ସୋମନାଥ ଭୁଜବଳ ହତ୍ୟା ମାମଲା: ୨୪ ଦିନ ପରେ ଧରାପଡ଼ିଲେ ଦୁଇ ସୁପାରି କିଲର, ମୁଖ୍ୟ ଅଭିଯୁକ୍ତ ଫେରାର

ହତ୍ୟାର କାରଣ ଖୋଜି ପାଇପାରିଲା ନାହିଁ ପୁଲିସ

ସୋମନାଥ ଭୁଜବଳ ହତ୍ୟା ମାମଲା: ୨୪ ଦିନ ପରେ ଧରାପଡ଼ିଲେ ଦୁଇ ସୁପାରି କିଲର, ମୁଖ୍ୟ ଅଭିଯୁକ୍ତ ଫେରାର

Sambad

ଖୋର୍ଦ୍ଧା: ଠେଙ୍ଗାହାଟ ଛକରେ ଜୁନ ୭ ତାରିଖରେ ବ୍ରାଉନସୁଗାର ମାଫିଆ ସୋମନାଥ ଭୁଜବଳକୁ ଗୁଳିମାଡ଼ ହୋଇଥିଲା। ଏହାର ୨୪ ଦିନ ପରେ ଆଜି ଶନିବାର ଖୋର୍ଦ୍ଧା ଟାଉନ ଥାନା ପୁଲିସ ଦୁଇଜଣ ଅଭିଯୁକ୍ତ ତଥା ସୁପାରି କିଲରଙ୍କୁ ଧରିଛି ବୋଲି ଦାବି କରିଥିବା ବେଳେ ଆଶ୍ଚର୍ଯ୍ୟଜନକ ଭାବେ ମୁଖ୍ୟ ଅଭିଯୁକ୍ତ ବୋଲି ପୁଲିସ କହୁଥିବା ସଞ୍ଜୟ ପ୍ରଧାନ ଫେରାର ହୋଇ ଯାଇଛି।

publive-image Sambad

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନାନୁସାରେ, ଅଭିଯୁକ୍ତ ସୁପାରି କିଲର ମୁକୁନ୍ଦପ୍ରସାଦ ଜେନାସାହିର ସାହିତ୍ୟ ବେହେରା ଓରଫ କାହ୍ନା (୨୧) ଓ ମୁକୁନ୍ଦପ୍ରସାଦ ପିଏନକଲେଜ ଛକ ମୁଖ୍ୟରାସ୍ତା କଡ଼ରେ ରହୁଥିବା ମହମ୍ମଦ ଅବ୍ଦୁଲ ଜାମିଲ ଦଳବେହେରାଙ୍କ ପୁଅ ରାଜ ଦଳବେହେରା(୨୩)କୁ ଅନେକ ଦିନ ପୂର୍ବରୁ ଧରା ପଡ଼ିଥିଲେ। ମାମଲାର ତଦନ୍ତରେ ଅନ୍ୟମାନଙ୍କ ଭଳି ସେମାନଙ୍କୁ ମଧ୍ୟ ଥାନାକୁ ଆଣି ପଚରାଉଚୁରା କରୁଥିଲେ ବୋଲି ପୁଲିସ କହିଥିଲା। ବର୍ତମାନ ସେମାନେ ହିଁ ସୁପାରି ନେଇ ଗୁଳି ମାରିଛନ୍ତି ବୋଲି ପୁଲିସ କହିଛ, ତେବେ ଏତେ ଦିନ ପରେ ସେମାନେ କେଉଁ କାରଣରୁ ସୋମନାଥକୁ ଗୁଳି କଲେ ସେନେଇ ପୁଲିସ କହି ପାରିନାହିଁ। ଆଜି ଶନିବାର ଅପରାହ୍ନରେ ଖୋର୍ଦ୍ଧା ଟାଉନ ଥାନାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମଳନୀରେ ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟ୍ଟାରିଆ କହିଛନ୍ତି ଯେ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ପ୍ରଧାନ ଓରଫ ସଞ୍ଜୁ ଓ ମୃତ ସୋମନାଥ ପ୍ରଧାନ ଓରଫ ପକୁ ଉଭୟ ବ୍ରାଉନସୁଗାର ବ୍ୟବସାୟୀ ଥିଲେ ଓ ଉଭୟଙ୍କ ମଧ୍ୟରେ ଶତ୍ରୁତା ରହିଥିଲା। କିନ୍ତୁ ସୋମନାଥ ଭୁଜବଳଙ୍କ ବାପାଙ୍କ କହିବା କଥା ଥିଲା, ସୋମନାଥ ଓ ସଞ୍ଜୁ ଉଭୟ ବନ୍ଧୁ ଥିଲେ। ଉଭୟ ଏକଦା ମିଶି ବ୍ରାଉନସୁଗାର ବ୍ୟବସାୟ କରୁଥିଲେ। ବ୍ରାଉନସୁଗାର ବ୍ୟବସାୟ ଛାଡ଼ି ମାଛ ବ୍ୟବସାୟ କରୁଥିଲା ଓ ସଞ୍ଜୁ ତାକୁ ପୁଣି ବ୍ୟବସାୟକୁ ଟାଣି ଆଣିବାକୁ ଚେଷ୍ଟା କରୁଥିଲା। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଟଣାଓଟରା ଚାଲିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe