୧୧ ଲକ୍ଷ ଟଙ୍କା ହେରାଫେରି ମାମଲାରେ ଫାଇନାନ୍ସ ଏଜେଣ୍ଟ ଯୁବକକୁ ଗିରଫ କଲା ପୁଲିସ

Advertisment
୧୧ ଲକ୍ଷ ଟଙ୍କା ହେରାଫେରି ମାମଲାରେ ଫାଇନାନ୍ସ ଏଜେଣ୍ଟ ଯୁବକକୁ ଗିରଫ କଲା ପୁଲିସ

କୋକସରା: ଭାରତ ଫାଇନାନ୍ସ ନାମକ ଏକ ବେସରକାରୀ କମ୍ପାନୀରେ ଏଜେଣ୍ଟ ଭାବେ କାମ କରୁଥିବା ଜଣେ ଯୁବକ ହିତାଧିକାରୀଙ୍କୁ ନିଜ ଜାଲରେ ଫସାଇ ସେମାନଙ୍କ ଅଜାଣତରେ ୧୧ ଲକ୍ଷରୁ ଉର୍ଦ୍ଧ୍ବ ଲୋନ ଟଙ୍କା ହଡପ କରିଥିବା ଅଭିଯୋଗ ହୋଇଛି | ଅଭିଯୋଗ ମିଳିବା ପରେ କୋକସରା ପୁଲିସ ଆଜି ସେହି ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଲିଛି।

ସୂଚନା ମୁତାବକ କଳାହାଣ୍ଡି ଜିଲ୍ଲା କୋକସରାଠାରେ ଥିବା ଭାରତ ଫାଇନାନ୍ସ ସଂସ୍ଥାରେ ଧର୍ମଗଡ ବ୍ଲକ ଡୁମେରଗୁଡା ପଞ୍ଚାୟତ କୀର୍କାକାନି ଗ୍ରାମର ଯୁବକ ରାକେଶ ଦୁର୍ଗା ଏଜେଣ୍ଟ ଭାବେ ଆଜିକୁ ୧୭ ମାସ ପୂର୍ବରୁ କାର୍ଯ୍ୟ କରିଆସୁଥିଲେ। ତେବେ ସେ କୋକସରା ବ୍ଲକର ବିଭିନ୍ନ ଗ୍ରାମରୁ ୬୭ ଜଣ ହିତାଧିକାରୀଙ୍କ ମଧ୍ୟରୁ ୧୫ ଜଣଙ୍କ ନାମରେ ଋଣ ଓ ୫୨ ଜଣଙ୍କ ନାମରେ ରିଫାଇନାନ୍ସ ହେବ କହି ସେମାନଙ୍କ ନାମରେ ଫାଇନାନ୍ସ କରି ପ୍ରାୟ ୧୧ ଲକ୍ଷ ଟଙ୍କା ହଡପ କରି ଫାଇନାନ୍ସ ସଂସ୍ଥାକୁ ଚକମା ଦେଇଥିଲା |

ତେବେ ଏଜେଣ୍ଟର ଠକେଇ ନେଇ ସଂସ୍ଥାର ମ୍ୟାନେଜର କୋକସରା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି କୋକସରା ପୁଲିସ ଅଭିଯୁକ୍ତ ଯୁବକକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe