କଳାବଜାରୀ ରୋକିବାକୁ ହୋଲସେଲ, ଖୁଚୁରା ଦୋକାନରେ ଚଢ଼ାଉ, ସାମାଜିକ ଦୂରତା ପାଇଁ ଗୋଲେଇ ଚିହ୍ନ

Advertisment
କଳାବଜାରୀ ରୋକିବାକୁ ହୋଲସେଲ, ଖୁଚୁରା ଦୋକାନରେ ଚଢ଼ାଉ, ସାମାଜିକ ଦୂରତା ପାଇଁ ଗୋଲେଇ ଚିହ୍ନ

ରାଉରକେଲା: ମହାମାରୀ କରୋନା ମୁକାବିଲା ପାଇଁ ଲକଡାଉନର ଆଜି ପଞ୍ଚମ ଦିନ। ଏହିପାଇଁ ରାଜ୍ୟର ଅନ୍ୟତମ ପ୍ରମୁଖ ସହର ସ୍ମାର୍ଟ ସିଟି ରାଉରକେଲାର ରାସ୍ତାଘାଟ ଶୂନଶାନ ଥିଲାବେଳେ ଦୋକାନ ବଜାର ବନ୍ଦରହିଛି। କେବଳ ପରିବା ହାଟ, ରାସନ ଦୋକାନରେ ଗତକାଲି ପରି ଆଜି ମଧ୍ୟ ଗହଳି ପରିଲକ୍ଷିତ ହୋଇଛି। କଳାବଜାରୀ ରୋକିବାକୁ ଏଡ଼ିଏମ ଅବୋଲି ସୁନୀଲ ନରୱଣେ, ଜିଲା ସହକାରୀ ଯୋଗାଣ ଅଧିକାରୀ ରାମ ଚନ୍ଦ୍ର ଟୁଡୁ ନେତୃତ୍ୱରେ ଗଠିତ ଟିମ ଡେଲି ମାର୍କେଟ, ପ୍ଲାଣ୍ଟସାଇଟ ମାର୍କେଟ, ଇସ୍ପାତ ଆଦି ପ୍ରମୁଖ ମାର୍କେଟରେ ଚଢାଉ କରିଥିଲେ। ବେପାରୀଙ୍କୁ ନିର୍ଦ୍ଧାରିତ ଦର ଠାରୁ ଅଧିକ ଦାମ ନ ବିକିବାକୁ ତାଗିଦ କରିଥିଲେ। ସେମିତି କିଛି ଅଭିଯୋଗ ଆସିଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ଚେତାବନୀ ଦେଇଥିଲେ।

publive-image

ଦୋକାନ ଆଗରେ ଅତ୍ୟାବଶକ ସାମଗ୍ରୀର ରେଟ ଚାର୍ଟ ଟାଙ୍ଗିବାକୁ ମଧ୍ୟ ତାଗିଦ କରିଥିଲେ। କିଛି ଦୋକାନ ଆଗରେ ଯୋଗାଣ କର୍ମଚାରୀ ସିଲଟରେ ଅତ୍ୟାବଶ୍ୟକ ସାମଗ୍ରୀର ଦର ଲେଖି ଟାଙ୍ଗି ଦେଇଥିଲେ। ଗତକାଲି କଳାବଜାରୀ କରୁ ଥିବା ଦୁଇ ଆଳୁ, ପିଆଜ ବେପାରୀ ପିତାମ୍ବର ସାହୁ, ଶଙ୍କର ସାହୁଙ୍କଠାରୁ ଅଢେଇ ହଜାର କରି ଜରିମାନା ଆଦାୟ କରାଯାଇଥିଲା।

publive-image

ସେପଟେ ଦୋକାନଗୁଡିକ ଆଗରୁ ଭିଡ ନିୟନ୍ତ୍ରଣ ଓ ସାମାଜିକ ଦୂରତା ପାଇଁ ଆରଏମସି ପକ୍ଷରୁ ୨/୩ ଫୁଟ ବ୍ୟବଧାନରେ ଗୋଟିଏ କରି ଗୋଲେଇ ଚିହ୍ନ କରାଯାଇଛି। ସହର ଜନଗହଳିପୂର୍ଣ୍ଣ ସେକ୍ଟର ୧୯ ଇସ୍ପାତ ପରିବା ହାଟ ଖୋଲିବା ସମୟ ନିର୍ଘଣ୍ଟ କରାଯାଇଛି। ଭିଡ ଏଡ଼ାଇବାକୁ କେବଳ ସକାଳ ୭ରୁ ଦିନ ୧୦ ଟା ପର‍୍ୟନ୍ତ ଖୋଲା କରିବାକୁ ବେପାରୀଙ୍କୁ ତାଗିଦ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe