ଭାରସାମ୍ୟ ହରାଇ ଓଲଟି ପଡିଲା ପିକ୍‌ଅପ୍‌ ଭ୍ୟାନ୍‌, ୭ଯାତ୍ରୀ ଆହତ, ୪ ଗୁରୁତର

ଭାରସାମ୍ୟ ହରାଇ ଓଲଟି ପଡିଲା ପିକ୍‌ଅପ୍‌ ଭ୍ୟାନ୍‌, ୭ଯାତ୍ରୀ ଆହତ, ୪ ଗୁରୁତର

ସାଙ୍କେତିକ ଫଟୋ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ଟିକାୟତପଲ୍ଲୀ ଥାନା ଅନ୍ତର୍ଗତ ଶଙ୍ଖନାଲି ନିକଟରେ ସୋମବାର ଅପରାହ୍ନରେ ଏକ ସଡକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଏକ ପିକଅପ ଭ୍ୟାନ ଓଲଟିପଡିଥିଲା। ଫଳରେ ଦୁର୍ଘଟଣାରେ ୭ଜଣ ଆହତ ହୋଇଥିବାବେଳେ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଗୁରୁତରଙ୍କୁ ସଙ୍ଗେସଙ୍ଗେ ଚିକିତ୍ସା ପାଇଁ ରାଉରକେଲା ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନାନୁଯାୟୀ, ଦୁର୍ଘଟଣାଗ୍ରସ୍ତ ପିକଅପ ଭ୍ୟାନରେ ୧୧ ଜଣ ଯାତ୍ରୀ ବସି ଯାତ୍ରା କରୁଥିଲେ। ପିକ୍‌ଅପ୍‌ ଭ୍ୟାନ୍‌ଟି ଦ୍ରୁତଗତିରେ ଯାଉଥିବା ସମୟରେ ହଠାତ ଭାରସାମ୍ୟ ହରାଇଥିଲା ଓ ଓଲଟି ପଡିଥିଲା। ଫଳରେ ୭ଜଣ ଯାତ୍ରୀ ଏଥିରେ ଆହତ ଓ ୪ ଜଣ ଗୁୁରୁତର ହୋଇଥିଲେ। ଦୁର୍ଘଟଣା ସମ୍ପର୍କରେ ଖବର ପାଇ ସ୍ଥାନୀୟ ଲୋକେ ଘଟଣାସ୍ଥଳକୁ ସହାୟତା ପାଇଁ ଚାଲି ଆସିଥିଲେ। ସ୍ଥାନୀୟଲୋକଙ୍କ ସହାୟତାରେ ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ବଣାଇ ଉପଖଣ୍ଡ ହସ୍ପିଟାଲକୁ ଚିକିତ୍ସା ପାଇଁ ପଠାଯାଇ ଥିଲା। ତେବେ ୪ ଜଣଙ୍କ ଅବସ୍ଥା ଅତି ଶୋଚନୀୟ ଥିବାରୁ ସେମାନଙ୍କୁ ରାଉରକେଲା ସରକାରୀ ହସ୍ପିଟାଲକୁ ପଠାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe