରୁଷ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କର ଚିକିତ୍ସା ଜାନବାଇ ଚିକିତ୍ସାଳୟରେ କରାଯାଉଛି...

WhatsApp Image 20a24-10-17 at 1.21.30 PM

ଚିତ୍ରକୋଣ୍ଡା: ସ୍ୱାଭିମାନ ଅଞ୍ଚଳ ଗାଜଲମାମୁଡ଼ି ପଞ୍ଚାୟତ ସ୍ଥିତ ବନ୍ଧଗୁଡା ଘାଟି ନିକଟରେ ଭାରସାମ୍ୟ ହରାଇ ପିକ୍‌ଅପ୍ ଭ୍ୟାନ୍ ଓଲଟି ପଡ଼ିଛି। ଏହି ଦୁର୍ଘଟଣାରେ ଦୁଇ ମହିଳା ଓ  ଦୁଇ ପୁରୁଷ ଗୁରୁତର ଆହତ ହୋଇଛନ୍ତି।

ସେମାନଙ୍କର ଚିକିତ୍ସା ଜାନବାଇ ଚିକିତ୍ସାଳୟରେ କରାଯାଉଛି। ସୂଚନା ଅନୁଯାୟୀ ଗୁରୁବାର ଆଲମପକାଠାରେ ହେଉଥିବା ସପ୍ତାହିକ ହାଟକୁ ଯାଉଥିବା ସମୟରେ ପିକ୍‌ଅପ୍ ଭ୍ୟାନ୍ ଭାରସାମ୍ୟ ହରାଇ ରାସ୍ତାକଡ଼ରେ  ଓଲଟି ପଡିଥିଲା।

ଗାଡିରେ ଥିବା ହାଟ ବ୍ୟବସାୟୀମାନେ ଅଳ୍ପକେ ବର୍ତ୍ତିଯାଇଥିବା ବେଳେ ଦୁଇ ଜଣ ମହିଳା ଓ  ଦୁଇ ଜଣ ପୁରୁଷ ଗୁରୁତର ଆହତ ହୋଇଥିଲେ। ପ୍ରାଥମିକ ଚିକିତ୍ସା ପରେ ବର୍ତ୍ତମାନ୍ ଗୁରୁତରଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ହୋଇଥିବା ଜଣାପଡ଼ିଛି। 

ସ୍ୱାଭିମାନ ଅଞ୍ଚଳରେ ବିଭିନ୍ନ ସମସ୍ୟା ରହିଥିବା ଅଭିଯୋଗ ହେଉଛି। ଯୋଗଯୋଗ ପାଇଁ ମୋବାଇଲ ନେଟୱାର୍କ ନିର୍ମାଣ କରାଯାଉଛି ସତ, କିନ୍ତୁ ନେଟୱାର୍କ ବର୍ତ୍ତମାନ୍ ସୁଦ୍ଧା ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହୋଇପାରି ନାହିଁ। ସେହିପରି ରାସ୍ତା ସମସ୍ୟା ପରିବହନରେ ମୁଖ୍ୟ ବାଧକ ପାଲଟିଛି। ନିମ୍ନମାନର ରାସ୍ତା କାମ ଯୋଗୁ ବାରମ୍ବାର ଏହିଭଳି ଦୁର୍ଘଟଣା ଘଟୁଥିବା ଅଭିଯୋଗ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe