ଜଗତସିଂହପୁର ଚାଷୀଖଣ୍ଡରେ ଷ୍ଟ୍ରବେରି ବଗିଚା; ପଲିମର୍‌ ଇଂଜିନିୟରରୁ ସଫଳ ଫଳ ଚାଷୀ ଚିନ୍ମୟ

Advertisment
ଜଗତସିଂହପୁର ଚାଷୀଖଣ୍ଡରେ ଷ୍ଟ୍ରବେରି ବଗିଚା; ପଲିମର୍‌ ଇଂଜିନିୟରରୁ ସଫଳ ଫଳ ଚାଷୀ ଚିନ୍ମୟ

Sambad

ବିରିଡି: ଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକ ଅନ୍ତର୍ଗତ ୨୨ ମୌଜାର ଚାଷୀଖଣ୍ତ ଭଳି ଏକ ଅଖ୍ୟାତପଲ୍ଲୀରେ ଜଣେ ସୁଦକ୍ଷ ଇଂଜିନିୟରରୁ ଫଳଚାଷୀଭାବେ ନିଜକୁ ବିଖ୍ୟାତ ପ୍ରମାଣିତ କରିଛନ୍ତି ଚିନ୍ମୟ କୁମାର ଦାଶ। ପାଠ ପଢିଥିଲେ ପଲିମର ଇଂଜିନିୟରିଂ। ବାପା ଚିତ୍ତରଞ୍ଜନ ଦାଶ ସ୍ବାଧୀନତା ସଂଗ୍ରାମର ପ୍ରୟୋଗଶାଳା ବାଗଲପୁର ଭଳି ଗଢି ଉଠିଥିବା ବାଗଲପୁର ବାଳିକା ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକରୁ ଅବସର ନେଇଛନ୍ତି । ମାତା ମିନାକ୍ଷୀ ମଧ୍ୟ ଚାଷୀଖଣ୍ତ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷୟିତ୍ରୀ ଥିଲେ। ଚିନ୍ମୟ ଇଂଜିନିୟରିଂ ପରେ ହାଇଦ୍ରାବାଦର ଏକ ନାମୀ କମ୍ପାନିରେ ଅବସ୍ଥାପିତ ହୋଇ ପାରଦର୍ଶିତା ବି ପ୍ରମାଣିତ କରିଥିଲେ। ହେଲେ ଭାଗ୍ୟ ସାଥ୍ ଦେଲାନାହିଁ। ଏକ ସଡକ ଦୁର୍ଘଟଣାରେ ଗୁତୁତର ଆହତ ହୋଇ ଦୀର୍ଘକାଳୀନ ଛୁଟିରେ ରହିଥିଲେ। ସୁସ୍ଥ ହେଲାପରେ ହାଇଦ୍ରାବାଦ କମ୍ପାନି କର୍ତୃପକ୍ଷ ତାଙ୍କୁ କର୍ମସ୍ଥଳକୁ ଫେରାଇ ନେବାପାଇଁ ଉଦ୍ୟମ କରିଥିଲେ। ଓଡିଶା ଆସି ଚିନ୍ମୟଙ୍କୁ ଅନୁରୋଧ ମଧ୍ୟ କରିଥିଲେ। ହେଲେ ସାନଭାଇର ଅଚାନକ ମୃତ୍ୟୁ ସାରା ପରିବାରକୁ ବ୍ୟଥିତ କରିଥିବାବେଳେ କରୋନା ପ୍ରଭାବରୁ ଲକଡାଉନ ସଟଡାଉନ ନିୟମ ମାନି ଓ ଘରର ଅନୁରୋଧ କ୍ରମେ ଆଉ ସେ ଚାକିରିକୁ ଫେରିନଥିଲେ।

ତେବେ ଏକଦା ଭୁବନେଶ୍ବରର ଏକ ଫଳ ଦୋକାନରେ ଫଳ କିଣି ଖାଇବାପରେ ତାର ସୁସ୍ବାଦୁ ଜାଣି ପୁଲକିତ ହୋଇପଡିଥିଲେ। ଦୋକାନୀଙ୍କଠାରୁ ପଚାରି ବୁଝିଥିଲେ ତାହା ବିଦେଶର ଗାଡେର୍ନ ଷ୍ଟ୍ରବେରୀ ବୋଲି କୁହାଯାଏ। କିଲୋ ପ୍ରତି ମୂଲ୍ୟ ୬୫୦ ଟଙ୍କା। ଏ ସମ୍ପର୍କରେ ସମୟ ଅତିବାହିତ କରିବାକୁ ଏହି ଚାଷ କିପରି କରାଯାଇପାରିବ ଓ ସେ କିପରି ଏହାକୁ ଉତ୍ପାଦନ କରିପାରିବେ ସେଥିନେଇ ତଥ୍ୟ ସଂଗ୍ରହ କରିଥିଲେ। ଭୁବନେଶ୍ବରର ଏକ ନର୍ସରୀରୁ ଚାରା କିଣି ନିଜ ଘର ଛାତ ଉପରେ କୁଣ୍ତରେ ପରୀକ୍ଷାମୂଳକ ଭାବେ ଶହେଟି ପର୍ଯ୍ୟନ୍ତ ଷ୍ଟ୍ରବେରୀ ଲଗାଇଥିଲେ। ଏଥିରେ ସେ ସଫଳ ହେବେକି ନାହିଁ ତାର ସନ୍ଦେହ ଥିବା ସତ୍ବେ ଫଳ ଚାଷର ଝୁଙ୍କ୍‌ ଜୁଟିବାରୁ ଚାରା ପ୍ରତି ପ୍ରଥମେ ୫୦ ଟଙ୍କା ଦେଇ କିଣି ନେଇଥିଲେ। ହେଲେ ବୈଷୟିକ ପରାମର୍ଶ ଓ ସାହାଯ୍ୟପାଇଁ କୌଣସିଠାରୁ ତଥ୍ୟ ଯୋଗାଡ କରିପାରିନଥିଲେ। ଏ ସମ୍ପର୍କରେ ଓଡିଶା କୃଷି ବିଭାଗ କିମ୍ବା ଉଦ୍ୟାନ କୃଷି ବିଭାଗରେ ସବିଶେଷ ତଥ୍ୟ ନଥିଲା।

publive-image Sambad

ଲଗାଇଥିବା ଚାରା ଗଛଗୁଡିକୁ ସୁରକ୍ଷା ଦେବାକୁ ସେଡ୍‌ର ଆବଶ୍ୟକ ଥିବାରୁ ତାମଧ୍ୟ କିଣିଥିଲେ। ଆମେରିକାରେ ଥିବା ତାଙ୍କ ଭଉଣୀ ଓ ଭିଣୋଇ ତଥା ଘରେ ଥିବା ପିତା ମାତା, ଭଉଣୀ ଝିଅ ତଥା ଘରର ସମସ୍ତ ସଦସ୍ୟ ତାଙ୍କ ମନବଳ ବଢ଼ାଇଥିଲେ। ଚାରାଗୁଡିକର ଦୈନନ୍ଦିନ କ୍ରମୋନ୍ନତିର ଫଟୋ ଉଠାଇ ଆମେରିକାରେ ଥିବା ଭଉଣୀଭିଣୋଇଙ୍କ ନିକଟକୁ ପଠାଇ ସେମାନଙ୍କର ପରାମର୍ଶ ଗ୍ରହଣ କରୁଥିଲେ। ଏବେ ଚିନ୍ମୟ ଲଗାଇଥିବା ଷ୍ଟ୍ରବେରି କିସମଗୁଡିକ ଅତିଶୟ ଥଣ୍ତା ପାଣିପାଗ ଥିବା ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗିବାଡି ଓ ଭାରତର ହିମାଚଳପ୍ରଦେଶରେ ବହୁଳଭାବେ ଚାଷ ହେଉଥିବା ଚିନ୍ମୟ କହିଛନ୍ତି। ଯାହାର ବଜାର ସମସ୍ୟା ଆଦୌ ନାହିଁ କହିଲେ ଚଳେ। ଜଣେ ଚାଷୀ ଚାହିଁଲେ ରିଲାଏନ୍ସ ଫ୍ରେସ ପରି ସଂସ୍ଥାକୁ ସ୍ବଳ୍ପ ଖର୍ଚ୍ଚରେ କି‌ଲୋ ପ୍ରତି ୪ ଶହ ଟଙ୍କାରେ ଷ୍ଟ୍ରବେରି ବିକିବା ସମ୍ଭବ। କେବଳ ଷ୍ଟ୍ରବେରି ନୁହଁ ସେ ମଧ୍ୟ ଛାତ ଉପରେ ଓ ନିଜ ବାଡିରେ ଲାଲ ଓ ହଳଦିଆ ରଙ୍ଗର କ୍ୟାପସିକମ ଚାଷ କରିଛନ୍ତି।

ତାହା ମଧ୍ୟ ପ୍ରଚୁର ପରିମାଣରେ ଫଳିଛି। ସେ ଆଜିର ଦିନରେ ଚେରି ଟମାଟୋ, ପିପଳୀ, ହାଇବ୍ରିଡ ପାଚିଲା କଦଳୀ, ଜିଏମ ୯୯ ସେଓ , କଳା ଓ ନିଳ ଅଙ୍ଗୁର, ବାରମାସି ଆମ୍ବ, ସିଲଟ କମଳା, ବ୍ଲାକବେରି, ଗୋଲ ମରିଚ, ସପେଟା, ଲିଚୁ, ଆଭୋକାଡୋ, ଡ୍ରାଗନ ଫ୍ରୁଟ, ମିଠା ତେନ୍ତୁଳି, ଜାମୁଡୋଳ, ଜି୯ କଦଳୀ , ପିପଳି , କେ୭ ଟିସୁ କଲର ସପୁରୀ , ଆମ୍ରପଲ୍ଲୀ ଆମ୍ବ ୧୨୦ ଗଛ , ମିଠା କରମଙ୍ଗା , କାଶୀ ବରକୋଳି ସହିତ ନଡିଆ ଗୁଆ ଚାଷ ଏବଂ ଭଲ ମାଛ ଚାଷ କରୁଛନ୍ତି। ବିଭିନ୍ନ କିସମର ପନିପରିବା ଚାଷ ମଧ୍ୟ କରୁଛନ୍ତି। ଆଜିର ଦିନରେ ଚିନ୍ମୟଙ୍କୁ ଦେଖିଲେ ଏବଂ ତାଙ୍କ ଫଳ ଓ ପନିପରିବା ଚାଷ ଦେଖିଲେ କେହି ଜଣେ କେବେ କଳ୍ପନା କରିପାରିବନି ଯେ ସେଦିନର ପଲିମର ଇଂଜିନିୟର ଆଜିର ଜଣେ ସଫଳ ଫଳ ଚାଷୀ। କେବଳ ଜଗତସିଂହପୁର ଜିଲ୍ଲା ନୁହେଁ ସାରା ଓଡିଶା ପାଇଁ ଚିନ୍ମୟ ଜଣେ ଆଦର୍ଶ ଚାଷୀରେ ପରିଣତ ହୋଇଛନ୍ତି। ଏକ ଆଦର୍ଶରେ ପରିଣତ ହୋଇଛନ୍ତି।

publive-image Sambad

ଏଥିପାଇଁ ତାଙ୍କ ପାଖରେ ପ୍ରିୟ ପରିଜନଙ୍କର ବହୁ ପ୍ରେରଣା ଓ ପ୍ରୋତ୍ସାହନ ରହିଛି। ଏବେ ସାରା ପରିବାର ଏହି ଚାଷରେ ବେଶ ମାନସିକ ଶାନ୍ତି ସାଉଁଟୁ ଥିବାବେଳେ ଅନ୍ୟମାନଙ୍କ ପାଇଁ ଅନୁକରଣୀୟ ହୋଇପାରିଛନ୍ତି। ଗଣମାଧ୍ୟମ ପ୍ରତିନିଧିଙ୍କୁ ସେ ନିଜ ଉଦ୍ୟମ ସମ୍ପର୍କରେ ସବିଶେଷ ତଥ୍ୟ ଦେଇଥିଲେ। ଓଡିଶାର ଚାଷୀମାନଙ୍କୁ ଏପରି ଲାଭଜନକ ଷ୍ଟ୍ରବେରୀ ଓ କ୍ୟାପ୍ପିକମ ଚାଷ କରିବାକୁ ସେ ଆହ୍ବାନ ଦେଇଥିଲେ। ବିରିଡି ବ୍ଲକ ସହକାରୀ କୃଷି ଅଧିକାରୀ ପ୍ରଦୀପ ବେଉରା ଏ ସମ୍ପର୍କରେ ସୂଚନାପାଇ ଚିନ୍ମୟଙ୍କ ଫଳଚାଷ ସ୍ଥଳରେ ପହଞ୍ଚି ୨୦୦ ଷ୍ଟ୍ରବେରୀ ଚାରା ମାଗଣାରେ ଯୋଗାଇଦେଇଥିବା ଚିନ୍ମୟ କହିଛନ୍ତି। ତାଙ୍କର ଦୁଃଖ ଯେ ଏହି ଚାଷ ସମ୍ପର୍କରେ ଅଧିକରୁ ଅଧିକ ତାଲିମ କୃଷି ତଥା ଉଦ୍ୟାନ କୃଷି ବିଭାଗ କର୍ମଚାରୀଙ୍କୁ ଦିଆଯିବା ସହିତ ସବସିଡି, ଉତ୍ତାପରୁ ରକ୍ଷା କରିବାକୁ ସବୁଜ ସେଡ ଯୋଗାଇ ଚାଷୀଙ୍କୁ ଉତ୍ସାହିତ କରାଗଲେ ଓଡ଼ିଶାର ଚାଷୀ ଷ୍ଟ୍ରବେରି ଚାଷ ପ୍ରତି ମନବଳାଇ ଆତ୍ମନିର୍ଭରଶୀଳ ହୋଇ ପାରନ୍ତେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe