ପିଏଲଏଫଆଇ ଜୋନାଲ କମାଣ୍ଡର ସଚିତ ସିଂ ଗିରଫ

ପିଏଲଏଫଆଇ ଜୋନାଲ କମାଣ୍ଡର ସଚିତ ସିଂ ଗିରଫ

ରାଉରକେଲା: ଝାରଖଣ୍ଡ ଓଡିଶା ସୀମାନ୍ତ ବେଶ ସକ୍ରିୟ ଥିବା ଜୋନାଲ କମାଣ୍ଡର ସଚିତ ସିଂକୁ ଝାରଖଣ୍ଡର ସୀମାଡେଗା ପୁଲିସ ଗିରଫ କରିଛି l ତା ନିକଟରୁ ରେଗୁଲାର ଇନସାସ ରାଇଫଲ ଜବତ ହୋଇଛି l ତାର ଜଣେ ଘନିଷ୍ଟ ସହଯୋଗୀ ଜୋନ ସୁରିନକୁ ମଧ୍ୟ ଗିରଫ କରାଯାଇଛି । ଗତ ଦଶ ବର୍ଷ ଧରି ସଚିତ ସିଂ ଓଡିଶା ଝାରଖଣ୍ଡର ବିଭିନ୍ନ ଅପରାଧରେ ଜଡିତ ରହିଥିଲା । ଜଲଦେଗାର ଏକ ଜଙ୍ଗଲରେ ଆଜି ପୁଲିସ ଟିମ ଗୁଳିବିନିମୟ ପରେ ପୁଲିସ ତାକୁ ଧରିବାରେ ସଫଳ ହୋଇଛି । ଝାରଖଣ୍ଡ ପୁଲିସ ଓଡିଶା ପୁଲିସ ସୂଚନା ଦେଇଛି । ଝାରଖଣ୍ଡରେ ସଚିତର ମୁଣ୍ଡ ଉପରେ ଦୁଇ ଲକ୍ଷ ଟଙ୍କାର ପୁରସ୍କାର ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe