ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ କୋଟିପତି ପୁଲିସ ଏସ୍‌ଆଇ ଗିରଫ

Advertisment

ଆଜି ସକାଳୁ ୭ଟି ଠିକଣାରେ ଚଢ଼ଉ କରିଥିଲା ଭିଜିଲାନ୍ସ

ଆଜି ସକାଳୁ ୭ଟି ଠିକଣାରେ ଚଢ଼ଉ କରିଥିଲା ଭିଜିଲାନ୍ସ

ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ କୋଟିପତି ପୁଲିସ ଏସ୍‌ଆଇ ଗିରଫ

କାମାକ୍ଷାନଗର/ଭୁବନେଶ୍ବର: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ଥାନା ଅନ୍ତର୍ଗତ ମହାବିରୋଡ ଫାଣ୍ଡି ଅଧିକାରୀ ସମରେନ୍ଦ୍ର ସାମଲ ଗିରଫ ହୋଇଛନ୍ତି। ଭିଜିଲାନ୍ସ ବିଭାଗ ଢେ଼ଙ୍କାନାଳ କଣ୍ଟାନାଳୀ ଠାରେ ଥିବା ୨ଟି ଘର ଯାହାର ମୂଲ୍ୟ ୯୯ଲକ୍ଷ ଟଙ୍କା, ସୁନା ଗହଣା ୧୦ ଲକ୍ଷ ଟଙ୍କା, କନାରା ବ୍ୟାଙ୍କରେ ୮ଟି ଆକାଉଣ୍ଟରେ ୧୬ ଲକ୍ଷ ଟଙ୍କା, ଫାର୍ମ ହାଉସ କେନ୍ଦୁପଡ଼ା ୧୬ ଲକ୍ଷ ପ୍ଲାନଟେସନ, ସୁନା ଓ ରୁପା ୧୦ ଲକ୍ଷ ଟଙ୍କା, ନଗଦ ୯୭ ହଜାର ଟଙ୍କା, ୨ ଲକ୍ଷ ଟଙ୍କାର ଆସବାବପତ୍ର ଆଦି ଜବତ କରିବା ସହ ଏସଆଇ ସମରେନ୍ଦ୍ର ସାମଲଙ୍କୁ ଗିରଫ କରି କଟକ ଭିଜିଲାନ୍ସ କାର୍ଯ୍ୟ।ଳୟକୁ ନେଇ ଯାଇଛନ୍ତି ।

ଆଜି ସକାଳୁ ଭିଜିଲାନ୍ସ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଏସ୍‌ଆଇ ସମରେନ୍ଦ୍ରଙ୍କ ୭ଟି ଘର ଓ ଫାର୍ମ ହାଉସରେ ଚଢ଼ଉ କରିଥିଲେ। ଢେଙ୍କାନାଳ ଜିଲ୍ଲାର ପରଜଙ୍ଗ ପୁଲିସ ଥାନା ଅଧୀନରେ ଥିବା ମହାବିରୋଡ ଫାଣ୍ଡି ଅଧିକାରୀ ଏସଆଇ ସମରେନ୍ଦ୍ର ସାମଲଙ୍କ ଏକକାଳୀନ ୭ଟି ସ୍ଥାନରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରାଯାଥିଲା। ଢେଙ୍କାନାଳ ଜିଲ୍ଲାର ୭ ଟି ସ୍ଥାନରେ ୩ ଜଣ ଡିଏସପି, ୭ ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କ ନେତୃତ୍ୱରେ ୮ଟି ଭିଜିଲାନ୍ସ ଟିମ୍ ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ଉ କରିଥିଲେ।

publive-imageଢେଙ୍କାନାଳର ଭିଜିଲାନ୍ସ ସ୍ପେଶାଲ୍ ଜଜଙ୍କ ଦ୍ବାରା ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ ଆଦେଶ ବଳରେ ମହାବିରୋଡ ଫାଣ୍ଡି ଅଧିକାରୀଙ୍କ ଢେଙ୍କାନାଳ ସହରରେ ୨ଟି ଦୁଇମହଲା କୋଠା, ଗଁଦିଆ ଥାନା ଅନ୍ତର୍ଗତ ଏକ ଫାର୍ମ ହାଉସ୍, ପ୍ରାୟ ୩୦୦ ଗ୍ରାମ୍ ସୁନା ଏବଂ ନଗଦ ଏକ ଲକ୍ଷ ଟଙ୍କାର ଏପର୍ଯ୍ୟନ୍ତ ସନ୍ଧାନ କରାଯାଇଛି। ମହାବିରୋଡ ଫାଣ୍ଡି ଅଧିକାରୀ ସମରେନ୍ଦ୍ର ସାମଲଙ୍କ ସଂପତ୍ତିର ଆକଳନ ଚାଲିଛି। ସୂଚନାଯୋଗ୍ୟ, ଗତ ମାସରେ ଭୁବନେଶ୍ବରରେ ଜଣେ କୋଟିପତି ପୁଲିସ କର୍ମଚାରୀ ଗିରଫ ହୋଇଥିଲେ। ଗିରଫ ପୁଲିସ କର୍ମଚାରୀ ପ୍ରସନ୍ନ ବେହେରାଙ୍କର ୬ କୋଟି ଟଙ୍କାର ସଂପତ୍ତି ଥିବା ଜଣା ପଡ଼ିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe