ପଥ ପାର୍ଶ୍ବରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

Advertisment
ପଥ ପାର୍ଶ୍ବରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

Sambad

ରାୟଗଡା: ପରିବେଶ ଏବଂ ଦୀର୍ଘସ୍ଥାୟିତ୍ୱ ପ୍ରତି ନିଜର ପ୍ରତିବଦ୍ଧତା ସହିତ ଆଦିତ୍ୟ ବିର୍ଲା ଗ୍ରୁପ୍‍ର ହିଣ୍ଡାଲ୍‍କୋ ଇଣ୍ଡଷ୍ଟ୍ରିଜ ଲିମିଟେଡର ଏକ ସହଯୋଗୀ କମ୍ପାନି ଉତ୍କଳ ଆଲୁମିନା ଇଣ୍ଟରନ୍ୟାସ୍‍ନାଲ ଲିମିଟେଡ ଅଣ୍ଡିରାକଞ୍ଚ ଠାରେ ଆଜି ଶନିବାର ପଥପାର୍ଶ୍ବରେ ବୃକ୍ଷଚାରା ରୋପଣ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଛି। ଏହି ସବୁଜ ପ୍ରୟାସ ଅଧୀନରେ ୩୩୦୦ଟି ଫଳନ୍ତି, ସାଜସଜା ଏବଂ ଜଙ୍ଗଲ ପ୍ରଜାତି ବୃକ୍ଷଚାରା ଲୁନ୍ଦ୍ରକୋନା ଛକ ଠାରୁ ଯୋଗୀପରିତୁଣ୍ଡା ଛକ ପର୍ଯ୍ୟନ୍ତ ମୁଖ୍ୟ ରାସ୍ତାର ଉଭୟ ପାଶ୍ୱର୍ରେ ୫ କିଲୋମିଟର ଅଞ୍ଚଳରେ ରୋପଣ କରାଯିବ। ଏହି ସବୁଜ ବଳୟ କେବଳ ପଥପାଶ୍ୱର୍ର ଦୃଶ୍ୟପଟ୍ଟରେ ବୃଦ୍ଧି ଘଟାଇବ ନାହିଁ, ତାହାସହିତ ମୃତ୍ତିକା କ୍ଷୟକୁ ନିୟନ୍ତ୍ରଣ କରିବା ସହିତ ବୁଲା ପଶୁ ଓ ପଥିକଙ୍କୁ ଛାୟା ପ୍ରଦାନ କରିବ। ଏହି କାର୍ଯ୍ୟକ୍ରମରେ ଅଣ୍ଡିରାକଞ୍ଚ ଥାନା, ଗୋଷ୍ଠୀ ସଦସ୍ୟବୃନ୍ଦ, ଡିପ୍ଲୋମା ଇଞ୍ଜିନିୟର ଟ୍ରେନିଂ (ଡିଇଟି)ର ଅଧିକାରୀଗଣ ଏବଂ ଉତ୍କଳ ଆଲୁମିନା କର୍ମଚାରୀବୃନ୍ଦ ବହୁ ଆଗ୍ରହର ସହିତ ଅଂଶଗ୍ରହଣ କରିଥିଲେ।

publive-image Sambad

ପୁଲିସ ଅଣ୍ଡିରାକଞ୍ଚ ଥାନାର ଏସଆଇ ବିନୋଦ କୁମାର ବିଶ୍ୱାଳ, ଏବଂ ଡିଜିଏମ୍‍ ଜିଓଲୋଜି କ୍ରିଷ୍ଣ ଜ୍ୟୋତିଷୀ, ଉତ୍କଳ ଆଲୁମିନା ଏହି ପ୍ରୟାସକୁ ଡିପାର୍ଟମେଣ୍ଟ ହେଡ୍‍ ସିଏସଆର ମାଇନ୍ସ ମନୋଜ ଦାସ, ମ୍ୟାନେଜର ଏଚ୍‍ଆର ମାଇନ୍ସ ଦେବାଶିଷ ପଟ୍ଟନାୟକଙ୍କ ସହ ମିଶି ପୁଲିସ ବିଭାଗ, ଉତ୍କଳ ଆଲୁମିନା ଅଧିକାରୀବୃନ୍ଦ ଏବଂ ଗୋଷ୍ଠୀ ସଦସ୍ୟଙ୍କ ଉପସ୍ଥିତିରେ ଶୁଭାରମ୍ଭ ହୋଇଥିଲା। ପଥପାର୍ଶ୍ବର ବୃକ୍ଷଚାରା ରୋପଣ ନିମନ୍ତେ ଆମର ପ୍ରତିବଦ୍ଧତା ହେଉଛି ଆମ ଜନସମୁଦାୟର କଲ୍ୟାଣ, ଆପ ପରିବେଶର ସୌନ୍ଦର୍ଯ୍ୟ ଏବଂ ଏକ ସୁସ୍ଥ ପୃଥିବୀ ଗଢି ତୋଳିବା ଦିଗରେ ଏକ ପ୍ରତିବଦ୍ଧତା ବୋଲି କୁହାଯାଇଛି। ପରିବେଶଗତ ଦୀର୍ଘସ୍ଥାୟିତ୍ୱ ଏବଂ ଗୋଷ୍ଠୀ ସଶକ୍ତିକରଣ ନିମନ୍ତେ ଆମେ ନିରନ୍ତର ଏହିଭଳି ପ୍ରୟାସ ଜାରି ରଖିବୁ ବୋଲି ଉତ୍କଳ ଆଲୁମିନା ୟୁନିଟ ହେଡ୍‍ ଆଣ୍ଡ ପ୍ରେସିଡେଣ୍ଟ ମଜହର ବେଗ୍‍ ଏହି ଅବସରରେ ପ୍ରକାଶ କରିଥିଲେ। ଉତ୍କଳ ଆଲୁମିନାର ଟିମ୍‍ ସିଏସଆର୍‍ ମାଇନ୍ସ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe