ମାଲକାନଗିରି ପୁଲିସର ସଚେତନତା ରାଲି

Advertisment
ମାଲକାନଗିରି ପୁଲିସର ସଚେତନତା ରାଲି

ମାଲକାନଗିରି: ମାଲକାନଗିରି ପୁଲିସ ପକ୍ଷରୁ ଆଜି ହେଲମେଟ ପରିଧାନ ନେଇ ଏକ ସଚେତନତା ରାଲିର ଆୟୋଜନ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ଏସଡିପିଓ ପ୍ରହ୍ଲାଦ ମୀନା ଶୁଭ ଉଦଘାଟନ କରିଥିଲେ। ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଅତିରିକ୍ତ ଏସପି ଅଭିଳାଶ କୁମାର,ଆଇଆଇସି ରାମ ପ୍ରସାଦ ନାଗ,ଅଧ୍ୟାପକ ଡ.ରଂଜନ କୁମାର ସ୍ବାଇଁ ସମେତ ଶତାଧିକ ପୁଲିସ କର୍ମଚାରୀ ଏବଂ ଜନସାଧାରଣ ଉପସ୍ଥିତ ଥିଲେ।

ଏକ ବିରାଟ ମଟର ସାଇକେଲ ରାଲି ସ୍ଥାନୀୟ ଭୈରବ ମନ୍ଦିରରୁ ବାହାରି ସହର ପରିକ୍ରମା କରିଥିଲା। ଆସନ୍ତା ଜାନୁୟାରୀ ୧ ତାରିଖ ଠାରୁ ହେଲମେଟ ପରିଧାନ ନେଇ କଡାକଡି ଯାଞ୍ଚ ପ୍ରକ୍ରିୟା ହେବାକୁ ଥିବା ବେଳେ ଲୋକେ ନିଜର ଏବଂ ପରିବାରର ସୁରକ୍ଷା ପାଇଁ ହେଲମେଟ ପିନ୍ଧିବା ନେଇ ଲୋକଙ୍କୁ ସଚେତନ କରାଯାଇଥିଲା।

ହେଲମେଟ ନପିନ୍ଧିଲେ ଆଇନ ଅନୁଯାୟୀ ଯେଉଁ ଦଣ୍ଡ ବିଧାନ ରହିଛି ସେନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି। ମଟର ସାଇକେଲରେ ଦୁଇ ଜଣ ବସିଲେ ,ଦୁଇ ଜଣଯାକ ହେଲମେଟ ପିନ୍ଧିବାକୁ ବାଧ୍ୟ ବୋଲି କୁହାଯାଇଛି। ବାରମ୍ବାର ହେଲମେଟ ନପିନ୍ଧିଲେ ଲାଇସେନସ ରଦ୍ଦ ହେବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି। ତେଣୁ ଆସନ୍ତା ଏକ ତାରିଖ ଠାରୁ ଏହି ନିୟମକୁ କଡାକଡି ପାଳନ କରାଯିବ ବୋଲି କୁହାଯାଇଛି। ଏହି କାର୍ଯ୍ୟକ୍ରମକୁ ଆଇଆଇସି ରାମ ପ୍ରସାଦ ନାଗ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe