୧୨ ପ୍ରକାର ମାଣ୍ଡିଆର ଚାରା ରୋପଣ

୧୨ ପ୍ରକାର ମାଣ୍ଡିଆର ଚାରା ରୋପଣ

Sambad

ବୀରମହାରାଜପୁର: ସୁବର୍ଣ୍ଣପୁର ମୁଖ୍ୟ ଜିଲ୍ଲା କୃଷି ଅଧିକାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଗ୍ଲୋବାଲ ଗ୍ରିନ୍ ଏବଂ ଚାଷୀ ବନ୍ଧୁ ଏଗ୍ରିକଲ୍ଚର ପ୍ରଡ୍ୟୁସର କମ୍ପାନି ଲିମିଟେଡର ମିଳିତ ଆନୁକୁଲ୍ୟରେରେ ପରିଚାଳିତ ଓଡ଼ିଶା ମିଲେଟ୍ ମିସନର ପିଭିଟି ତରଫରୁ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କେନଝିରିଆପାଲି ପଞ୍ଚାୟତ ଖଇରମାଲ ଠାରେ ମାଣ୍ଡିଆର ସହଭାଗୀ କିସମ ଚୟନ କ୍ଷେତ୍ର ପ୍ରସ୍ତୁତି ଅନୁଷ୍ଠିତ ହୋଇଯାଇଛି। ବୀରମହରାଜପୂର ବ୍ଲକ ସଂଯୋଜକ ରାଜେଶ ପଧାନଙ୍କ ସଂଯୋଜନା ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା ସଂଯୋଜକ ଭବାନୀ ଶଙ୍କର ମେହେର ମୂଖ୍ୟ ଅତିଥି ଭାବରେ ଯୋଗୋଦେଇଥିବା ବେଳେ ଚାଷୀ ବନ୍ଧୁ ଏଗ୍ରିକଲ୍ଚର ପ୍ରଡ୍ୟୁସର କମ୍ପାନି ଲିମିଟେଡର ସିଇଓ ସୁଧାଂଶୁ ଶେଖର ନାଗ, ବ୍ଲକ୍ ଉପ ସଂଯୋଜକ ବିଶ୍ଵେସ କୁମାର ଶତପଥୀ ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ମାଣ୍ଡିଆର ବିଭିନ୍ନ କିସମ ଯଥା ଦୀପକ, କଙ୍କରା, ଇନ୍ଦ୍ରାବତୀ, ମୟୁରଗୋଡ, ମାଟିକାନି, ଦଶହରି, ଡଙ୍ଗର, ଖୁଟୁନି, ଲାଲସୁରୁ ଓ ସରକାରୀ କିସମ ଭିଏଲ୍ ମାଣ୍ଡିଆ- ୩୭୯ ର ଚାରା ପକାଇବା ସହ ତାର ଯତ୍ନ ବିଷୟରେ ଆଲୋଚନା କରିଥିଲେ। ଏଥିରେ ବିଭିନ୍ନ ପଞ୍ଚାୟତରେ କାର୍ଯ୍ୟରତ ଭୈରବ ସାହୁ, ପ୍ରଦୀପ ପଧାନ, ପ୍ରେମାନଦ ନାଏକ, ମାନସ ନନ୍ଦ, ପ୍ରଦୀପ ତାଣ୍ଡିଆ, ରୁପାଞ୍ଜଳି କୁମ୍ଭାର ଓ ଖଗେଶ୍ବର ପ୍ରଧାନ ସହଯୋଗ କରିଥିଲେ। ଶେଷରେ ସିଆରପି ପ୍ରଦୀପ ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe