ମହିଳାଙ୍କୁ ଚାପୁଡ଼ା ମାରିବା ଘଟଣା: ଭିଡ଼ିଓ ଭାଇରାଲ ହେବା ପରେ କାର୍ଯ୍ୟାନୁଷ୍ଠାନ, ରେଙ୍ଗାଲି ଏଏସ୍‌ଆଇ ନିଲମ୍ବିତ

Advertisment
ମହିଳାଙ୍କୁ ଚାପୁଡ଼ା ମାରିବା ଘଟଣା: ଭିଡ଼ିଓ ଭାଇରାଲ ହେବା ପରେ କାର୍ଯ୍ୟାନୁଷ୍ଠାନ, ରେଙ୍ଗାଲି ଏଏସ୍‌ଆଇ ନିଲମ୍ବିତ

ସମ୍ବଲପୁର: ମହିଳାଙ୍କୁ ଚାପୁଡ଼ା ମାରିବା ଘଟଣାରେ ରେଙ୍ଗାଲି ଥାନା ଏଏସ୍‌ଆଇ ଦ୍ରୋଣାଚାର୍ଯ୍ୟ ସାହୁ ବୁଧବାର ନିଲମ୍ବିତ ହୋଇଛନ୍ତି। କିଛି ଦିନ ତଳେ ଏଏସ୍‌ଆଇ ଦ୍ରୋଣାଚାର୍ଯ୍ୟ ମହିଳାଙ୍କୁ ଥାନା ପରିସରରେ ମାଡ଼ ମାରିଥିଲେ। ବୟସ୍କା ମହିଳାଙ୍କୁ ମାଡ଼ ମାରିବା ଘଟଣା ପରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଭିଡିଓ ଭାଇରାଲ ହେବା ପରେ ଏସପି ସଞ୍ଜିବ ଆରୋରା ଅତିରିକ୍ତ ଏସପି ପିକେ ମହାପାତ୍ରଙ୍କୁ ଏହାର ତଦନ୍ତ ଦାୟିତ୍ୱ ଦେଇଥିଲେ। ବରିଷ୍ଠ ପୁଲିସ ଅଧିକାରୀ କହିଥିଲେ ଯେ, ଘଟଣାର ସତ୍ୟତା ଜଣାପଡ଼ିଲେ ସଂପୃକ୍ତ ପୁଲିସ କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ।

ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଭିଡିଓରେ ରେଙ୍ଗାଲି ଥାନାର ଜଣେ ପୁଲିସ କର୍ମଚାରୀଙ୍କ ସହିତ ଜଣେ ମହିଳାଙ୍କ ଯୁକ୍ତିତର୍କ ହେଉଛି। ମହିଳା ଜଣକ ଉଚ୍ଚ ସ୍ୱର କିଛି କହିବା ପାଇଁ ଯାଉଥିବା ବେଳେ ପୁଲିସ କର୍ମଚାରୀ ତାଙ୍କ ଗାଲରେ ଶକ୍ତ ଚାପୁଡ଼ା ପକାଇଛନ୍ତି। ଏହାପରେ ମହିଳା ହାତ ଉଠାଇବା ପାଇଁ ଚେଷ୍ଟା କରିଥିବାବେଳେ ପୁଲିସ ଜଣକ ତାଙ୍କ ହାତ ମୋଡ଼ି ପକାଇ ପୁଣି ୨ଥର ଶକ୍ତ ଚାପୁଡ଼ା ଦେଇଛନ୍ତି। ଏହି ସମୟରେ ଜଣେ ମହିଳା ପୁଲିସ ଆସି ଉକ୍ତ ମହିଳା ଧରି ପକାଉଛନ୍ତି। ଭିଡିଓ ଟେମ୍ପରିଂ ହେବାର ସମ୍ଭାବନା ରହିଥିବା ପୁଲିସ ଆଶଙ୍କା କରିଛି।

ଏକ ସୂତ୍ର ଅନୁସାରେ, ଭିଡିଓଟି ୪-୫ ମାସ ପୁରୁଣା ହୋଇଥିବା ଅନୁମାନ କରାଯାଉଛି। ପୁଲିସ ବିବାଦକୁ ନେଇ ଏହା ଭାଇରାଲ ହୋଇଥିବା ସନ୍ଦେହ କରାଯାଉଛି। ମହିଳାଙ୍କ ବିରୋଧରେ କୌଣସି ଅଭିଯୋଗ ହୋଇଥିଲା ନା ସେ ନିଜେ ଅଭିଯୋଗ କରିବା ପାଇଁ ଆସିଥିଲେ ଏହା ମଧ୍ୟ ସ୍ପଷ୍ଟ ନୁହେଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe