ଫନି ବାତ୍ୟାର ପ୍ରଭାବରେ ଉଜୁଡ଼ିଥିବା ‘ଜଙ୍ଗଲ’ର ଅଭାବ ପୂରଣ କରିବ ବୃକ୍ଷରୋପଣ!

Advertisment
ଫନି ବାତ୍ୟାର ପ୍ରଭାବରେ ଉଜୁଡ଼ିଥିବା ‘ଜଙ୍ଗଲ’ର ଅଭାବ ପୂରଣ କରିବ ବୃକ୍ଷରୋପଣ!

ଭଂଜନଗର: ଫନି ବାତ୍ୟାର ପ୍ରଭାବ ପରେ ଗଂଜାମ ଜିଲ୍ଲା ଭଞ୍ଜନଗରର ଆଖପାଖ ଜଙ୍ଗଲରେ କ୍ରମାଗତ ଭାବେ ବୃକ୍ଷ ଅଭାବ ଦେଖାଯାଉଛି ଏବଂ ଏହାର ପ୍ରଭାବ ଜନବସତି ଓ ଜଙ୍ଗଲ ଜୀବଜନ୍ତୁଙ୍କ ଉପରେ ପଡୁଛି। ତେଣୁ ବନ ସୁରକ୍ଷା ଓ ବନ ବିକାଶର ଲକ୍ଷ ନେଇ ଓଡିଶା ବନ ଉନ୍ନୟନ ନିଗମ ତରଫରୁ ଏକ ଅଭିନବ ପଦକ୍ଷପ ନିଆଯାଇଛି। ଓଡିଶା ବନ ଉନ୍ନୟନ ନିଗମ ଲିଃ. ଭଞ୍ଜନଗର ବାଣିଜ୍ୟ ଖଣ୍ଡ ଲାଲସିଂ ଡିପୋ ପ୍ରାଙ୍ଗଣରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।

publive-image

ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସମସ୍ତ କର୍ମଚାରୀଙ୍କ ସହଯୋଗରେ ୪୦୦ରୁ ଊର୍ଦ୍ଧ୍ବ ବୃକ୍ଷ ଲଗାଯାଇଛି। ସେଥି ମଧ୍ୟରୁ ଆମ୍ବ, ପଣସ, ଜାମୁ, ପିଜୁଳି, ଚମ୍ପା, ପେସ୍ତା ବାଦାମ ଗଛ ଲଗାଯାଇଛି। ଏହି ପରି ପ୍ରତି ବର୍ଷ ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ ଭାବେ କରାଯାଉଛି। ଏଥିରେ ଉତ୍ତର ଘୁମୁସର ବନ ଖଣ୍ଡର ଖଣ୍ଡିୟ ବନ ଅଧିକାରୀ ‘ଶ୍ରୀ ସୁଦର୍ଶନ ବେହେରା’ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଦକ୍ଷିଣ ଘୁମୁସର ବନ ଖଣ୍ଡର ଖଣ୍ଡିୟ ବନ ଅଧିକାରୀ ତଥା ଓଡିଶା ବନ ଉନ୍ନୟନ ନିଗମ ଲିଃ. ଭଞ୍ଜନଗର ବାଣିଜ୍ୟ ଖଣ୍ଡର ଖଣ୍ଡିୟ ପରିଚାଳକ ଦିଲ୍ଲୀପ କୁମାର ରାଉତ,ଏସିଏଫ ବିକ୍ରମ ପଟ୍ଟନାୟକ, ଏସିଏଫ ପ୍ରଭାକର ନାୟକ ଉପସ୍ଥିତ ଥିଲେ। ଏଥିରେ ଓଡିଶା ବନ ଉନ୍ନୟନ ନିଗମ ଲିଃ, ଭଞ୍ଜନଗରର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ। ପରିଶେଷରେ ବୃକ୍ଷରୋପଣ ଏବଂ ଏହାର ଉପକାରିତା ବିଷୟରେ ମୁଖ୍ୟ ଅତିଥିମାନେ କର୍ମଚାରୀଙ୍କୁ ବୁଝାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe