ଖୋର୍ଦ୍ଧା ସମ୍ବାଦ ସାହିତ୍ୟ ଘର ପକ୍ଷରୁ ବୃକ୍ଷ ରୋପଣ

ଖୋର୍ଦ୍ଧା ସମ୍ବାଦ ସାହିତ୍ୟ ଘର ପକ୍ଷରୁ ବୃକ୍ଷ ରୋପଣ

Sambad

ଖୋର୍ଦ୍ଧା: ‘ସମ୍ବାଦ’ ସମ୍ପାଦକ ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଜନ୍ମଦିବସରେ ଶ୍ରୀପଟ୍ଟନାୟକଙ୍କ ଦୀର୍ଘଜୀବନ କାମନା କରି ଖୋର୍ଦ୍ଧା ‘ସମ୍ବାଦ’ ସାହିତ୍ୟ ଘର ପକ୍ଷରୁ ଶୁକ୍ରବାର ବୃକ୍ଷଚାରା ରୋପଣ କରାଯାଇଛି। ସ୍ଥାନୀୟ ଜେମାଦେଈ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସାହିତ୍ୟଘରର କର୍ମକର୍ତା, ବିଦ୍ୟାଳୟର ଶିକ୍ଷକଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନେ କଦମ୍ବ, କୃଷ୍ଣଚୂଡ଼ା, ବେଲ, ଚମ୍ପା, ଅଁଳା ଆଦି ୧୫ଟି ବୃକ୍ଷଚାରା ରୋପଣ କରିଥିଲେ। ଏହି ବୃକ୍ଷଚାରା ବଡ଼ ହେବା ଯାଏଁଏହାର ଯତ୍ନ ନେବାକୁ ବିଦ୍ୟାଳୟର ଛାତ୍ରଛାତ୍ରୀ ପ୍ରତିଶ୍ରୁତି ଦେଇଥିଲେ।

ଏଥିରେ ଖୋର୍ଦ୍ଧା ‘ସମ୍ବାଦ’ ସାହିତ୍ୟଘର ସଭାପତି ସତ୍ୟବାଦୀ ବଳିଆରସିଂହ, ସମ୍ପାଦକ ଗୋବିନ୍ଦଚନ୍ଦ୍ର ମହାରଣା, କୋଷାଧ୍ୟକ୍ଷ ଇତିଶ୍ରୀ ସାହୁ, ଉପସଭାପତି ପ୍ରଫୁଲ୍ଲ କୁମାର ସାମନ୍ତରାୟ, ଉପଦେଷ୍ଟା ଡଃ. ବୃନ୍ଦାବନ ପଣ୍ଡା, ରାମଶଙ୍କର, ଜ୍ୟୋତିରଞ୍ଜନ ସାହୁ, ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁରେଶ ଚନ୍ଦ୍ର ବିଶ୍ବାଳ, ସହକାରୀ ଶିକ୍ଷୟିତ୍ରୀ ସନ୍ଧ୍ୟାରାଣୀ ଦେବୀ, ମଞ୍ଜୁରାଣୀ ପଟ୍ଟନାୟକ, ଉତ୍ପଳା ପ୍ରିୟଦର୍ଶିନୀ ପାତ୍ର, ଅନୁପମା ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe