ଘୁ.ଉଦୟଗିରି ସମ୍ବାଦ ସାହିତ୍ୟ ଘର ପକ୍ଷରୁ ବୃକ୍ଷରୋପଣ

Advertisment
ଘୁ.ଉଦୟଗିରି ସମ୍ବାଦ ସାହିତ୍ୟ ଘର ପକ୍ଷରୁ ବୃକ୍ଷରୋପଣ

ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ସମ୍ବାଦ ସାହିତ୍ୟ ଘର ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ସ୍ଥାନୀୟ ବ୍ଲକ ଅନ୍ତର୍ଗତ କଳିଙ୍ଗା ପଞ୍ଚାୟତର ଗମ୍ଭାରୀଗୁଡା ଗ୍ରାମରେ ଅନୁଷ୍ଠିତ ହୋଇଥିଲା। ସମ୍ବାଦ ସାହିତ୍ୟ ଘର ସମ୍ପାଦକ ଡ଼ଃ ନଳିନୀ ପାଣିଗ୍ରାହୀ ପ୍ରଥମେ ପୂଜା ପାଠ କରି ବୃକ୍ଷରୋପଣ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ।

publive-image

ଗମ୍ଭାରୀଗୁଡା ଠାରୁ ମକବିଦିଙ୍ଗିଆ ପର୍ଯ୍ୟନ୍ତ ରାସ୍ତାର ଉଭୟ ପଟେ ୧୦ପ୍ରକାର ଗଛ ମେହଗାନି, କଦମ୍ବ, ଛତିଆନ, ଲିମ୍ବ, ଡୋଲଚନ୍ଦନ, ମହଲିମ୍ବ ଏବଂ ଜାମୁ ଭଳି ବହୁ ଔଷଧୀୟ ବୃକ୍ଷରୋପଣ କରାଯାଇଥିଲା। ୧ହଜାର ବୃକ୍ଷ ରୋପଣ କରାଯାଇ ଥିଲା। ସମ୍ବାଦ ପ୍ରତିନିଧି ସମୀର କୁମାର ପାଢୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ବାଦ ସାହିତ୍ୟ ଘରର କୋଷଧକ୍ଷ ପବିତ୍ର ସାହୁ, ଚତୁର୍ଭୁଜ ସାହୁ, ଦୁର୍ଗା ଶଙ୍କର ପଣ୍ଡା, ବିଷ୍ଣୁ ପ୍ରସାଦ ସାହୁ, ହୃଷିକେଶ ପ୍ରଧାନ, ତେଜସ୍ୱିନୀ ପାଢ଼ୀ, ବିଷ୍ଣୁପ୍ରିୟା ପ୍ରଧାନ, ରେଣୁବାଳା ସିଂ, କୌଶଲ୍ୟା ସାହୁ, କିଶାନ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ବୃକ୍ଷରୋପଣ କରିଥିବା ବେଳେ ଫରେଷ୍ଟର ପ୍ରବୀଣ ଦାସ, ରଶ୍ମିତା ବକ୍ସି, ବନରଖି ବିଭୁରଞ୍ଜନ, ଅନିତା ପାତ୍ର ପ୍ରମୁଖ ସହଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe