ଖୋର୍ଦ୍ଧା ସମ୍ବାଦ ସାହିତ୍ୟଘର ପକ୍ଷରୁ ବୃକ୍ଷରୋପଣ

ଖୋର୍ଦ୍ଧା ସମ୍ବାଦ ସାହିତ୍ୟଘର ପକ୍ଷରୁ ବୃକ୍ଷରୋପଣ

Sambad

ଖୋର୍ଦ୍ଧା: ଆଜି ଗୁରୁବାର ଖୋର୍ଦ୍ଧା ‘ସମ୍ବାଦ’ ସାହିତ୍ୟଘର ପକ୍ଷରୁ ବୃକ୍ଷ ଚାରାରୋପଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଆଜି ଗୁରୁବାର ପ୍ରଥମ ପର୍ଯ୍ୟାୟରେ ୨୩ଟି ଚାରା ରୋପଣ କରାଯାଇଛି। ଆଜି ଗୁରୁବାର ସକାଳେ ୧୬ ନମ୍ବର ଜାତୀୟ ରାଜପଥର ଖୋର୍ଦ୍ଧା ମଙ୍ଗଳା ମନ୍ଦିର ରାସ୍ତାରେ ଖୋର୍ଦ୍ଧା ‘ସମ୍ବାଦ’ ସାହିତ୍ୟଘରର ସଦସ୍ୟ ମାନେ ଏକତ୍ରିତ ହୋଇଥିଲେ। ବଉଳ, ନିମ୍ବ, ଅଁଳା, କଦମ୍ବ, କୃଷ୍ଣଚୂଡ଼ା, ରକ୍ତଚନ୍ଦନ, ବେଲ, ଜାମୁ ଆଦି ମୋଟ ୨୩ଟି ଚାରା ରୋପଣ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ‘ସମ୍ବାଦ’ ସାହିତ୍ୟଘରର ସଭାପତି ସତ୍ୟବାଦୀ ବଳିଆରସିଂହ, ଉପସଭାପତି ପ୍ରଫୁଲ୍ଲ କୁମାର ସାମନ୍ତରାୟ, କୋଷାଧ୍ୟକ୍ଷା ଇତିଶ୍ରୀ ସାହୁ, ଉପଦେଷ୍ଟା ଡଃ. ବୃନ୍ଦାବନ ପଣ୍ଡା, କୃଷ୍ଣଚନ୍ଦ୍ର ହରିଚନ୍ଦନ, ଜ୍ୟୋତିପ୍ରଭା ପଟ୍ଟନାୟକ, ରଜନୀକାନ୍ତ ପଟ୍ଟନାୟକ, ଜ୍ୟୋତିରଞ୍ଜନ ସାହୁ, ନୃସିଂହଚରଣ ପାଇକରାୟ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ଖୋର୍ଦ୍ଧା ‘ସମ୍ବାଦ’ ସାହିତ୍ୟଘରର ସମ୍ପାଦକ ଗୋବିନ୍ଦ ଚନ୍ଦ୍ର ମହାରଣା ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe