ପୁଲିସ୍ ଏସଆଇଙ୍କ କ୍ବାଟର୍ସରୁ କାଠ ପଟା ଜବତ 

Advertisment
ପୁଲିସ୍ ଏସଆଇଙ୍କ କ୍ବାଟର୍ସରୁ କାଠ ପଟା ଜବତ 

କାଶୀପୁର: ରାୟଗଡ଼ା ଜିଲ୍ଲା କାଶୀପୁର ଥାନାରେ କାର୍ଯ୍ୟରତ ପୁଲିସ୍ ଏସଆଇଙ୍କ କ୍ବାଟର୍ସରୁ କାଠ ପଟା ଜବତ କରିଛି ବନ ବିଭାଗ। କାଶୀପୁର ରେଂଜରଙ୍କ ନେତୃତ୍ବ‌ରେ ବନ ବିଭାଗ ଚଢ଼ଉ କରି ୬ଟି କାଠ ପଟା ଜବତ କରିଥିବା ବେଳେ ‌ଘଟଣାକୁ ଚାପି ଦେବାକୁ ଉଦ୍ୟମ ହେଉଥିବା ଅଭିଯୋଗ ହୋଇଛି। ଘଟଣାର ବିଭାଗୀୟ ତଦନ୍ତ କରାଯିବା ପରେ ପୁଲିସ୍ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଡା. ଶର୍ବଣା ବିବେକ ଏମ୍।

ଗତକାଲି ବିଳମ୍ବିତ ରାତିରେ ଏକ ମ୍ୟାକ୍ସ ପିକଅପ୍ ଭ୍ୟାନରେ କାଠ ଅଣାଯାଇ ପୁଲିସ୍ ଅଧିକାରୀଙ୍କ କ୍ବାଟର୍ସରେ ଅନଲୋଡ୍ କରାଯାଇଥିଲା। ଖବର ପାଇ କିଛି ଲୋକ ଅନଲୋଡ୍ ସମୟର ଫଟୋ ଓ ଭିଡ଼ିଓ ଉଠାଇବା ସହ ଏ ସଂପର୍କରେ ବନ ବିଭାଗକୁ ଖବର ଦେଇଥିଲେ। କିନ୍ତୁ ବନ ବିଭାଗ ଭୋର ୪ଟାରେ ପୁଲିସ୍ ଅଧିକାରୀଙ୍କ କ୍ବାଟର୍ସରେ ପହଞ୍ଚି ଯାଞ୍ଚ କରିଥିଲେ। ଯାଞ୍ଚ ସମୟରେ ୬ଟି ଆମ୍ବ ପଟା ଜବତ ହୋଇଥିବା କାଶୀପୁର ରେଞ୍ଜର ସନ୍ଦୀପ ପୃଷ୍ଟି ସୂଚନା ଦେଇଛନ୍ତି। ତେବେ ଏହି କାଠ କେଉଁଠୁ ଆସିଲା, କିଏ ଆଣିଥିଲା ସେ ସଂପର୍କରେ ବନ ବିଭାଗ ମୁହଁ ଖୋଲୁନି। ଜଣେ ପ୍ରଭାବଶାଳୀ ବ୍ୟବସାୟୀଙ୍କ ଗାଡ଼ିରେ ଏହି କାଠ ଆସିଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe