ଲକ୍ଷାଧିକ ଟଙ୍କାର କାଠପଟା ଜବତ 

Advertisment
ଲକ୍ଷାଧିକ ଟଙ୍କାର କାଠପଟା ଜବତ 

ଭଞ୍ଜନଗର: ଗଂଜାମ ଜିଲ୍ଲା ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିନ ବଡଗଡ ବନାଞ୍ଚଳ ପକ୍ଷରୁ ନିକଟସ୍ଥ ଲୋକାମାରୀ ଗ୍ରାମରେ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର କାଠପଟା ଜବତ କରାଯାଇଛି। ଗ୍ରାମରେ ଥିବା ଏକ ଶାଳରେ ଚଢଉ କରାଯାଇଥିବା ବ‌େଳେ ଶାଳରେ ବ୍ୟବହୃତ ଉପକରଣ ଗୁଡିକୁ ମଧ୍ୟ ଜବତ କରାଯାଇଛି। ଏହି ଚଢ଼ାଉରେ ବଡଗଡ ବନାଞ୍ଚଳ ଅଧିକାରୀ ନରସିଂହ ବେହେରାଙ୍କ ନେତୃତ୍ବରେ ବନପାଳ ସୁଶାନ୍ତ କୁମାର ବିଶୋଇ, ଭାଗିରଥୀ ଦଳେଇ ଏବଂ ବନରଖି ଦୁର୍ଗା ପ୍ରସାଦ ଦାଶ, ସୀମାଞ୍ଚଳ ଜେନା, ଦଣ୍ଡପାଣି ଶବର, ରାଜେନ୍ଦ୍ର ଗୌଡ଼, ଭାନୁପ୍ରିୟା ବେହେରା ସମେତ ପ୍ରଶାନ୍ତ ରଥ ଏବଂ ଅନ୍ୟ ସ୍କ୍ୱାର୍ଡ ପାର୍ଟି ଅଂଶ ଗ୍ରହଣ କରିଥିଲେ। ଏଥିରେ ବଡଗଡ ଥାନା କର୍ମଚାରୀ ସହଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe