ପ୍ରଧାନମନ୍ତ୍ରୀ ଆବାସକୁ ୧୦ ହଜାର ଲାଞ୍ଚ ଘଟଣା: ତଦନ୍ତ କରି କାମ ସାରି‌ଦେଲେ ବିଡିଓ

Advertisment

ସରପଞ୍ଚ ଓ ଅନ୍ୟମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଶୂନ୍‌

ସରପଞ୍ଚ ଓ ଅନ୍ୟମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଶୂନ୍‌

ଗଞ୍ଜାମରେ ୩୫୧୧୪ ଜଣ ଯୋଗ୍ୟ ପିଏମ୍‌ଏୱାଇ ହିତାଧିକାରୀ

dsmaxproperties.com

ରାଉରକେଲା: ପ୍ରଧାନମନ୍ତ୍ରୀ ଆବାସ ବଣ୍ଟନ ନାଁରେ ଚାଲିଛି ବ୍ୟାପକ ହରିଲୁଟ୍‌। ସରପଞ୍ଚ, ରାଜନୈତିକ ଦଳର ନେତାମାନେ ବ୍ଳକର ଅଫିସର ବିଭାଗୀୟ ଅଧିକାରୀଙ୍କ ସହ ଭିତିରି ସଲାସୁତୁରା କରି ଲକ୍ଷ ଲକ୍ଷ ଟଙ୍କା ଚଳୁ କରିଦେଉଛନ୍ତି। ହାଣ୍ଡିରୁ ଗୋଟିଏ ଭାତ ଚିପିଲା ପରି ନୂଆଗାଁ ବ୍ଲକକୁ ଉଦାହରଣ ଭାବେ ନିଆଯାଇ ପାରେ। ଗରିବ ହିତାଧକାରୀଙ୍କୁ ୫ରୁ ୧୦ ହଜାର ଟଙ୍କା ଲେଖାଏଁ ହାତଗୁଞ୍ଚା ନେଇ ପ୍ରଧାନମନ୍ତ୍ରୀ ଆବାସ ଯୋଗାଇ ଦିଆଯାଇଛି।

ଏ ସମ୍ପର୍କିତ ଖବର ’ସମ୍ବାଦ’ରେ ପ୍ରକାଶ ପାଇବା ପରେ ତତ୍ପର ହୋଇଥିଲେ ନୂଆଗାଁ ବିଡିଓ। ବିଭାଗୀୟ ଅଧିକାରୀଙ୍କ ସହ ଅଭିଯୋଗର ସତ୍ୟାସତ୍ୟ ଜାଣିବାକୁ ତଦନ୍ତ ଆରମ୍ଭ କରିଥିଲେ। ଲାଞ୍ଚ ନିଆଯାଇଥିବା ହିତାଧିକାରୀଙ୍କୁ ପଚରାଉଚୁରା କରିଥିଲେ। କିଛି ହିତାଧିକାରୀ ସରପଞ୍ଚଙ୍କ ଭୟରେ ବିଡିଓଙ୍କୁ କିଛି ନ କହି ଚୁପ୍‌ ରହିଥିଲେ। ଆଉ କିଛି ଅଧିକାରୀ ସରପଞ୍ଚଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଥିଲେ।

ବାଗଡେଗା ପଞ୍ଚାୟତର ସରପଞ୍ଚଙ୍କ ବିରୋଧରେ ଆସିଥିବା ଏଭଳି ଅଭିଯୋଗକୁ ଗୁରୁତର ସହ ନେଇଥିଲେ ନୂଆଗାଁ ବିଡିଓ। ସେମିତି ବିଭାଗୀୟ ତଦନ୍ତ କରି ରିପୋର୍ଟ ମଧ୍ୟ ବିଡିଓଙ୍କୁ ପ୍ରଦାନ କରି ସାରିଛନ୍ତି। ବିଡମ୍ବନା, ଆଜି ପର୍ଯ୍ୟନ୍ତ ଲାଞ୍ଚ ନେଉଥିବା ସରପଞ୍ଚ ଅବା ଅନ୍ୟାନ୍ୟ ନେତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ। କେବଳ ତଦନ୍ତ କରି କାମ ସାରି ଦିଆଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସେପଟେ ହିତାଧିକାରୀ ରାମପାଲ ବଡାଇକ କହିଛନ୍ତି, ବିଡିଓ ତଦନ୍ତ କରିବାକୁ ତାଙ୍କ ଘରକୁ ଆସିଥିଲେ। ତାଙ୍କ ମା’ ଧୁନ୍ଦି ମହାଲି ପ୍ରଧାନମନ୍ତ୍ରୀ ଆବାସ ନାଁରେ ଚାଲିଥିବା ହରିଲୁଟ୍‌ ସଂକ୍ରାନ୍ତରେ କହିଥିଲେ।

ତଦନ୍ତର ପରଦିନ ସରପଞ୍ଚ ତାଙ୍କ ଘରେ ପହଞ୍ଚି କାହିଁକି ଏମିତି ଅଭିଯୋଗ କରିଥିଲେ ତାଙ୍କ ମା’ଙ୍କୁ ପ୍ରଶ୍ନ କରିଥିଲେ। ଆସନ୍ତା ୫ ବର୍ଷ ପର୍ଯ୍ୟନ୍ତ ସମସ୍ତ ସରକାରୀ ଯୋଜନା ବନ୍ଦ କରି ଦିଆଯିବ ବୋଲି ଧମକ ଦେଇଥିଲେ ବୋଲି ରାମପାଲ ଅଭିଯୋଗ ଆଣିଛନ୍ତି। ଉଲ୍ଲେଖଯୋଗ୍ୟ, ନୂଆଗାଁ ବ୍ଲକ ଅନ୍ତର୍ଗତ ବାଗଡେଗା ପଞ୍ଚାୟତରେ ଜଣେ କି ଦୁଇ ଜଣ ନୁହେଁ ଏକାଧିକ ହିତାଧିକାରୀ ଶୋଷଣର ଶିକାର ହୋଇଛନ୍ତି। ଟାଙ୍ଗରପାଲି ଗ୍ରାମର ପ୍ରେମଶୀଳା ଲୁଗୁନ, ସରୋଜ ଲୁଗୁନ୍‌ ଓ ଜାକ୍ରିଆସ୍‌ ଲୁଗୁନ୍‌ ଓ ହେମ୍ବା ଓରାମ। ଘର ଖଣ୍ଡିଏ ପାଇଁ ବାରମ୍ବାର ପଞ୍ଚାୟତ ଅଫିସ୍‌ ଦୌଡୁଲି। କେହି ତାଙ୍କ କଥା ଶୁଣିଲେନି। ଶେଷରେ ଲାଞ୍ଚ ଦେବାକୁ ବାଧ୍ୟ ହେଲେ। ପ୍ରତ୍ୟେକ ୧୦ ହଜାର ଟଙ୍କା ଲେଖାଏଁ। ସେମିତି ପଞ୍ଚାୟତ ବସ୍ତିର ଧୁନ୍ଧି ମହଲି, ବିର୍ସା ଓରାମ ଓ ଭେଙ୍ଗୁ ଓରାମ୍‌ ଆଣିଥିଲେ ସମାନ ଅଭିଯୋଗ। ପ୍ରତ୍ୟେକ ଦେଇଛନ୍ତି ୫ ହଜାର ଟଙ୍କା। ଘର ପାଇବା ପୂର୍ବରୁ ୫ ହଜାର। ଘର ନିର୍ମାଣ ସରିବା ପରେ ଆଉ ୧୦ ହଜାର ଲାଞ୍ଚ ସେମାନଙ୍କ ଠାରୁ ନିଆଯାଇଥିଲା।

ଏସବୁ ବେଆଇନ କାର୍ଯ୍ୟକୁ ସରପଞ୍ଚ ପ୍ରୋତ୍ସାହନ ଦେଉଥିବା ସେମାନେ ଅଭିଯୋଗ କରିଥିଲେ। କେବଳ ବାଗ୍‌ଡେଗା ପଞ୍ଚାୟତ ନୁହେଁ ନୂଆଗାଁ ବ୍ଲକର ଅନ୍ୟ କିଛି ପଞ୍ଚାୟତରେ ଏମିତି ଅଭିଯୋଗ ଆସିଥିଲା। ଭିତିରି ସଲାସୁତୁରା କରି ଦୁର୍ନୀତିକୁ ରଫାଦଫା କରି ଦିଆଯାଉଛି। ଯାହାର ଭରପୁର ଫାଇଦା ଉଠାଉଛନ୍ତି ପଞ୍ଚାୟତର ସରପଞ୍ଚ ଓ କିଛି କରିତକର୍ମା ନେତା। ପ୍ରଧାନମନ୍ତ୍ରୀ ଆବାସ ବଣ୍ଟନ ଠାରୁ ଆରମ୍ଭ କରି ବିଲ୍‌ ହେବା ପର୍ଯ୍ୟନ୍ତ ବିଭିନ୍ନ ଆଳ ଦେଖାଇ ଲୁଟୁଛନ୍ତି। ବାଗଡେଗା ପଞ୍ଚାୟତରେ ବର୍ଷକୁ ପ୍ରାୟ ୨୮୦ରୁ ଅଧିକ ପ୍ରଧାନମନ୍ତ୍ରୀ ଆବାସ ଆସୁଛି। ପ୍ରତ୍ୟେକ ଘର ବାବଦରେ ୧୦ ହଜାର ଟଙ୍କା କରି ୨୮ ଲକ୍ଷ ଟଙ୍କା ଆତ୍ମସାତ୍‌ କରାଯାଉଥିବା ଅଭିଯୋଗ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe