Advertisment

ଗଞ୍ଜେଇ ଚାଷର ମୁଳୋତ୍ପାଟ ପାଇଁ ପଦକ୍ଷେପ ନିଆଯିବ: ଡିଜିପି

Advertisment
ଗଞ୍ଜେଇ ଚାଷର ମୁଳୋତ୍ପାଟ ପାଇଁ ପଦକ୍ଷେପ ନିଆଯିବ: ଡିଜିପି

ବୌଦ୍ଧ: ଗଞ୍ଜେଇ ଚାଷ ଓ ଚୋର ଚାଲାଣ ରୋକିବା ପାଇଁ ଯୋଜନା କରାଯାଇଛି। ବୌଦ୍ଧ ଜିଲ୍ଲାରେ ‌ଗଂଜେଇ ଚୋରାଚାଲାଣ ରୋକିବା ପାଇଁ ପୁଲିସ କାମ କରୁଛି। ପୁଲିସ ଚୋରା ବେପାରୀଙ୍କ ଉପରେ ମଧ୍ୟ ନଜର ରଖୁଛି। ପୁଲିସ ମହାନିର୍ଦ୍ଦେଶକ ଅଭୟ ରବିବାର ବୌଦ୍ଧ ଜିଲ୍ଲା ଗସ୍ତ ଅବସରରେ ଏହା କହିଛନ୍ତି। ପୁଲିସ ଜିଲ୍ଲା ମୁଖ୍ୟାଳୟରେ ପୁଲିସ ଅଧିକାରୀଙ୍କ ସହ ସମୀକ୍ଷା ପରେ ସାମ୍ବାଦିକ ସମ୍ମିଳନୀରେ ଏ ନେଇ ସୂଚନା ଦେଇଛନ୍ତି। ଡିଜିପି ଅଭୟ ବିଏସ୍‌ଏଫ୍‌ର ସ୍ବତନ୍ତ୍ର ହେଲିକେପ୍ଟରରେ ଦିନ ୨.୪୫ ରେ କଚେରୀ ପଡ଼ିଆରେ ଓହ୍ଲାଇଥିଲେ। ଡିଆଇଜି ସତ୍ୟବ୍ରତ ଭୋଇ ଓ ବୌଦ୍ଧ ଏସ୍‌ପି ଜ୍ଞାନ ରଞ୍ଜନ ମହାନ୍ତି ତାଙ୍କୁ ପଡ଼ିଆରେ ସ୍ୱାଗତ କରିଥିଲେ। ପରେ ବଲାସିଙ୍ଗା ପୁଲିସ ରିଜର୍ଭ କାର୍ଯ୍ୟାଳୟକୁ ଯାଇ ୩.୪୫ ରେ ଫେରିଥିଲେ।

publive-image

ସୂଚନାଯୋଗ୍ୟ, ବୌଦ୍ଧ ଜିଲ୍ଲାର ଦୁର୍ଗମ ଅଂଚଳରେ ଥିବା କିଛି ସ୍ଥାନରେ ଗଂଜେଇ ଚାଷ କରାଯାଉଛି। ଏଥି ସହିତ କନ୍ଧମାଳରୁ ‌ଗଂଜେଇ ଚାଲାଣ ହେଉଛି। ବେଆଇନ ଭାବରେ ଏହି କାରବାର ସହିତ ଜଡ଼ିତ ଥିବା ଚୋରା ବେପାରୀମାନେ କନ୍ଧମାଳରୁ ଗଂଜେଇ ଆଣି ବୌଦ୍ଧ ମାଧ୍ୟମରେ ସୋନପୁର, ବଲାଙ୍ଗୀର, ବରଗଡ଼ ଓ ସମ୍ବଲପୁରକୁ ଚାଲାଣ କରୁଛନ୍ତି। ଗଂଜେଇ ଚୋରାଚାଲାଣକାରୀମାନେ ଅତୀତରେ ଅନେକ ଥର ପୁଲିସ ହାବୁଡ଼ରେ ମଧ୍ୟ ପଡ଼ିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe