ସମ୍ବାଦ ସାହିତ୍ୟଘର ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ସମ୍ବାଦ ସାହିତ୍ୟଘର ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଘୁ.ଉଦୟଗିରି: ବୃକ୍ଷ ହିଁ ଜୀବନ। ଭବିଷ୍ୟତକୁ ଆଖି ଆଗରେ ରଖି ପରିବେଶକୁ ସୁରକ୍ଷିତ ରଖିବା ନିମନ୍ତେ ବୃକ୍ଷର ଆବଶ୍ୟକତା ରହିଥିବା ବେଳେ ସମ୍ବାଦ ପକ୍ଷରୁ ପ୍ରତ୍ୟକ ବର୍ଷ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହାତକୁ ନେଇ ବିଭିନ୍ନ କିଶମ ର ବୃକ୍ଷ ରୋପଣ କରାଯାଇଥାଏ। ଘୁ.ଉଦୟଗିରି ସମ୍ବାଦ ସାହିତ୍ୟଘର ପକ୍ଷରୁ ଆଜି ସ୍ଥାନୀୟ ବ୍ଲକ ଅନ୍ତର୍ଗତ କଳିଙ୍ଗାର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଖେଳ ପଡିଆର ଚତୁର୍ପାର୍ଶ୍ଵ ରେ ବିଭିନ୍ନ କିସମର ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ଥାନା ଆଇଆଇସି ଭଗବାନ ପୂଜାରୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ପ୍ରଥମେ ଏକ ମେହଗାନି ଚାରା ରୋପଣ କରି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ।ସମ୍ବାଦ ପ୍ରତିନିଧି ସମୀର କୁମାର ପାଢ଼ୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୁବ ସମାଜସେବୀ ଆମନ ଚନ୍ଦ୍ର ନାୟକ ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିବା ବେଳେ ପୁଲିସ ଏସାଇ ଅନନ୍ତ ପ୍ରଧାନ, ଏଏଏସଆଇ ରବୀନ୍ଦ୍ର ସେଠୀ,ବନରଖି ବିଭୁଦତ୍ତ ରାଉତ, ବିଷ୍ଣୁ ପ୍ରସାଦ ସାହୁ, ଶଙ୍କର ମଲିକ ଯୋଗ ଦେଇଥିବା ବେଳେ ଅନ୍ୟତମ ସମାଜସେବୀ ଲକ୍ଷ୍ମୀକାନ୍ତ ପ୍ରଧାନ ଙ୍କ ନେତୃତ୍ୱରେ କଳିଙ୍ଗା ଯୁବକ ସଂଘର ସଦସ୍ୟ  ଯଶି ଦିଗାଳ, ମୁକେଶ ପ୍ରଧାନ, ସନ୍ଦୀପ ପ୍ରଧାନ, ପୂର୍ନେନ୍ଦୁ ପ୍ରଧାନ, ହୁମେନ୍ ଅଲ୍ଲୀ, ମାନସ ପ୍ରଧାନ, ନଚେତ୍ ପ୍ରଧାନ, ବିଦ୍ୟାଧର ମଲ୍ଲିକ ସମେତ ବହୁ ଯୁବକ ଯୋଗଦେଇ ୧୫୫ଗୋଟି ବୃକ୍ଷ ରୋପଣ କରିଥିଲେ।

ଆଜିର ଏହି ବୃକ୍ଷ ରୋପଣରେ ବିଭିନ୍ନ କିଶମର ଔଷଧୀୟ ବୃକ୍ଷ ସହ ବହୁ ମୂଲ୍ୟବାନ ଗଛ ଖେଳପଡ଼ିଆର ସମ୍ପୂର୍ଣ୍ଣ ପାଚେରୀ ପାର୍ଶ୍ଵରେ ରୋପଣ କରାଯାଇଥିଲା। ରୋପଣ କରାଯାଇଥିବା ବୃକ୍ଷ ଗୁଡିକ ହେଲା ମେହଗାନି, ଜାମୁକୋଳି, ଶାଳ, ନିମ୍ବ, ଅଁଳା, ରକ୍ତଚନ୍ଦନ, କଦମ୍ବ ଆଦି। ଏହି କାର୍ଯ୍ୟକ୍ରମକୁ ଦୁଇ ଭାଗରେ ବିଭକ୍ତ କରାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ସକାଳୁ ବୃକ୍ଷ ରୋପଣ କରାଯାଇଥିବା ବେଳେ ଉପରବେଳା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କିଚେନ ଗାର୍ଡେନ ପରିସରରେ ମଧ୍ୟ ବୃକ୍ଷ ରୋପଣ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe