ସାମ୍ବାଦିକଙ୍କୁ ମାଡ଼ ମାରିଲା ନୀଳଗିରି ପୁଲିସ, ଚିକିତ୍ସା ବେ‌ଳେ ଗୋଡ଼ରେ ପକାଇଲା ବେଡି

Advertisment

ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା, ଆନ୍ଦୋଳନ ପାଇଁ ସାମ୍ବାଦିକଙ୍କ ସଜବାଜ

ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା, ଆନ୍ଦୋଳନ ପାଇଁ ସାମ୍ବାଦିକଙ୍କ ସଜବାଜ

ସାମ୍ବାଦିକଙ୍କୁ ମାଡ଼ ମାରିଲା ନୀଳଗିରି ପୁଲିସ, ଚିକିତ୍ସା ବେ‌ଳେ ଗୋଡ଼ରେ ପକାଇଲା ବେଡି

ବାଲେଶ୍ବର: ସବୁ ସୀମା ଟପିଗଲା ବାଲେଶ୍ବର ଜିଲ୍ଲା ନୀଳଗିରି ପୁଲିସର ବର୍ବରତା। ପୁରୁଣା ରାଗ ଝାଡ଼ିବାକୁ ଯାଇ ‘ସମ୍ବାଦ’ ତଥା ‘କନକ ଟିଭି’ର ସାମ୍ବାଦିକ ଲୋକନାଥ ଦଳେଇଙ୍କ ପ୍ରତି ଅମାନବୀୟ ଅତ୍ୟାଚାର କରିଛି।

ସୂଚନା ଅନୁସାରେ ନୀଳଗିରି ବଜାରରେ ଗାଡ଼ି ପିର୍କିଂକୁ ନେଇ ଲୋକନାଥ ଏବଂ ନୀଳଗିରି ଥାନାର ଜଣେ କନ୍‌ଷ୍ଟେବଲଙ୍କ ସହ ଗତ ୪ ତାରିଖ ଦିନ କଥା କଟାକଟି ହୋଇଥିଲା। ଲୋକନାଥ ନୀଳଗିରି ପୁଲିସର ମନମୁଖି କାମ ତଥା ଡ୍ରଗ୍‌ସ କାରବାର ନେଇ ଏକାଧିକ ଖବର ପ୍ରକାଶ କରିଥିବାରୁ ସେ ଟାର୍ଗେଟ୍‌ରେ ଥିଲେ। କନ୍‌ଷ୍ଟେବଲଙ୍କ ସହ ଯୁକ୍ତିତର୍କ ପରେ ନୀଳଗିରିି ପୁଲିସକୁ ପ୍ରତି‌େଶାଧ ନେବାର ସୁଯୋଗ ମିଳିଥିଲା। ଗତକାଲି ଲୋକନାଥଙ୍କ ନାମରେ ମିଛ ମାମଲା ରୁଜୁ ସହ ତାଙ୍କୁ ଗିରଫ କରାଯାଇଥିଲା। ଏମିତି କି ଥାନାରେ ତାଙ୍କୁ ମାଡ଼ ମରାଯାଇଥିଲା।

ଏପରି ସମୟରେ ଲୋକନାଥ ଅସୁସ୍ଥ ହୋଇପଡ଼ିଥିଲେ। ତେଣୁ ପୁଲିସ ବାଧ୍ୟ ହୋଇ ତାଙ୍କୁ ପ୍ରଥମେ ନୀଳଗିରି ଏବଂ ସେଠାରୁ ବାଲେଶ୍ବର ଡାକ୍ତରଖାନା ନେଇଥିଲା। ତେବେ ଡାକ୍ତରଖାନାରେ ବି ପୁଲିସ ବହପ ଦେଖାଇଥିଲା। ବେଡ୍‌ରେ ଚିକିତ୍ସିତ ହେଉଥିବା ଲୋକନାଥଙ୍କ ଗୋଡ଼ରେ ବେଡ଼ି ପକାଇ ଦେଇଥିବା ଦେଖିବାକୁ ମିଳିଥିଲା। ତେବେ ଏହି ଘଟଣା ଜଣାପଡ଼ିବା ପରେ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି। ସେହିପରି ରାଜ୍ୟ ସାମ୍ବାଦିକଙ୍କ ମହଲରେ ଉତ୍ତେଜନା ପ୍ରକାଶ ପାଇଛି। ସେମାନେ ପୁଲିସର ଅତ୍ୟାଚାର ବିରୋଧରେ ଆନ୍ଦୋଳନକୁ ଓହ୍ଲାଇବା ପାଇଁ ସଜବାଜ ହେଉଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe