ପ୍ରାଣନାଥ ମହାବିଦ୍ୟାଳୟର ସ୍ନାତକ ପରୀକ୍ଷା ଫଳ ପ୍ରକାଶିତ

Advertisment

ବିଜ୍ଞାନ ଓ ବାଣିଜ୍ୟରେ ଛାତ୍ରୀ ଓ କଳାରେ ଛାତ୍ରଙ୍କ ଭଲ ପ୍ରଦର୍ଶନ

ବିଜ୍ଞାନ ଓ ବାଣିଜ୍ୟରେ ଛାତ୍ରୀ ଓ କଳାରେ ଛାତ୍ରଙ୍କ ଭଲ ପ୍ରଦର୍ଶନ

ପ୍ରାଣନାଥ ମହାବିଦ୍ୟାଳୟର ସ୍ନାତକ ପରୀକ୍ଷା ଫଳ ପ୍ରକାଶିତ

Sambad

ଖୋର୍ଦ୍ଧା: ଆଜି ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟର ସ୍ନାତକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ପରୀକ୍ଷାରେ ମୋଟ ଉତ୍ତୀର୍ଣ୍ଣ ହାର ୯୦ ପ୍ରତିଶତ ରହିଥିବା ବେଳେ ବିଜ୍ଞାନ ଓ ବାଣିଜ୍ୟରେ ଛାତ୍ରୀମାନେ ଭଲ ପ୍ରଦର୍ଶନ କରିଥିବା ବେଳେ କଳାରେ ଛାତ୍ରମାନେ ଛାତ୍ରୀଙ୍କ ଠାରୁ ଆଗରେ ଅଛନ୍ତି। ମହାବିଦ୍ୟାଳୟ କର୍ତୃପକ୍ଷଙ୍କ ଠାରୁ ମିଳିଥିବା ସୂଚନାନୁସାରେ, ଚଳିତ ଶିକ୍ଷାବର୍ଷରେ ଛାତ୍ରୀଙ୍କ ଉତ୍ତୀର୍ଣ୍ଣ ହାର ୯୨.୮ ପ୍ରତିଶତ ଥିବା ବେଳେ ଛାତ୍ରମାନଙ୍କ ୮୭.୧ ପ୍ରତିଶତ ରହିଛି। କଳା ବିଭାଗରେ ଉତ୍ତୀର୍ଣ୍ଣ ହାର ୯୧.୮%, ବିଜ୍ଞାନରେ ୯୫.୬% ଓ ବାଣିଜ୍ୟରେ ୮୩.୨% ରହିଛି। କଳାରେ ୧୦୦ ଜଣ ଛାତ୍ର ଓ ୨୬୭ଜଣ ଛାତ୍ରୀ ସ୍ନାତକ ପରୀକ୍ଷା ଦେଇଥିଲେ, ସେମାନଙ୍କ ମଧ୍ୟରୁ ୯୫ଜଣ ଛାତ୍ର ଓ ୨୪୨ଜଣ ଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ବାଣିଜ୍ୟରେ ୨୪୪ଜଣ ଛାତ୍ର ଓ ୧୩୮ଜଣ ଛାତ୍ରୀ ପରୀକ୍ଷା ଦେଇଥିଲେ ସେମାନଙ୍କ ମଧ୍ୟରୁ ୧୯୦ଜଣ ଛାତ୍ର ଓ ୧୨୮ଜଣ ଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ବିଜ୍ଞାନର ୧୯୨ଜଣ ଛାତ୍ର ଓ ୧୫୨ଜଣ ଛାତ୍ରୀ ପରୀକ୍ଷା ଦେଇଥିଲେ ସେମାନଙ୍କ ମଧ୍ୟରୁ ୧୮୨ଜଣ ଛାତ୍ର ଓ ୧୪୭ଜଣ ଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି।

ବାଣିଜ୍ୟ ବିଭାଗରୁ ଛାତ୍ର ବର୍ଣ୍ଣବାସ ପ୍ରଧାନ, କଳା ଶିକ୍ଷା ସମ୍ମାନ ବିଭାଗରୁ ଛାତ୍ରୀ ସୁଶ୍ରୀ ପୂଜା ବାରିକ, ବିଜ୍ଞାନ ବିଭାଗରୁ ଭୂତତ୍ୱ ବିଜ୍ଞାନ ସମ୍ମାନରେ ଛାତ୍ରୀ ଲିଜୁ ସାମଲ ସର୍ବାଧିକ ନମ୍ବର ରଖିଛନ୍ତି। ଏନେଇ ପରୀକ୍ଷା ନିୟନ୍ତ୍ରକ ପ୍ରଫେସର ଦେବୀ ପ୍ରସାଦ ପଟ୍ଟନାୟକ କହିଛନ୍ତି ଯେ ଅନ୍ତିମ ପରୀକ୍ଷା ଫଳ ଛଅ ଗୋଟି ସେମଷ୍ଟର ପରୀକ୍ଷାର ମୋଟ ଫଳାଫଳକୁ ନେଇ ପ୍ରସ୍ତୁତ କରାଯାଇଛି। ସର୍ବାଧିକ ନମ୍ବର ରଖିଥିବା ଛାତ୍ରଛାତ୍ରୀଙ୍କୁ ୨୦୨୩ ସାମ୍ବତ୍ସରିକତ୍ତଉତ୍ସବରେ ସ୍ୱର୍ଣ୍ଣପଦକ ପ୍ରଦାନ କରାଯିବ। ପରୀକ୍ଷା ପରିଚାଳନାରେ ଅନ୍ୟମାନଙ୍କ ମଧ୍ୟରେ ଡେପୁଟି ନିୟନ୍ତ୍ରକ ଡଃ. ନିବେଦିତା ଛୋଟରାୟ ଓ ଲଡୁକେଶ ପ୍ରସାଦ ମିଶ୍ର, ସଦସ୍ୟ ପ୍ରଫେସର ଉପେନ୍ଦ୍ର କୁମାର ବାରିକ, ଡଃ. ମଧୁସ୍ମିତା ତ୍ରିପାଠୀ, ପ୍ରଫେସର ସୁକୁମାର ପଟ୍ଟନାୟକ, ଡଃ. ତପସ୍ୱିନୀ ନାୟକ, ଅକ୍ଷୟ କୁମାର ମିଶ୍ର ପ୍ରମୁଖ ସହଯୋଗ କରିଥିଲେ। ମହାବିଦ୍ୟାଳୟ ମୌତ୍ରୀ ଭବନ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ତଥା ପରିଚାଳନା କମିଟିର ସଭାପତି ଜ୍ୟୋତିରୀନ୍ଦ୍ର ନାଥ ମିତ୍ର, ପରିଚାଳନା କମିଟିର ବରିଷ୍ଠ ସଦସ୍ୟ ମେଜର କ୍ଷୀରେଦ ପ୍ରସାଦ ମହାନ୍ତି, ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ. ଅଜନ୍ତା ଶତପଥୀ, ପରୀକ୍ଷା ନିୟନ୍ତ୍ରକ ଦେବୀ ପ୍ରସାଦ ପଟ୍ଟନାୟକ ପ୍ରମୁଖଙ୍କ ସହ ଅନ୍ୟ ଅଧ୍ୟାପକଅଧ୍ୟାପିକା ଓ ମହାବିଦ୍ୟାଳୟର କର୍ମଚାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe