ପୁଲିସର ବଡ଼ ସଫଳତା: ଚୋରି ହୋଇଥିବା ୫ଲକ୍ଷ ଟଙ୍କାର ସୁନା ଓ ରୁପା ଗହଣା ଜବତ ,୨ଗିରଫ

ପୁଲିସର ବଡ଼ ସଫଳତା: ଚୋରି ହୋଇଥିବା ୫ଲକ୍ଷ ଟଙ୍କାର ସୁନା ଓ ରୁପା ଗହଣା ଜବତ ,୨ଗିରଫ

ଝାରସୁଗୁଡ଼ା:  ବ୍ରଜରାଜନଗର ଥାନା ଅନ୍ତର୍ଗତ ବାଲିପୁଟ ଗ୍ରାମରେ ସନ୍ତୋଷ  ନାଏକଙ୍କ ଘରୁ ଗତ ୧୨ତାରିଖ ରାତିରେ ଚୋରି ହୋଇଥିବା ୫ଲକ୍ଷ ଟଙ୍କା ସହିତ ସୁନା ଓ ରୁପା ଗହଣାକୁ ଜବତ କରିବାରେ ପୁଲିସ ସଫଳ ହୋଇଛି।  ଏହି ଚୋରି ଘଟଣାରେ ସମ୍ପୃକ୍ତ ଥିବା ସମ୍ବଲପୁର ଅଇଁଠା ପାଲି ଥାନା ଅନ୍ତର୍ଗତ ଭାଲୁପାଲିର ରାଜେନ୍ଦ୍ର ମୁଣ୍ଡା (୩୧)କୁ ପୁଲିସ ଗିରଫ କରିଛି ବୋଲି ଏସ ପି ବିକାଶ ଦାଶ ଆଜି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।

ଚୋରି ଜିନିଷ କିଣିଥିବା ଅଭିଯୋଗରେ  ଚନ୍ଦନ ମହାପାତ୍ରକୁ ମଧ୍ୟ ଗିରଫ କରାଯାଇଥିବା  ଏସ ପି  ଦାଶ ସୂଚନା ଦେଇଛନ୍ତି। ସେମାନଙ୍କ ଠାରୁ ସମସ୍ତ ଚୋରି ଜିନିଷ ଜବତ କରାଯାଇଛି। ଅଭିଯୁକ୍ତ  ରାଜେନ୍ଦ୍ର ମୁଣ୍ଡା  ଅଇଁଠା ପାଲି ଥାନା ଅଞ୍ଚଳରେ ୧୬ଗୋଟି ଚୋରି ମାମଲାରେ ଜଡିତ ଥିବା ସହିତ ସମ୍ବଲପୁରଜିଲ୍ଳାର ଥାନାରେ ମଧ୍ୟ ଏଭଳି ମାମଲାରେ ସମ୍ପୃକ୍ତ ଥିବା  ଏ ସ ପି ବିକାଶ ଦାଶ ସାମ୍ବାଦିକମାନଙ୍କୁ ସୂଚନା ଦେଇଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ଏସ ଡି ପି ଓ ଦିଲ୍ଲୀପ ଦାସ, ବ୍ରଜରାଜନଗର ଆଇ ଆଇ ସି ବୈକୁଣ୍ଠ ସେଠ,ରାମପୁର ଫାଣ୍ଡି ଅଧିକାରୀ  ପ୍ରକାଶ ଦଳେଇ ଆଦି ଉପସ୍ଥିତ ଥିଲେ। ଅଭିଯୁକ୍ତ ୨ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି।

ଗତ ୧୨ ତାରିଖ ରାତିରେ ବ୍ରଜରାଜନଗର ଥାନା ଅନ୍ତର୍ଗତ ରାମପୁର ଫାଣ୍ଡି ଅଞ୍ଚଳରେ ଥିବା ବାଲିପୁଟ ଗ୍ରାମରେ ସନ୍ତୋଷ ନାଏକଙ୍କ  ପରିବାର  ଶୋଇଥିବା ଅବସ୍ଥାରେ ଅଭିଯୁକ୍ତ ରାଜେନ୍ଦ୍ର ମୁଣ୍ଡା ଘର ଛାତ ଦେଇ ଘରଭିତରକୁ ପଶିଥିଲା। ଘର ଭିତରେ ସବୁ କୋଠରୀ ଖୋଲା ଥିଲା।ସନ୍ତୋଷ  ଝିଅ ବିବାହ ପାଇଁ ସୁନା ରୁପା ଅଳଙ୍କାର କିଣି ଅଲମିରାରେ ରଖିଥିଲେ। ରାଜେନ୍ଦ୍ର ଅଲମିରା ଚାବି ଖୋଲି  ୫ଲକ୍ଷ ଟଙ୍କାରୁ ଉର୍ଦ୍ଧ ଜିନିଷ ଚୋରି କରି ନେଇ ଚାଲିଯାଇଥିଲା।  ପରଦିନ ସନ୍ତୋଷଙ୍କ ଅଭିଯୋଗ ପରେ ପୁଲିସ ଏକ ମାମଲା ବ୍ରଜରାଜନଗର ଥାନାରେ ରୁଜୁକରି ଅନୁସନ୍ଧନ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe