ଆୟବର୍ହିଭୁତ ସଂପତ୍ତି ଠୁଳ ଘଟଣା: ପୁଣି ବନ୍ଧା ହେଲେ ନିଲମ୍ବିତ ଏଏସଆଇ ଜୟଦାଶ ଖରା

Advertisment
ଆୟବର୍ହିଭୁତ ସଂପତ୍ତି ଠୁଳ ଘଟଣା: ପୁଣି ବନ୍ଧା ହେଲେ ନିଲମ୍ବିତ ଏଏସଆଇ ଜୟଦାଶ ଖରା

Sambad

ମାଲକାନଗିରି: ମାଲକାନଗିରି ଜିଲ୍ଲାର ମାଥିଲି ବ୍ଲକ ଅନ୍ତର୍ଗତ କର୍ତ୍ତନପାଲ୍ଲୀ ବିଟ ହାଉସରେ କାର୍ଯ୍ୟରତ ପୂର୍ବତନ ତଥା ବର୍ତ୍ତମାନର ନିଳମ୍ବିତ ପୁଲିସ ଏଏସଆଇ ଜୟଦାଶ ଖରାକୁ ଭିଜିଲାନ୍ସ ଆଜି ଗିରଫ କରିଛି। ଆୟବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନସ ବିଭାଗ ଆଜି ଜୟଦାଶକୁ ଗିରଫ କରି କୋର୍ଟ ଚାଲାଣ କରିଥିବା କୁହାଯାଇଛି। ଗତକାଲି ଜୟଦାଶ ଖରାଙ୍କ ମାଲକାନଗିରି ଏବଂ କୋରାପୁଟର ୫ଟି ସ୍ଥାନରେ ଚଢାଉ କରାଯାଇଥିଲା। ଏହି ଚଢାଉରେ ଜୟଦାଶଙ୍କ ୧ କୋଟି ୮ ଲକ୍ଷ ୪୧ ହଜାର ୭୮୨ ଟଙ୍କାର ସ୍ଥାବର ଓ ଅସ୍ଥାବର ସଂପତ୍ତି ଠୁଳ କରିଥିବା ଜଣାପଡିଥିଲା। ଏହି ସଂପତ୍ତିର ସଠିକ ତଥ୍ୟ ସେ ଭିଜିଲାନସ ବିଭାଗକୁ ଦେଇପାରିନଥିବା ଜଣାପଡିଛି।

ଗତକାଲି ସର୍ଚ୍ଚ ବେଳେ ତାଙ୍କ ଠାରୁ ୧ ଲକ୍ଷ ୨୫୦ ଟଙ୍କା ନଗଦ ରାଶି ମିଳିଥିବା ବେଳେ ୪୧.୨୪ ଲକ୍ଷ ଟଙ୍କାର ଗୋଟିଏ କୋଠାଘର, ୩୩.୬୭ ଲକ୍ଷ ଟଙ୍କାର ତିନି ମହଲା କୋଠା, କୋରାପୁଟ ଜିଲ୍ଲାରେ ଦୁଇଟି ପ୍ଲଟ ରହିଛି, ୨୯୦ ଗ୍ରାମର ସୁନା ସହ ବ୍ୟାଙ୍କରେ ଜମା, ଜୀବନବୀମା, ଘରୋଇକରଣ ଜିନିଷର ମୂଲ୍ୟ ୨୩ .୯୧ ଲକ୍ଷ ଟଙ୍କାର ବୋଲି ଭିଜିଲାନ୍ସ ବିଭାଗ କହିଛି। ଜୟଦାଶ ଖରାଙ୍କ ଆୟ ଏବଂ ବ୍ୟୟର ହିସାବ କରିବା ପରେ ୧୧୭ ପ୍ରତିଶତ ଟଙ୍କା ବାହାରୁ ସେ ଆୟ କରିଥିବା ଜଣାପଡିଛି। ପ୍ରକାଶ ଥାଉକି ଗତ ମାର୍ଚ୍ଚ ମାସରେ ସେ ଗଞ୍ଜେଇ ଚୋରା ଚାଲାଣରେ ଗଞ୍ଜେଇ ବେପାରୀଙ୍କୁ ସହଯୋଗ କରିଥିବା ଘଟଣାରେ ପୁଲିସ ତାଙ୍କୁ ଜେଲକୁ ପଠାଇଥିଲା। ଗତ କିଛିଦିନ ତଳେ ସେ ଜେଲରୁ ମୁକୁଳିଥିଲେ। କିନ୍ତୁ ପୁଣି ଭିଜିଲାନ୍ସ ହାତରେ ଧରା ପଡି ଜେଲକୁ ଗଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe