ମହାନଦୀ ଅଭୟାରଣ୍ୟରେ ବନ୍ୟପ୍ରାଣୀ ଅସୁରକ୍ଷିତ, ଶିକାରୀ ଗିରଫ

ମହାନଦୀ ଅଭୟାରଣ୍ୟରେ ବନ୍ୟପ୍ରାଣୀ ଅସୁରକ୍ଷିତ, ଶିକାରୀ ଗିରଫ

ବୌଦ୍ଧ: ବୌଦ୍ଧ ବନଖଣ୍ଡ ଅଧିନସ୍ଥ ମହାନଦୀ ବନ୍ୟପ୍ରାଣୀ କୁଶଙ୍ଗ ରେଞ୍ଜ ସାତକୋଶିଆ ଅଭୟାରଣ୍ୟରେ ପେଟ୍ରୋଲିଂ ବେଳେ ଜଣେ ଶିକାରୀ ଗିରଫ ହୋଇଛି। ସୋମବାର ବିଳମ୍ବିତ ରାତ୍ରିରେ ଶିତଲପାଣି ସଂରକ୍ଷଣ ଜଙ୍ଗଲରେ ପେଟ୍ରୋଲିଂ ଚାଲିଥିବା ବେଳେ ଆଲୁଅ ଦେଖି ବନବିଭାଗ କର୍ମଚାରୀମାନେ ଲୁଚିରହି ଶିକାରୀର ଗତିବିଧିକୁ ନଜର କରିବା ପରେ ଶିକାରୀକୁ କାବୁ କରିନେଇ ତାଠାରୁ ଟାଙ୍ଗିଆ, ବାରୁଦ ଜବତ କରିଥିବା ଜଣାଯାଇଥିବା ଜଣାଯାଇଛି। ଗିରଫ ଶିକାରୀ ଜଣକ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କୁଶଙ୍ଗ ପଞ୍ଚାୟତ ଭାବପୁର ଗ୍ରାମର ସୁରେସନ ପ୍ରଧାନ ବୋଲି ବିଭାଗରୁ ସୂଚନା ମିଳିଛି। ସେ ଜଙ୍ଗଲକୁ ଶିକାର କରିବାପାଇଁ ଆସିଥିବା ସ୍ୱୀକାର କରିଥିବା ଡେପୁଟି ରେଞ୍ଜର ପ୍ରଦୀପ ଭୁତିଆ ପ୍ରକାଶ କରିଛନ୍ତି। ମଙ୍ଗଳବାର ଅଭିଯୁକ୍ତକୁ ବୌଦ୍ଧ କୋର୍ଟକୁ ଚାଲାଣ କରଯାଇଛି।

ନୟାଗଡ ଡିଏଫଓ ହର୍ଷବର୍ଦ୍ଧନ ଉଦଗାତାଙ୍କ ନିର୍ଦ୍ଦେଶକ୍ରମେ ଏହି ଅଭୟାରଣ୍ୟରେ ପେଟ୍ରୋଲିଂ ଜାରି ରଖାଯାଇଥିବା ବେଳେ ଡେପୁଟି ରେଞ୍ଜର ଶ୍ରୀଭୂତିଆଙ୍କ ସମେତ ବନପାଳ ମହେଶ ମେହେର ଓ ୧୭ରୁ ଉର୍ଦ୍ଧ୍ୱ ବନ କର୍ମଚାରୀ ପେଟ୍ରୋଲିଂରେ ସାମିଲ ଥିଲେ।

ପ୍ରକାଶ ଥାଉକି ମହାନଦୀ ବନ୍ୟପ୍ରାଣୀ ଶାତକୋଶିଆ ଅଭୟାରଣ୍ୟରେ ଦିନକୁ ଦିନ ବନ୍ୟପ୍ରାଣୀ ଶିକାର ବଢୁଥିବା ଦେଖାଯାଉଛି। ସମ୍ବର ଶିକାର ଅବାଧରେ ଚାଲିଛି। ମାସେ ତଳେ କୁଶଙ୍ଗ ରେଞ୍ଜରେ ଏକ ହାତୀର ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ଦୁଇ ଜଣ ଅଭିଯୁକ୍ତଙ୍କୁ ବନବିଭାଗ ଗିରଫ କରିଥିଲା। ତେବେ ହାତୀ ଶିକାର ଘଟଣାର ମୁଖ୍ୟ ଅଭିଯୁକ୍ତ ଏଯାଏଁ ଧରପଡିନଥିବା ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe