ଯୁବ ସ୍ବାଭିମାନ ଦିବସ ଅବସରରେ ସାହିତ୍ୟଘର ପକ୍ଷରୁ ବୃକ୍ଷରୋପଣ

Advertisment
ଯୁବ ସ୍ବାଭିମାନ ଦିବସ ଅବସରରେ ସାହିତ୍ୟଘର ପକ୍ଷରୁ ବୃକ୍ଷରୋପଣ

Sambad

ଜୟପୁର: ଯୁବ ସ୍ବାଭିମାନ ଦିବସ ଅର୍ଥାତ ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଜନ୍ମ ଦିବସ ଅବସରରେ ଜୟପୁର ‘ସମ୍ବାଦ’ ସାହିତ୍ୟଘର ପକ୍ଷରୁ ବୃକ୍ଷରୋପଣ କରାଯାଇଛି। ଶ୍ରୀ ପଟ୍ଟନାୟକଙ୍କ ଦିଗଦର୍ଶନରେ ଗତ ଦେଢ଼ମାସ ଧରି ସାରା ଓଡ଼ିଶାରେ ଚାଲିଥିବା ବୃକ୍ଷରୋପଣ ଅଭିଯାନକୁ ସଫଳ କରି ଜୟପୁର ‘ସମ୍ବାଦ’ ସାହିତ୍ୟଘର ‘ସୃଜନ ଓ ସବୁଜିମା’ ଅଭିଯାନର ପଞ୍ଚମ ଦିନରେ ଆଜି ଶାରଦାବିହାର ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଓ ନାକଟି ଡଙ୍ଗର ପାଦଦେଶରେ ଆଜି ୧୦୦ଟି ଚାରାରୋପଣ କରାଯାଇଛି। ସାହିତ୍ୟ ଘର ସଭାପତି ଉଦୟ ଶଙ୍କର ଜାନିଙ୍କ ନେତୃତ୍ବରେ ନାକଟିଡଙ୍ଗର ପାଦଦେଶରେ ଆୟୋଜିତ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବ‌େ ଜୟପୁର ଉପଖଣ୍ଡ ଆରକ୍ଷୀ ଅଧିକାରୀ ଅରୂପ ଅଭିଷେକ ବେହେରା ଓ ସମ୍ମାନିତ ଅତିଥି ଭାବ‌େ ଟାଉନ ଥାନା ଅଧିକାରୀ ସଞ୍ଜୟ କୁମାର ମଣ୍ଡଳ ଯୋଗ ଦେଇଥିଲେ। ମୁଖ୍ୟ ଅତିଥିଙ୍କ ଉପସ୍ଥିତି ସଭ୍ୟସଭ୍ୟାଙ୍କ ମନରେ ଏଭଳି ଉତ୍ସାହ ଭରି ଦେଇଥିଲା ଯେ ବର୍ଷାକୁ ଖାତିର ନକରି ବିଭିନ୍ନ ରକମର ୫୦ଟି ଚାରା ରୋପଣ କରାଯାଇଥିଲା।

publive-image Sambad

ସେହିପରି ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଛାତ୍ରଛାତ୍ରୀ ଓ ଗୁରୁଜୀଗୁରୁମାଙ୍କ ଉପସ୍ଥିତିରେ ଆଗ୍ରହର ସହ ବୃକ୍ଷରୋପଣ କରାଯାଇଛି। ଆଜିର ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଶିଶୁମନ୍ଦିରର ପ୍ରଧାନ ଆଚାର୍ଯ୍ୟ ପ୍ରସନ୍ନ ବସ୍ତିଆ, ବ୍ୟବସାୟୀ ସଞ୍ଜୟ କୁମାର ଜୈନ, ରଶ୍ମିରଞ୍ଜନ ସାଗର, ବସନ୍ତ କୁମାର ପାତ୍ର, ମଳୟ କୁମାର ପାତ୍ର, କାର୍ତ୍ତିକ ରାଉତ, ମିହିର କର୍କରା, ସରଶୀ ଜେନା, କିଶୋର ଚନ୍ଦ୍ର ପଣ୍ଡା, ଜଗନ୍ନାଥ ମିଶ୍ର, ସନ୍ତୋଷ ପ୍ରଧାନ, ରାଜେନ୍ଦ୍ର କୁମାର ପଣ୍ଡା, ରମେଶ ଚନ୍ଦ୍ର ବେହେରା, ନମ୍ରତା ଦାଶ, ବେରିପ୍ରଭା ପାଢ଼ୀ, ସୌମେନ୍ଦ୍ର କୁମାର ପାଢ଼ୀ, ‘ସମ୍ବାଦ’ ଜୟପୁର ସଂସ୍କରଣର ବିତ୍ତ ବିଭାଗ ଅଧିକାରୀ ଆନନ୍ଦ ଚନ୍ଦ୍ର ଓଝା, ପ୍ରସାର ବିଭାଗ ଅଧିକାରୀ କେ ଭେଙ୍କେଟ ପ୍ରସାଦ ଦୋରା, ‘ସମ୍ବାଦ’ ସାହିତ୍ୟ ଘରର ସମ୍ପାଦକ ପ୍ରମୋଦ କୁମାର ରାଉଳ, ଉପସଭାପତି ଯଜ୍ଞେଶ୍ବର ପଣ୍ଡା, କୋଷାଧ୍ୟକ୍ଷ ଅବିନାଶ ସାନ୍ତ୍ରାପାତ୍ର, ସନ୍ତୋଷ କୁମାର ସାହୁ, କବିତା ମଞ୍ଜରୀ ପଲେଇ, ଶୋଭାଗିନୀ ନନ୍ଦ, ପ୍ରମୁଖ ଊପସ୍ଥିତ ରହି ବୃକ୍ଷରୋପଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ‘ସମ୍ବାଦ’ ଜୟପୁର ନଗର ପ୍ରତିନିଧି ଜ୍ଞାନଚାନ୍ଦ ଜଗନ୍ନାଥ ଓ ଅଶୋକ କୁମାର ପଲେଇ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe