ଜୟପୁରରେ ଜାଗା କିଣା ବିକା ଜୋର: ମାସକୁ ୬ଶହରୁ ଅଧିକ ଲୋକ କିଣୁଛନ୍ତି ଜାଗା

Advertisment

୫ବର୍ଷ ହେଲା ବସିନି ଜମି ମୂଲ୍ୟ ନିର୍ଦ୍ଧାରଣ କମିଟି ବୈଠକ

୫ବର୍ଷ ହେଲା ବସିନି ଜମି ମୂଲ୍ୟ ନିର୍ଦ୍ଧାରଣ କମିଟି ବୈଠକ

ଜୟପୁରରେ ଜାଗା କିଣା ବିକା ଜୋର: ମାସକୁ ୬ଶହରୁ ଅଧିକ ଲୋକ କିଣୁଛନ୍ତି ଜାଗା

PropertyWala.com

ଜୟପୁର: କରୋନା ସଂକ୍ରମଣ ସାମାନ୍ୟ ସ୍ବାଭାବିକା ହେବା ପରେ ଏବେ ଜୟପୁର ସହରରେ ଜମି କିଣା ବିକା ଜୋର ଧରିଛି। ଗତ କିଛି ଦିନ ତଳେ ଯଦିଓ ଦର କମିଥିବା ବେଳେ ଏବେ ଆକାଶଛୁଆଁ ଦରରେ ବିକ୍ରୀ ହେଉଛି। ଜାଗାର ଚାହିଦା ସହରରେ ବଢ଼ୁଥିବା ବେଳେ ଗତ ୨୦୧୬ମସିହାରୁ ଜମି ମୂଲ୍ୟ ନିର୍ଦ୍ଧାରଣ କମିଟି ବୈଠକ ବସିନି। ୨୦୧୬ମସିହାରୁ ୨୦ପ୍ରତିଶତ ଦରବୃଦ୍ଧି କରି ଜାଗାର ରେଜିଷ୍ଟ୍ରେସନ ଚାଲିଛି ବୋଲି ସୂଚନା ମିଳିଛି। ଲୋକଙ୍କ ଚାହିଦାକୁ ଦୃଷ୍ଟିରେ ରଖି କିଛି ନ୍ୟାସ୍ତସ୍ବାର୍ଥ ବ୍ୟକ୍ତି ଜାଲ୍ କାଗଜପତ୍ର କରି ଜମି ବିକ୍ରୀ କରୁଥିବା ବି ଅଭିଯୋଗ ଜାରୀ ରହିଛି। ଗତ କିଛି ଦିନ ତଳେ ବାରିଣୀପୁଟ ଅଂଚଳରେ ଏଭଳି ଅଭିଯୋଗ ଆସିଥିଲା। ସଦ୍ୟ  ଏବେ ପୁଣି ସାନକାଉଡି ଅଂଚଳରେ ଏଭଳି ହୋଇଥିବା ଅଭିଯୋଗ ହୋଇଛି।

ସହରରେ ରହିବାର ମୋହ ଯୋଗୁଁ ପ୍ରତିବର୍ଷ ଜାଗା ମୂଲ୍ୟ ୨ଗୁଣା ଲେଖା ବୃଦ୍ଧି ପାଉଛି। ସରକାରୀ ଜାଗାକୁ ଛାଡ଼ିଦେଲେ ବର୍ତ୍ତମାନ ସହର ଭିତରେ ଘରୋଇ ଜମି ଆଉ ନାହିଁ।  ଗତ କିଛି ବର୍ଷ ମଧ୍ୟରେ ଜାଗା ମୂଲ୍ୟ ଏତେ ବୃଦ୍ଧି ପାଇଛି ଯେ, ସାଧାରଣ ଲୋକଟିଏ ପକ୍ଷେ ତାହା କିଣିବା ଦୁରୂହ ବ୍ୟାପାର। ସହରର ଚାରି ପଟେ ଥିବା ୫କିଲୋମିଟର ପର୍ଯ୍ୟନ୍ତ ଜମି ପ୍ଲଟିଂ କରି ବିକ୍ରୀ ଚାଲିଛି। ବ୍ରାହ୍ମଣୀଗାଁ, ପାଂଜିଆଗୁଡା, ହାନାଗୁଡା, ବଙ୍ଗଳାବାଡ, ପଲକାପୁଟ, ବାରିଣୀପୁଟ, ବ୍ରାହ୍ମଣୀପୁଟ, ମକାପୁଟ ଅଂଚଳକୁ ମୁହାଁଇଛନ୍ତି। ଜିଲ୍ଲା ନିବନ୍ଧକଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ମାସକୁ ୬ଶହରୁ ଅଧିକା ଜାଗା କିଣିଛନ୍ତି। ବିଗତ ୫ବର୍ଷ ଭିତରେ ଜୟପୁର ସହରର ପ୍ରାୟ ସବୁ ସାହି, ଗଳି, ବ୍ୟବସାୟୀକ ଅଂଚଳର ସବୁ ଜାଗାର ମୂଲ୍ୟ ଆଶାତୀତ ବୃଦ୍ଧି ଘଟିଛି।

ଏହା ସତ୍ତ୍ବେ ଏମିତି କିଛି ଜାଗା ରହିଛି ଯାହାକୁ କିଣିବା ପାଇଁ ଲୋକେ ଏବେ ବି ବ୍ୟାକୁଳ। ସେଗୁଡିକ ହେଲା ପାରାବେଢ଼ା, ପାୱାରହାଉସ କୋଲନୀ, ନୂଆସାହି, ମୁଖ୍ୟରାସ୍ତା, ଭୁପତିସାହି, ମହାରାଣୀପେଟା,ସୂର୍ଯ୍ୟମହଲ, ହୋଟେଲ ହାଲୋ ଜୟପୁର, ଭିଆଇପି ଲାଇନ, ଗାନ୍ଧୀଛକ, ବାଇପାସ୍ ରାସ୍ତା, ଜୟନଗର, ହାନାଗୁଡା, ତେଲିଗୁଡା , ଏଲଆଇସି କାର୍ଯ୍ୟାଳୟ, ଗ୍ଲୋକାଲ ହସ୍ପିଟାଲ ଅଂଚଳ। ଜମି ପଂଜିକରଣରେ ହେଉଥିବା ବ୍ୟାପକ ଜାଲକୁ ରୋକିବା ଦିଗରେ ପ୍ରଶାସନ ଆଶୁ ପଦକ୍ଷେପ ନେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe