ସବୁଜିମାରେ ଭରି ଉଠିବ ପୁରୀ ବଡ଼ଦାଣ୍ଡ, ସୌନ୍ଦର୍ଯ୍ୟବୃଦ୍ଧି ଲାଗି ବୃକ୍ଷରୋପଣ କାର୍ଯ୍ୟ ଆରମ୍ଭ

ସବୁଜିମାରେ ଭରି ଉଠିବ ପୁରୀ ବଡ଼ଦାଣ୍ଡ, ସୌନ୍ଦର୍ଯ୍ୟବୃଦ୍ଧି ଲାଗି ବୃକ୍ଷରୋପଣ କାର୍ଯ୍ୟ ଆରମ୍ଭ

ପୁରୀ: ପୁରୀ ବଡ଼ଦାଣ୍ଡର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଜିଲ୍ଲା ପ୍ରଶାସନ ନୂତନ କାମ ହାତକୁ ନେଇଛି । ଜିଲ୍ଲା ପ୍ରଶାସନ ତରଫରୁ ବୁଧବାର ବଡ଼ଦାଣ୍ଡରେ ଗଛ ଲଗାଇବା କାମ ଆରମ୍ଭ ହୋଇଛି। ସିଂହଦ୍ୱାର ସମ୍ମୁଖରେ ବର୍ତ୍ତମାନ ଥିବା ସେଡ଼କୁ ଆଗାମୀ ଦିନରେ ଭଙ୍ଗାଯିବ ଓ ନୂତନ ସେଡ୍‌ ନିର୍ମାଣ ହେବ । ବର୍ତ୍ତମାନ ରାଜନଅରଠାରୁ ସିଂହଦ୍ୱାର ପର୍ଯ୍ୟନ୍ତ ନୂଆ ସେଡ଼ ତିଆରି ଚାଲିଛି।  ଏହି କାର୍ଯ୍ୟ ସହ ଆଜିଠାରୁ ନୂଆ ସେଡ଼ କଡ଼ରେ ସୌନ୍ଦର୍ଯ୍ୟକରଣ ଲକ୍ଷ୍ୟ ନେଇ ବିଭିନ୍ନ ପ୍ରକାରର ଗଛକୁ ଫୁଲକୁଣ୍ଡରେ ରଖାଯାଇଛି।

ରାଜନଅର ଠାରୁ ସିଂହଦ୍ୱାର ସମ୍ମୁଖ ପର୍ଯ୍ୟନ୍ତ ଗୋଟିଏ ଲାଇନ୍‌ରେ ଗଛଗୁଡ଼ିକ ଲଗାଯାଉଛି। ଏହି ଗଛଗୁଡ଼ିକ ସେଠାରେ ଅସ୍ଥାୟୀ ଭାବେ ରଖାଯିବ। ଅର୍ଥାତ ରଥଯାତ୍ରା ସମୟରେ ଗଛଗୁଡ଼ିକ ବଡ଼ଦାଣ୍ଡରୁ ବାହାର କରି ଅନ୍ୟସ୍ଥାନକୁ ନିଆଯାଇପାରିବ।

publive-image

ସିଂହଦ୍ୱାର ନିକଟରେ ଭକ୍ତମାନେ ପାଦ ଧୋଇବା ପାଇଁ ଅତ୍ୟାଧୁନିକ ମେସିନ ଅସ୍ଥାୟୀ ରୂପେ ରଖାଯିବ। ରଥଯାତ୍ରା ସମୟରେ ଏହାକୁ ପୁଣି ବାହାର କରିଦିଆଯିବ ଏବଂ ଶ୍ରୀଜିଉମାନଙ୍କର ନିଳାଦ୍ରୀ ବିଜେ ପରେ ପାଦ ଧୋଇବା ମେସନକୁ ପୁଣି ପୂର୍ବ ସ୍ଥାନରେ ଅବସ୍ଥାପିତ କରାଯିବ। ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟ ବଢ଼ାଇବା ପାଇଁ ଏବେ ବି ଚାରିକଡ଼ରୁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe