ଶିକାରୀ ଗିରଫ, ବନ୍ଧୁକ ଜବତ

Advertisment
ଶିକାରୀ ଗିରଫ, ବନ୍ଧୁକ ଜବତ

ତେଲକୋଇ: କେନ୍ଦୁଝର ବନଖଣ୍ଡ ତେଲକୋଇ ରେଞ୍ଜ ଦୋବଲାପାଳ ପିଆର୍‌ଏଫ୍‌ରୁ ଜଣେ ଶିକାରୀକୁ ବନ ବିଭାଗ ଗିରଫ କରିଛି। ଅଭିଯୁକ୍ତ ହେଲା ତେଲକୋଇ ଥାନା ଦେଉଳଡିହା ପଞ୍ଚାୟତ ଅନ୍ତର୍ଗତ କାଦପଡ଼ା ଗ୍ରାମର ତ୍ରିଲୋଚନ ନାୟକଙ୍କ ପୁଅ ନିରଞ୍ଜନ ନାୟକ (୩୭)।

ଗୁରୁବାର ରାତିରେ ତେଲକୋଇ ଫରେଷ୍ଟର ମଳୟ କୁମାର ଜେନାଙ୍କ ନେତୃତ୍ବରେ ବନ ବିଭାଗର ଏକ ଟିମ୍ ପାଟ୍ରୋଲିଂ କରୁଥିଲେ। ଦୋବଲାପାଳ ଗାଁ ମୁଣ୍ଡ ଜଙ୍ଗଲରେ ବନ୍ୟପ୍ରାଣୀ ଶିକାର ଉଦ୍ଦେଶ୍ୟରେ ନିରଞ୍ଜନ ଓ ତା’ର ସହଯୋଗୀ ଛକି ବସିଥିଲେ। ବନ ବିଭାଗ କର୍ମଚାରୀ ନିରଞ୍ଜନକୁ କାବୁ କରିଥିଲେ। ସହଯୋଗୀମାନେ ଦୌଡ଼ି ପଳାଇଥିଲେ। ତା ନିକଟରୁ ଗୋଟିଏ ଗୁଳି ଭର୍ତ୍ତି ଦେଶୀ ବନ୍ଧୁକ ଓ ଏକ ଟାଙ୍ଗିଆ ଜବତ କରାଯାଇଛି। ଅଖଣ୍ଡ ଶିକାର ପାଇଁ ଶିକାରୀମାନେ ବିଭିନ୍ନ ଜଙ୍ଗଲରେ ଘୂରି ବୁଲୁଛନ୍ତି। ତଦନ୍ତ ଜାରି ରହିଥିବା ରେଞ୍ଜର ଶିବାଜୀ ମୋହନ ରାଓ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe