ଆଦ୍ଵିକା କାର୍ଯ୍ୟକ୍ରମରେ ନାଗରିକ ଦାୟିତ୍ବ ବୋଧ ଓ ବୃକ୍ଷରୋପଣ

Advertisment
ଆଦ୍ଵିକା କାର୍ଯ୍ୟକ୍ରମରେ ନାଗରିକ ଦାୟିତ୍ବ ବୋଧ ଓ ବୃକ୍ଷରୋପଣ

Sambad

ରାୟଗଡା:  ରାୟଗଡ ଜିଲ୍ଲାରେ ଜିଲ୍ଲା ପ୍ରଶାସନ, ଜିଲ୍ଲା ସମାଜ ମଙ୍ଗଳ ବିଭାଗ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ୟୁନିସେଫ ଓ  ଆକ୍ସନଏଡଙ୍କ ମିଳିତ ସଂଯୋଜନାରେ ଜିଲ୍ଲାରେ ବାଲ୍ୟ ବିବାହ ଘଟଣା ଗୁଡିକୁ ରୋକିବା ସହିତ କିଶୋର ଓ କିଶୋରୀ ମାନଙ୍କୁ ସଶକ୍ତ କରିବା ପାଇଁ ଏବଂ ଶିଶୁ, କିଶୋର ଓ କିଶୋରୀଙ୍କ ସୁରକ୍ଷା ପାଇଁ ଆଦ୍ଵିକା ନାମରେ ଏକ ସ୍ଵତନ୍ତ୍ର ସଚେତନତା ଅଭିଯାନ ଗତ ୨୦୨୧ ମସିହା ଠାରୁ ଆରମ୍ଭ କରାଯାଇଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରତି ଶନିବାର ଦିନ ପ୍ରତ୍ୟେକ ଅଙ୍ଗନୱାଡି କେନ୍ଦ୍ର ସ୍ତରରେ ୧୦ ରୁ ୧୯ ବର୍ଷର ସମସ୍ତ କିଶୋର କିଶୋରୀ ମାନଙ୍କୁ ସାମିଲ କରି ପୁଷ୍ଟି, ରକ୍ତହୀନତା, ଜୀବନ କୌଶଳ, ଶିଶୁ ସୁରକ୍ଷା, ଲିଙ୍ଗଗତ ଭେଦଭାବ, ଲିଙ୍ଗଭିତ୍ତିକ ହିଂସା, ଯୌନ ସ୍ୱାସ୍ଥ୍ୟ, ଆର୍ଥିକ ସାକ୍ଷରତା, ଶିକ୍ଷା ଓ ଦକ୍ଷତା ବିକାଶ ଭଳି ବିଷୟ ଗୁଡିକ ଉପରେ ସଚେତନତା ସୃଷ୍ଟି କରାଯାଇଛି।

ଜିଲ୍ଲା ପ୍ରଶାସନ ଆଉ ଏକ ପାଦ ଆଗକୁ ଯାଇ କିଶୋର ଓ କିଶୋରୀମାନଙ୍କ ମଧ୍ୟରେ ନାଗରିକ ସହଭାଗୀତା ବିଷୟରେ ସଚେତନ କରିବା ସହିତ ପରିବେଶ ସୁରକ୍ଷା ଓ ଜଳବାୟୁ ପରିବର୍ତ୍ତନକୁ ନିୟନ୍ତ୍ରଣ କରିବା ନିମନ୍ତେ କିଶୋର ଓ କିଶୋରୀ ମାନଙ୍କ ଭୂମିକା ବିଷୟରେ ସଚେତନ କରିବା ପାଇଁ ଜିଲ୍ଲାର ସମସ୍ତ ୧୧ଟି ବ୍ଲକର ଅଦ୍ଵିକା କ୍ଲବର ସଦସ୍ୟ ସଦସ୍ୟାଙ୍କୁ ସଚେତନ କରଯାଇଥିଲା। ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଯାଜ୍ଞସେନୀ ବେହେରାଙ୍କ ପରାମର୍ଶ କ୍ରମେ ଜିଲ୍ଲାର ସମସ୍ତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ମାନେ ପର୍ଯ୍ୟାୟକ୍ରମେ  ଅଦ୍ଵିକା କ୍ଲବର ସଦସ୍ୟ ସଦସ୍ୟାଙ୍କୁ ନେଇ ପରିବେଶ ସୁରକ୍ଷା ଓ ଜଳବାଯୁ ପରିବର୍ତ୍ତନ ବିଷୟରେ ସଚେତନ କରିବା ସହିତ ମିଳିମିଶି ପଣସ, ଆମ୍ବ, ଅମୃତଭଣ୍ଡା, ସଜନା ଗଛ ଭଳି ବିଭିନ୍ନ ପ୍ରକାର ଫଳ ଗଛ ଗ୍ରାମର ବିଭନ୍ନ ସ୍ଥାନ ମାନଙ୍କରେ ଲଗାଇଥିଲେ। କାର୍ଯ୍ୟକ୍ରମକୁ ଜିଲ୍ଲା ସ୍ତରରେ ଆକ୍ସନ ଏଡର ବାଲ୍ୟ ବିବାହ ନିଷେଧ ଜିଲ୍ଲା ପରାମର୍ଶଦାତା ରତ୍ନେଶ୍ଵର ସାହୁ ତଦାରଖ କରିଥିଲେ। ଏହି ପ୍ରକ୍ରିୟାରେ ପ୍ରାୟ ୫୦୦ ଗ୍ରାମରେ କିଶୋର କିଶୋରୀ ମାନେ ଭାଗ ନେଇ ଥିଲେ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେଖମ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe