ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଶନିବାର ବୃକ୍ଷ ରୋପଣ ସହିତ ବନ ମହୋତ୍ସବ ପାଳନ ହୋଇଯାଇଛି। ସମ୍ବାଦ ସାହିତ୍ୟଘର ପକ୍ଷରୁ ଆୟୋଜିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଅମରପାଲି ହାଇସ୍କୁଲର ସବୁଜ ବାହିନୀ ସହଯୋଗ କରିଥିଲା। ଏଥିରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଛାତ୍ରୀଛାତ୍ର ଅଂଶଗ୍ରହଣ କରିଥିବା ବେଳେ ରାଜନେତା ଓ ସାମ୍ବାଦିକ ସହଯୋଗ ଥିଲେ।
ଏହି ଅବସରରେ ସ୍କୁଲରପ୍ରଧାନ ଶିକ୍ଷକ ଉମେଶ ଚନ୍ଦ୍ର ପଣ୍ଡାଙ୍କ ପୌରୋହିତ୍ୟରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ସ୍କୁଲର ସମସ୍ତ ଶିକ୍ଷକ, କର୍ମଚାରୀ ଓ ଛାତ୍ରୀଛାତ୍ରମାନେ ଯୋଗଦେଇଥିଲେ। ଶିକ୍ଷକ ସମ୍ବିତ ପ୍ରଧାନ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଶିକ୍ଷକ ଶ୍ୟାମସୁନ୍ଦର ସେଠୀ, ପଦ୍ମନାଭ ପ୍ରଧାନ, ବ୍ରହ୍ମାନନ୍ଦ ପ୍ରଧାନ ପ୍ରମୁଖ ସମ୍ବାଦ ସାହିତ୍ୟଘର ତରଫରୁ ଅନୁଷ୍ଠିତ ବୃକ୍ଷରୋପଣ କାର୍ଯ୍ୟକ୍ରମ ଏକ ସ୍ବାଗତଯୋଗ୍ୟ ପଦକ୍ଷେପ ବୋଲି କହିଥିଲେ। ସ୍ଥାନୀୟ ପ୍ରତିନିଧି ଯୁଗଳ କିଶୋର ମିଶ୍ର ବୃକ୍ଷ ରୋପଣ ଦ୍ବାରା ପୃଥିବୀର ତାପମାତ୍ରାକୁ ହ୍ରାସ କରାଯାଇ ପାରିବ। ଛାତ୍ରଛାତ୍ରୀମାନେ ଗୋଟିଏ ଗୋଟିଏ ଗଛ ଯତ୍ନ ନେଲେ ତାହା ଠିକ୍ ଭାବରେ ବଢ଼ିପାରିବ ବୋଲି କହିଥିଲେ। ବନ ମହୋତ୍ସବ ପାଳନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ଛାତ୍ରୀଛାତ୍ରଙ୍କୁ କହିବା ସହିତ ବ୍ୟାପକ ବୃକ୍ଷ ରୋପଣ କରିବାକୁ କହିଥିଲେ।
/sambad/media/post_attachments/wp-content/uploads/2023/07/cc05f985-576b-49e5-bf8e-868303ed605a-e1688828554682-1024x433.jpg)
ସଭା ପରେ ଛାତ୍ରୀଛାତ୍ରଙ୍କୁ ନେଇ ଏକ ସଚେତନତା ଶୋଭାଯାତ୍ରା କରାଯାଇଥିଲା। ଶିକ୍ଷକ କହ୍ନେଇ ଚରଣ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ। ପରେ ସ୍କୁଲ ପରିସରେ ଆମ୍ବ, ଜାମୁ, ନିମ୍ବ, କରଞ୍ଜ ଆଦି ଦୁଇଶହରୁ ଊର୍ଦ୍ଧ୍ବ ବୃକ୍ଷ ରୋପଣ କରାଯାଇଥିଲା। ନଟବର ରଣା, ନଟିଆ ଚରଣ ସାହୁ, ଜଗନ୍ନାଥ ସାହୁ,ଗୋବର୍ଦ୍ଧନ ନାଏକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ବହଳପଦର ପୂର୍ବତନ ସମିତି ସଭ୍ୟ ତଥା ଯୁବ ସାମ୍ବାଦିକ ପିତାମ୍ବର ସାହୁଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ବିଭିନ୍ନ କିସମର ସମୁଦାୟ ୨୨୦ ଚାରା ରୋପଣ କରାଯାଇଥିଲା। ସ୍କୁଲର ସ୍କାଉଟ ଗାଇଟ୍ ଓ ରେଡକ୍ରସର ଛାତ୍ର ଛାତ୍ରୀ ସାମିଲ ହୋଇଥିଲେ।
Follow Us