ଭଲଖବର: ବୃକ୍ଷରୋପଣ କରି ବିଦ୍ୟାରମ୍ଭ କଲେ ପିଏନ୍‌ ମହାବିଦ୍ୟାଳୟ ଛାତ୍ରଛାତ୍ରୀ

ଭଲଖବର: ବୃକ୍ଷରୋପଣ କରି ବିଦ୍ୟାରମ୍ଭ କଲେ ପିଏନ୍‌ ମହାବିଦ୍ୟାଳୟ ଛାତ୍ରଛାତ୍ରୀ

Sambad

ଖୋର୍ଦ୍ଧା:  ପ୍ରାଣନାଥ ସ୍ବୟଂ ଶାସିତ ମହାବିଦ୍ୟାଳୟର ୬୪ତମ ବିଦ୍ୟାରମ୍ଭ ସାମ୍ବତ୍ସରିକ ଉତ୍ସବ ବୁଧବାର ଅନୁଷ୍ଠିତ ହୋଇଛି। ନୂତନ ଭାବେ ମହାବିଦ୍ୟାଳୟରେ ନାମ ଲେଖାଇଥିବା ଛାତ୍ରଛାତ୍ରୀ ଅଭିନବ ଉପାୟରେ ଏହି ଉତ୍ସବକୁ ପାଳନ କରିଛନ୍ତି। ମହାବିଦ୍ୟାଳୟ ପରିସରରେ ବୃକ୍ଷ ଚାରାରୋପଣ କରି ଆଜି ବୁଧବାର ଠାରୁ ବିଦ୍ୟାରମ୍ଭ କରିଛନ୍ତି। ପୂର୍ବାହ୍ନରେ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ବନଖଣ୍ଡ ଅଧିକାରୀ ପୂର୍ଣ୍ଣିମା ପାଣ୍ଡିଆନ, ‌ମହାବିଦ୍ୟାଳୟ ପରିଚାଳନା ସମିତିର ସଭାପତି ତଥା ସ୍ଥାନୀୟ ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର, ପ୍ରାକ୍ତନ କୁଳପତି ମେଜର କ୍ଷୀରୋଦ ପ୍ରସାଦ ମହାନ୍ତି, ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ. ଅଜନ୍ତା ଶତପଥୀ, ଉପାଧ୍ୟକ୍ଷ ଡଃ. ବିନୋଦିନୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

ବୃକ୍ଷରୋପଣ ପରେ ମୈତ୍ରୀ ଭବନ ଠାରେ ପ୍ରାଧ୍ୟାପକ ଶୁଭେନ୍ଦୁ ମହାନ୍ତିଙ୍କ ସଂଯୋଜନାରେ ଏକ ସଭା ହୋଇଥିଲା। ପରିବେଶର ସୁରକ୍ଷା ଓ ଏହାର ସୁବିନିଯୋଗ ବିଦ୍ୟାର୍ଜନର ଏକ ପ୍ରମୁଖ ଦିଗ ବୋଲି ଅତିଥି ମାନେ ନିଜ ବକ୍ତବ୍ୟରେ କହିଥିଲେ। ଏହି ଅବସରରେ ମହାବିଦ୍ୟାଳୟର ବାର୍ଷିକ କ୍ୟାଲେଣ୍ଡର ଓ କ୍ୟାମ୍ପସ ବୁଲେଟିନ୍‌ ଦି ଫ୍ରଣ୍ଟ ଫୁଟ୍‌ ଉନ୍ମୋଚିତ ହୋଇଥିଲା। କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟାପକଅଧ୍ୟାପିକା, କର୍ମଚାରୀ, ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe