ଅନୈତିକ ସମ୍ପର୍କ ଦେଖି ଦେଇଥିବାରୁ ଶିକ୍ଷୟତ୍ରୀଙ୍କୁ ହତ୍ୟା କରିଥିଲା ଯୁବକ

Advertisment

ଶିକ୍ଷୟିତ୍ରୀ ଅଞ୍ଜଳି ଦେହୁରୀ ହତ୍ୟାକାଣ୍ଡର ପର୍ଦ୍ଦାଫାସ

ଶିକ୍ଷୟିତ୍ରୀ ଅଞ୍ଜଳି ଦେହୁରୀ ହତ୍ୟାକାଣ୍ଡର ପର୍ଦ୍ଦାଫାସ

ଅନୈତିକ ସମ୍ପର୍କ ଦେଖି ଦେଇଥିବାରୁ ଶିକ୍ଷୟତ୍ରୀଙ୍କୁ ହତ୍ୟା କରିଥିଲା ଯୁବକ

ଖୋର୍ଦ୍ଧା: ଗତ ୪ ତାରିଖ ଅପରାହ୍‌ଣରେ ନୂଆଗଡ଼ ପୟ୍ଚାୟତ ହରିପୁର ଉଗ୍ରତାର ନୋଡ଼ାଲ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ଅଞ୍ଜଳି ଦେହୁରୀଙ୍କ ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଛି ପୁଲିସ। ଜଟଣି ଥାନା ତରାବୋଇ ଅଞ୍ଚଳର କୁନୁ ଜେନା ନାମକ ଜଣେ ଯୁବକ ନିଜ ଶ୍ୱଶୁର ଘରକୁ ବୁଲିବାକୁ ଆସିଥିବା ବେଳେ ଅବିବାହିତଜଣେ ସମ୍ପର୍କୀୟଙ୍କ ସହିତ ଅନୈତିକ ସମ୍ପର୍କ ରଖିଥିବା ଶିକ୍ଷୟତ୍ରୀ ଅଞ୍ଜଳି ଦେହୁରୀ ଦେଖି ଦେଇଥିବାରୁ ତାଙ୍କୁ ହତ୍ୟା କରିଥିଲା ବୋଲି ଗିରଫ ଅଭିଯୁକ୍ତ ପୁଲିସ ନିକଟରେ ସ୍ୱୀକାର କରିଛି।
ଆଜି ପୁଲିସ ଆଇଜି ସୌମେନ୍ଦ୍ର ପ୍ରୀୟଦର୍ଶୀ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ବେଗୁନିଆ କଣ୍ଟାବାଡ଼ ଅଞ୍ଚଳର ଶିକ୍ଷୟତ୍ରୀ ଅଞ୍ଜଳି ଦେହୁରି ହରିପୁର ଉଗ୍ରତାର ନୋଡ଼ାଲ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରନ୍ତି ଓ ଘର ଭଡ଼ା ନେଇ ବଡ଼ପୋଖରିଆ ସବରସାହିରେ ରହୁନ୍ତି। ତାଙ୍କୁ ଗତ ୪ ତାରିଖ ଅପରାହ୍ଣରେ ଏକ ବାଉଁଶ ଠେଙ୍ଗାରେ ପିଟି ହତ୍ୟା କରାଯାଇଥିଲା। ଏହି ଘଟଣାର ତଦନ୍ତ ବେଳେ ଜଣାପଡ଼ିଥିଲା ଯେ ଗତ ୩ ତାରିଖ ଦିନ ଅପରାହ୍ଣରେ କୁନୁ ଜେନା (୨୨ ବର୍ଷ)ନାମକ ଜଟଣୀ ଥାନା ତରାବୋଇ ଗ୍ରାମର ଜଣେ ଯୁବକ ତାଙ୍କ ଶ୍ୱଶୁର ଘର ବଡ଼ପୋଖରିଆ ଶବରସାହିକୁ ଆସିଥିଲେ। ଶିକ୍ଷୟିତ୍ରୀ ଅଞ୍ଜଳି ଦେହୁରୀଙ୍କ ପଡୋଶୀ ଥିଲେ କୁନୁ ଜେନାଙ୍କ ଶ୍ୱଶୁର ଘର। ତେବେ ସେହି ରାତିରେ ଅଞ୍ଜଳି ଦେହୁରୀଙ୍କ ଘରକୁ ଲାଗି ବାରଣ୍ଡାରେ କୁନୁ ଜେନା ତାଙ୍କର ଜଣେ ସମ୍ପର୍କୀୟଙ୍କ ସହିତ ଅନୈତିକ ସମ୍ପର୍କ ରଖିଥିବା ବେଳେ ହଠାତ ଅଞ୍ଜଳି ଏହାକୁ ଦେଖିଦେଇଥିଲେ। ଏ କଥା ଘର ଲୋକଙ୍କ ଆଗରେ କହିଦେବେ ବୋଲି ଅଞ୍ଜଳି କୁନୁକୁ ଧମକ ଦେଇଥିଲେ। ତେବେ କଥା ପ୍ରଘଟ ହୋଇଯିବ ଆଶଙ୍କା କରି ପରଦିନ ସ୍କୁଲ ଫେରିବା ବାଟରେ କୁନୁ ଅଞ୍ଜଳିଙ୍କୁ ମୁଣ୍ଡକୁ ଏକ ଠେଙ୍ଗାରେ ପିଟି ହତ୍ୟା କରି ଫେରାର ହୋଇଯାଇଥିଲା। ପୁଲିସ କୁନୁକୁ ଗିରଫ କରିବା ସହିତ ତାଙ୍କ ଠାରୁ ଅଞ୍ଜଳିଙ୍କ ମୋବାଇଲ ଫୋନ ସିମ୍‌, ହତ୍ୟାକାଣ୍‌ହରେ ବ୍ୟବହୃତବାଇକ ଓ ରକ୍ତଲଗା ପୋଷାକ ଜବତ କରିଛ ବୋଲି ଶ୍ରୀ ପ୍ରୀୟଦର୍ଶୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe