ଯୁବତୀ ଚାଲାଣ ଅଭିଯୋଗ, ପୁଅକୁ ବାନ୍ଧିନେଲା ସିମଡେଗା ପୁଲିସ

Advertisment
ଧରାପଡ଼ିଲା ମୋବାଇଲ ଚୋର ଗ୍ୟାଙ୍ଗ୍‌, ୪ କୋର୍ଟ ଚାଲାଣ

new indian express

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ଥାନା ଅନ୍ତର୍ଗତ ନୂଆଗାଁ ପଞ୍ଚାୟତର ଏଲଗା(କଣ୍ଟାଝାର)ଗ୍ରାମର ଜଣେ ଯୁବକ ସଞ୍ଜୁ ନାଏକଙ୍କୁ ଯୁବତୀ ଚାଲାଣ ଅଭିଯୋଗରେ ଝାଡ଼ଖଣ୍ଡ ରାଜ୍ଯ ସିମଡେଗା ପୁଲିସ ଉଠାଇ ନେଇଛି। ବୁଧବାର ସକାଳୁ ପୁଲିସ କଣ୍ଟାଝରରେ ଚଢାଉ କରି ସମ୍ପୃକ୍ତ ଯୁଵକଙ୍କୁ ନେଲାବେଳେ ତାଙ୍କ ମା' ପୁଲିସ ଗାଡି ଅଟକାଇବାକୁ ଚେଷ୍ଟା କରି ଆହତ ହୋଇଛନ୍ତି। ତାଙ୍କୁ ରାଉରକେଲା ଡାକ୍ତରଖାନା ପଠାଯାଇଛି।

ଅନ୍ଯପଟେ ପୁଲିସ ଗାଡି ଉପରକୁ ଗାଁ ଲୋକେ ପଥର ମାଡ଼ କରିଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ, କଣ୍ଟାଝାର ଗ୍ରାମର ଲାଲମୋନ ନାଏକଙ୍କ ବଡ଼ ପୁଅ ସଞ୍ଜୁ ନାଏକ(୩୧) ଦିଲ୍ଲୀରେ ଏକ ଘରୋଇ କମ୍ପାନୀରେ ସୁପରଭାଇଜର ଭାବେ କାମ କରୁଥିଲେ। ନିଜ ଅଞ୍ଚଳରୁ ଝିଅଙ୍କୁ କାମ ଦେବା ଆଳରେ ସେ ବାହାରକୁ ଚାଲାଣ କରୁଥିବା ଅଭିଯୋଗ ରହିଥିଲା।

ଏଥିରେ ସିମଡେଗା ଅଞ୍ଚଳର କିଛି ଝିଅ ମଧ୍ଯ ଥିଲେ। ଯାହାକୁ ନେଇ ଅଭିଯୋଗ ପରେ ସିମଡେଗା ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଲାଇଥିଲା। କରୋନା ଯୋଗୁଁ କିଛି ମାସ ହେଲା ସଞ୍ଜୁ ଘରକୁ ଆସିଥିଵା ସୂଚନାପାଇ ସିମ୍‌ଡେଗା ପୁଲିସ ବୁଧବାର ଭୋର ୪ଟାରେ କଣ୍ଟାଝାରସ୍ଥିତ ଘରେ ଚଢାଉ କରି ଉଠାଇ ନେଇଛି। ତେବେ ଯୁବକଙ୍କୁ ଗିରଫ କରି ନେଉଥିବା ସମୟରେ ତାଙ୍କ ଘର ଲୋକ ଓ ପୁଲିସ ମଧ୍ୟରେ ପାଟି ତୁଣ୍ଡ ହୋଇଥିଲା। ଗାଁ ଲୋକେ ପୁଲିସ ଉପରକୁ ପଥର ମାଡ଼ କରିଥିଲେ।

ତାଙ୍କ ମା’ ଜୋର ଜବରଦସ୍ତ ପୁଲିସ ଗାଡିକୁ ଅଟକାଇବାକୁ ଚେଷ୍ଟା କରି ଗୁରୁତର ହୋଇଥିଲେ। ତାଙ୍କୁ ଉଦ୍ଧାର କରି ପରିବାର ଲୋକେ ପ୍ରଥମେ କୁତ୍ରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନେଇ ପ୍ରାଥମିକ ଚିକିତ୍ସା ପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ରାଉରକେଲା ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe