କିଶୋର ସମ୍ବାଦ ସାହିତ୍ୟଘର ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ 

Advertisment
କିଶୋର ସମ୍ବାଦ ସାହିତ୍ୟଘର ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ 

ବାଲେଶ୍ବର/ଚାନ୍ଦିପୁର: ବାଲେଶ୍ବର ସଦର ବ୍ଲକ ଅନ୍ତର୍ଗତ ହିଡ଼ିଗାଁ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପରିସରରେ ବୁଧବାର ସକାଳେ ଚାନ୍ଦିପୁର କିଶୋର ସମ୍ବାଦ ସାହିତ୍ୟଘର ପକ୍ଷରୁ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ସାହିତ୍ୟଘରର ରାଜ୍ୟ ସଂଯୋଜିକା ଡକ୍ଟର ଶୁଭଶ୍ରୀ ଲେଙ୍କା ଭର୍ଚୁଆଲ ମୋଡ୍‌ରେ ଉଦ୍‌ଘାଟନ କରିବା ସହ ଛାତ୍ରଛାତ୍ରୀମାନେ ପରିବେଶ ସୁରକ୍ଷା ପ୍ରତି ଯତ୍ନବାନ ହେବା ଦରକାର। ଏବେ ପରିବେଶ ସୁରକ୍ଷା ପାଇଁ ସଭିଁଏ ଆଗେଇ ଆସିବା ସହ ଅଧିକରୁ ଅଧିକ ବୃକ୍ଷରୋପଣ କରି ପରିବେଶକୁ ସୁସ୍ଥ ରଖିବା ସହ ନିଜେ ସୁରକ୍ଷିତ ରହିବାକୁ ପରାମର୍ଶ ଦେଇଥିଲେ।

୨୦୧୮ ମସିହାରେ ଆରମ୍ଭ ହୋଇଥିବା ଏହି ସାହିତ୍ୟଘରଟିରେ ଏବେ ସଦସ୍ୟ ୧୨୦ ଜଣ ରହିଥିବା ବେଳେ ଦଶମ ଶ୍ରେଣୀର ଛାତ୍ର ସଭାପତି ଭାବେ ରୁଦ୍ର ମାଝୀ ଓ ସଂପାଦିକା ଭାବେ କୁମାରୀ ଆତ୍ମଜା ଗିରି ରହିଛନ୍ତି। ଉକ୍ତ ଦୁହିଁଙ୍କ ନେତୃତ୍ବରେ ହିଡ଼ିଗାଁ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଉକ୍ତ ପ୍ରାଙ୍ଗଣରେ ଧାତ୍ରୀଅଁଳା, ଗଙ୍ଗଶିଉଳି, ବଉଳ, ଅର୍ଜୁନ, ଅଶୋକ, ଜାମୁ ଆଦି ଚାରା ରୋପଣ କରିଥିଲେ। ଗଛଗୁଡ଼ିକର ନିୟମିତ ରକ୍ଷଣାବେକ୍ଷଣ ସହ ସେଥିପ୍ରତି ବିଦ୍ୟାଳୟର ସମସ୍ତ ଶିକ୍ଷକଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀ ଯତ୍ନବାନ ହେବାକୁ ପ୍ରଧାନ ଶିକ୍ଷୟିତ୍ରୀ ଗୀତିକୃଷ୍ଣା ପାତ୍ର ସଚେତନ କରାଇଥିଲେ।

publive-image

ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ସହକାରୀ ଶିକ୍ଷକ ସୁରେନ୍ଦ୍ର ନାଥ ଦ୍ବାରୀ, ଗିରିଜା ନନ୍ଦନ ପଣ୍ଡା, ଶରତ କୁମାର ମିଶ୍ର, ପ୍ରିୟବ୍ରତ ପାଣି, ମିତ୍ରାକ୍ଷୀ ପଣ୍ଡା, ସ୍ବାଗତିକା ଦାସ, ସେକ୍‌ ନୁର ଇସଲାମ, ସରୋଜ କୁମାର ଦାସ, ସୁବ୍ରତ ମାଇତି, ବାସଦେବ କୁଇଲି, ମନୁ କିସ୍କୁ ପ୍ରମୁଖ ସାମିଲ ହୋଇଥିବା ବେଳେ ବିଦ୍ୟାଳୟ ପରିଚାଳନା କମିଟି ସଭ୍ୟ ସମରେନ୍ଦ୍ର ଦାସ, ‘ସମ୍ବାଦ’ର ବାଲେଶ୍ବର ପ୍ରତିନିଧି ମନୋଜ କୁମାର ରାଉଳ ଏବଂ ‘ଆମ ଓଡ଼ିଶା’ର ଉତ୍ତର ଓଡ଼ିଶା ସଂସ୍କରଣର ସଂଯୋଜକ ଲକ୍ଷ୍ମୀଧର ବାରିକ ଏବଂ ଚାନ୍ଦିପୁର ‘ସମ୍ବାଦ’ର ପ୍ରତିନିଧି ବିବେକାନନ୍ଦ ଦାସ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ସ୍ଥାନୀୟ ବାତ୍ୟା ଆଶ୍ରୟସ୍ଥଳୀ ଏବଂ ନୂଆନଈ ଛକଠାରେ ବୃକ୍ଷରୋପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସମୁଦାୟ ୨୦୦ଟି ଚାରା ରୋପଣ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe